୨୦୨୦ ମସିହା କେଜାଣି ଆହୁରି କେତେ ନୂତନ ଜିନିଷ ଦେଖାଇବ। ଏହି ବର୍ଷରେ ଏମିତି କୌଣସି ଜିନିଷ ନଜର ଆସୁନାହିଁ ଯାହା ଅସାମାନ୍ୟ ହୋଇନଥିବ। ଲୋକଙ୍କ କହିବା କଥା ଯେ, ବର୍ତ୍ତମାନ କେବଳ ଏଲିୟନ ଏବଂ ଜମ୍ବି ଆକ୍ରମଣ ହିଁ ହେବାକୁ ରହି ଯାଇଛି ନିକଟରେ ମେକ୍ସିକୋରେ ଅତ୍ୟଧିକ ବର୍ଷା ହେବ ପରେ ଜମା କରାଯାଇଥିବା ୨୨ ଟନର ଅଳିଆରେ ଲୋକଙ୍କୁ ଏକ ବିଶାଳକାୟ ମୂଷା ନଜର ଆସିଥିଲା।
ଏହି ମୂଷାଟି ଏତେ ବଡ଼ ଥିଲା ଯେ ଗୋଟିଏ ଥର ପାଇଁ ଲୋକଙ୍କୁ ବିଶ୍ୱାସ ହିଁ ହୋଇ ନଥିଲା। ଏହି ମୂଷାଟି ମଣିଷ ଠାରୁ ମଧ୍ୟ ବଡ଼ ଥିଲା। କେହିଜଣେ ଏହାର ଫୋଟୋ ଉତ୍ତୋଳନ କରି ସେୟାର କରିଦେଇଥିଲା, ଯାହାପରେ ଏହା ଭାଇରଲ ହୋଇଯାଇଥିଲା। କିନ୍ତୁ ପରେ ଏହି ମୁଷାର ସତ୍ୟତା ଖୋଲିଥିଲା ଏବଂ ଲୋକଙ୍କୁ ସମସ୍ତ ଘଟଣା ବୁଝା ପଡିଥିଲା।
ସୋସିଆଲ ମିଡିଆରେ ଏକ ବିଶାଳକାୟ ମୁଷାର ଫୋଟୋ ଭାଇରଲ ହେବାରେ ଲାଗିଛି। ଏହି ମୂଷାଟି ମଣିଷ ଠାରୁ ମଧ୍ୟ ବଡ ରହିଛି। ଏହାକୁ ଦେଖି ଲୋକଙ୍କର ଆଶ୍ଚର୍ଯ୍ୟର ସୀମା ରହି ନଥିଲା|
ଏହି ରହସ୍ୟମୟ ଜୀବକୁ ମେକ୍ସିକୋର ଏକ ନାଳରୁ ବାହାର କରାଯାଇଛି। ବାସ୍ତବରେ କିଛି ସମୟରୁ ମେକ୍ସିକୋରେ ପ୍ରବଳ ବର୍ଷା ହେଉଥିଲା। ଏଥିମଧ୍ୟରେ ଏଠାରେ ଅଚାନକ ସହରର ମୁଖ୍ୟ ନାଳ ବନ୍ଦ ହୋଇଯାଇଥିଲା।
ନାଳଟି ଅବରୋଧ ହେବାର ସମସ୍ୟା ପରେ ସଫେଇ କର୍ମଚାରୀ ମାନେ ଏହାକୁ ସଫା କରିବା ପାଇଁ ଚେଷ୍ଟା କରିଥିଲେ। ଯେଉଁଥିରେ ଏହା ଭିତରୁ ହିଁ ୨୨ ଟନ ଅଳିଆ ବାହାର କରଯାଇଥିଲା। ଅଳିଆର ଏହି ଗଦା ଭିତରୁ ଅଚାନକ ଲୋକଙ୍କ ନଜର ଏକ ବିଶାଳକାୟ ମୂଷା ଉପରେ ପଡିଥିଲା।
