ଯେବେ ଠାରୁ ଲକ୍ ଡାଉନ୍ ହେଲାଣି ସେବେ ଠାରୁ ଲୋକ ମାନଙ୍କ ର ଜୀବନ ବଦଳି ଗଲାଣି , ରବିବାର ପରି ଏବେ ସବୁଦିନ ଛୁଟି । ଛାତ୍ର ମାନଙ୍କ କଥା କହିବା ଯଦି ତାଙ୍କର ଉଠିବାରୁ ସୋଇବାଯାଏ ରୁଟିନ ବଦଳି ଯାଇଛି । ଦିନସାରା ଶୋଉଛନ୍ତି ରାତିସାରା ଉଠୁଛନ୍ତି। ଏଥିପାଇଁ ଅଧ ରାତିରେ ଭୋକ ଲାଗୁଛି। ସିଡିନ ରେ ରହୁଥିବା ଗୋଟିଏ ପରିବାର ତାଙ୍କର ଝିଅକୁ ଅଧ ରାତିରେ ଭୋକ ଲାଗିବା କାରଣରୁ ବହୁତ ଅସୁବିଧା ହେବାକୁ ପଡ଼ିଲା । ରାତିରେ ପିଲାକୁ ଭୋକ ଲାଗିବାରୁ ସେ ନିଜେ ଚିପ୍ସ ବନେଇବାକୁ ଗଲା । ତାର ଖାମଖିଆଲ ଜୋଗୁ ପୁରା ପରିବାରକୁ ଭୋଗିବାକୁ ପଡ଼ିଲା ।୧୫ବର୍ଷର ଝିଅ ଚିପ୍ସ ବନାଇବାକୁ ଯାଇ ପୁରା ଘରକୁ ଜଳାଇଦେଲା।
ଘଟଣା ୨୯ସେପ୍ଟେମ୍ବରର ଥିଲା ଯେତେ ବେଳେ ସିଡିନ ରେ ଗୋଟିଏ ଘରେ ନିଆଁ ଲାଗିଗଲା ,୫୫ବର୍ଷର ଲିଣ୍ଡା ବର୍ଟ୍ ନାମକ ଜଣେ ମହିଳାଙ୍କୁ ନିଜର ତିନି ଝିଅ ଓ କୁକୁର ସହ ଘର ଛାଡ଼ିବାକୁ ପଡ଼ିଲା।
ଅଧରାତିରେ ମହିଳା ଘରେ ନିଆଁ ଲାଗିଗଲା,କାରଣ ତାର ୧୫ବର୍ଷର ନାତୁଣୀ ଲକ୍ ଡାଉନ୍ ରେ ଘରେ ରହୁଥିଲେ ସେଇ ଅଧ ରାତିରେ ଭୋକ ଲାଗିଲା।
୧୫ବର୍ଷ ର ଝିଅ ଅଧ ରାତିରେ ଚିପ୍ସ ବନେଇବା ଲକ୍ଷ ରେ ପୁରା ଘର ପୋଡିଦେଲା। ରାତିରେ ସେ ଝିଅକୁ ଭୋକ ଲାଗିଲା କିନ୍ତୁ ସେ କାହାକୁ ଉଠାଇବା ବଦଳରେ ନିଜେ କିଛି କରିବ ଭାବିଲା।
ସେ ଛୁଆ କହିଲା ମୁଁ ତେଲ ଗରମ କଲି କିନ୍ତୁ ଚିପ୍ସ ପକେଇବା ଆଗରୁ ବହୁତ ହେଇଥିବା କାରଣରୁ ସେଥିରେ ନିଆଁ ଲାଗିଗଲା।ଏହାପରେ ନିଆଁ ରୋଷେଇ ଘରୁ ଡାଇନିଂ , ବସିବାଘର,ସିଡି ଘର ଆଡେ ମାଡ଼ିଗଲା।
ଘରର ଅନ୍ୟ ଭାଗ ଧୁଆଁ ଓ କଳା ରେ ଭରିଗଲା। ନିଆଁ କୁ ଲିଭାଇବା ପାଇଁ ୧୫ଜଣ ଦମ୍କଳ ବାହିନୀ ଲାଗିଥିଲେ କିନ୍ତୁ ନିଆଁ ଲିଭାଇବାକୁ ତାଙ୍କୁ ୩ଘଣ୍ଟା ଲାଗିଗଲା।
ମହିଳାଙ୍କୁ ଅଧା ରାତିରେ ତାର ୧୩,୧୫ ବର୍ଷ ର ଝିଅ ସହ ବାହାରକୁ କାଢି ଦିଆଗଲା। ମା ସେହି ଘଟଣାକୁ ନେଇକି ଝିଅକୁ କ୍ଷମା କରିଦେଲା।
ମହିଳା ମିଡ଼ିଆ କୁ କହିଲେକୀ ଏହି ଘଟଣା ପରେ ତାଙ୍କର ଝିଅ ବହୁତ ଚିନ୍ତାରେ ଅଛି।ନିଆଁ ପାଇଁ ମହିଳାଙ୍କୁ ୨କୋଟି ୫୬ ଲକ୍ଷ ଟଙ୍କାର କ୍ଷତି ଘଟିଲା।
ଆଳୁର ଚିପ୍ସ କାରଣରୁ ଏହି କ୍ଷତି ଯୋଗୁ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି।ମହିଳା କହିଛନ୍ତି , ଥରେ ଜଳିଯାଇଥିବା ଘର ତିଆରି ହେଇଗଲା ପରେ ସେ ପରିବାର କୁ ନେଇକି ସେଠାରେ ରହିବେ।