ଏହି ମୂଷାଟି ବହୁତ ବଡ ଥିଲା| ଏହି ଝଡ ତୁଫାନ ପରେ ଆସିଥିବା ବର୍ଷାରେ ସହରର ନାଳରେ ଅଟକି ଯାଇଥିଲା। ଯେତେବେଳେ ମେକ୍ସିକୋର କର୍ମଚାରୀନ୍କ ନଜର ଏହା ଉପରେ ପଡିଲା ତେବେ ଗୋଟିଏ ଥର ପାଇଁ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ| ଏହାପରେ ଲୋକମାନେ ଏହାକୁ ନିକଟରୁ ଦେଖିଥିଲେ।
ବାର୍ଡର ରିପୋର୍ଟ ମୁତାବକ, ସଫେଇ କର୍ମଚାରୀ ମାନଙ୍କ ସ୍ଥିତି ଏହାକୁ ଦେଖି ଖରାପ ହୋଇଯାଇଥିଲା। ଭୟର ସହିତ ସେମାନେ ଏହି ମୂଷାଟିର ପାଖକୁ ଯାଇ ଦେଖିଲେ। ସେତେବେଳେ ଏହାର ପ୍ରକୃତ ସତ୍ୟ ଖୋଲିଥିଲା।
ବାସ୍ତବରେ ଏହି ମୂଷାଟି ଅସଲି ନଥିଲା| ଏହା ଏକ ବଡ଼ ହାଲୋଏନ ପ୍ରାପ୍ସ ଥିଲା। ଅର୍ଥାତ ଏକ ନକଲି ମୂଷା। ଏହା ଝଡ ତୁଫାନ ଭାସିଆସି ନାଳ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା, ଯାହାପରେ ସଫେଇ କର୍ମଚାରୀ ମାନଙ୍କ ଜଳରେ ଏହା ଫସି ଯାଇଥିଲା।
କୁହାଯାଉଛି ଯେ, ପ୍ରଥମଥର ଦେଖି ଏହାକୁ ସମସ୍ତେ ପ୍ରକୃତ ମୂଷା ବୋଲି ଭାବି ନେଇଥିଲେ।ଏହାକୁ ଦେଖି ସମସ୍ତେ ଭୟଭୀତ ମ ଅଧ୍ୟା ହୋଇଯାଇଥିଲେ। କିଛି ଲୋକ ଲେଖିଛନ୍ତି ଯେ ୨୦୨୦ରେ ଏତେ ବଡ଼ ମୂଷା ଦେଖି ମଧ୍ୟ ତାଙ୍କୁ କୌଣସି ଆଶ୍ଚର୍ଯ୍ୟ ହେଉନାହିଁ।
ମୂଷାର ପ୍ରକୃତ ମାଲିକାଣିଙ୍କର ମଧ୍ୟ ପରିଚୟ ମିଳିଯାଇଛି। ଇବାଲୀନ ଲୋପେଜ କହିଛନ୍ତି ଯେ, ଅନେକ ବର୍ଷ ପୂର୍ବେ ଆସିଥିବା ଏକ ତୁଫାନ ତାଙ୍କର ଏହି ମୂଷା ହଜି ଯାଇଥିଲା। କିନ୍ତୁ ବର୍ତ୍ତମାନ ଯାଇ ଏହି ମୂଷା ତାଙ୍କୁ ପୁଣିଥରେ ମିଳିପାରିଛି।
ସୂଚନାଯୋଗ୍ୟ ଯେ, ୟୁକେରେ ମଧ୍ୟ ଠେକୁଆ ଆକାରର ମୂଷା ନିଜର ପାଦୁର୍ଭାବ ସୃଷ୍ଟି କରିଛନ୍ତି| ତାଳବନ୍ଦ ସମୟରେ ଏମାନେ ବଡ଼ ମାତ୍ରାର ପ୍ରଜନନ କରିବା ପରେ ବର୍ତ୍ତମାନ ଘର, ରେସ୍ତୁରାଣ୍ଟ ଏବଂ ଆଖପାଖ ଅଂଚଳର ଲୋକ ମାନଙ୍କୁ କ୍ଷତି ପହଞ୍ଚାଉଛନ୍ତି|
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |