କରୋନା କାରଣରୁ ଦୁନିଆରେ ଲୋକମାନଙ୍କୁ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡୁଛି। ଏମିତିରେ ତ ଅନଲାଇନ ଶପିଙ୍ଗ ପୂର୍ବରୁ ସମୟ ବଞ୍ଚାଇବା ପାଇଁ କରାଯାଉଥିଲା, କିନ୍ତୁ କରୋନା ମହାମରୀରେ ଏହା ସମୟ ବଞ୍ଚାଇବା ପାଇଁ ନୁହେଁ ବରଂ ଭାଇରସରୁ ରକ୍ଷା ପାଇବା ପାଇଁ ଜରୁରୀ ହୋଇଯାଇଛି। ଯାହାଦ୍ୱାରା ଲୋକମାନେ ବାହାରକୁ ଯିବା ସ୍ଥାନରେ ଘରେ ବସି ଶପିଙ୍ଗ କରି ପାରିବେ। କିନ୍ତୁ ଅନେକ ଥର ଏହି କାରଣରୁ ଲୋକଙ୍କୁ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡିଥାଏ।
ସୋସିଆଲ ମିଡ଼ିଆରେ ବର୍ତ୍ତମାନ ସମୟରେ ଜଣେ ବ୍ୟକ୍ତିଙ୍କର ଖୁବ ଚର୍ଚ୍ଚା ହେଉଛି। ସେହି ବ୍ୟକ୍ତି ଜଣକ ନିଜ ସହିତ ହୋଇଥିବା ଦୁର୍ଘଟଣାକୁ ଫେସବୁକରେ ସେୟାର କରିଛନ୍ତି। ସେ ନାଇକ ବ୍ରାଣ୍ଡର ଏକ ଟିସାର୍ଟ ଅନଲାଇନରେ ଅର୍ଡର କରି ମଗାଇଥିଲେ। ଯେତେବେଳେ ସେ ଅର୍ଡର ବକ୍ସ ଖୋଲିଥିଲେ ସେତେବେଳେ ଆଶ୍ଚର୍ଯ୍ୟ ଚକିତ ରହିଯାଇଥିଲେ। ବକ୍ସ ଭିତରେ କେବଳ ଟିସାର୍ଟ ନଥିଲା ବରଂ ଏଥିରେ ଟିସାର୍ଟ ସହିତ କେତେକ ଛୋଟ ଛୋଟ କୀଟ ଡେଲିଭରି କରାଯାଇଥିଲା। ବର୍ତ୍ତମାନ ଏହାର ଫୋଟୋ ଚିତ୍ର ବହୁତ ଭାଇରାଲ ହେବାରେ ଲାଗିଛି।
ଅନଲାଇନ ଅର୍ଡର କରିବା ଏବଂ ପୁଣି ଏହି ପ୍ୟାକେଟ ଆସିବାର ଖୁସି ଆପଣ ମାନେ ମଧ୍ୟ ଅନୁଭବ କରିଥିବେ। କିନ୍ତୁ ଯଦି ଆପଣଙ୍କ ପାଇଁ ଏହି ଅନୁଭୂତି ଭୟାନକ ହୋଇଯାଏ ତେବେ ?
ଏମିତି ହିଁ କିଛି ଘଟଣା ଘଟିଥିଲା ନ୍ୟୁୟର୍କର ରହୁଥିବା ଜଣେ ବ୍ୟକ୍ତିଙ୍କ ସହିତ। ସେ ସୋସିଆଲ ମିଡିଆରେ ନିଜ ଅନଲାଇନ ଅର୍ଡରର ସବୁଠୁ ଖରାପ ଅନୁଭୂତି ସେୟାର କରିଥିଲେ। ବ୍ୟକ୍ତି ଜଣକ ଅନଲାଇନ ମଗାଇଥିବା ବକ୍ସ ସହିତ କେତେକ କୀଟ ମଧ୍ୟ ଅନପ୍ୟାକ କରିଥିଲେ।
ବାସ୍ତବରେ ବ୍ୟକ୍ତି ଜଣକ ନିଜ ପାଇଁ ଅନଲାଇନରେ ନାଇକ ବ୍ରାଣ୍ଡର ଏକ ଟିସାର୍ଟ ଅର୍ଡର କରିଥିଲେ। ଯେତେବେଳେ ତାଙ୍କ ବକ୍ସ ଘରକୁ ଆସିଲା ସେତେବେଳେ ତାଙ୍କ ପାଇଁ ଏହି ଅର୍ଡର ସବୁଠୁ ଅଧିକ ଖରାପ ପ୍ରମାଣିତ ହୋଇଥିଲା।
ଏହି ବାକ୍ସରେ ଟିସାର୍ଟ ସହିତ କୀଟ ବା କିଡା ମିଳିଥିଲା। ଏହି କୀଟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ନ୍ୟୁୟର୍କ ପୋଷ୍ଟରେ ଥିବା ଏହି ଖବର ମୁତାବକ ଏହି କୀଟ କପଡା ସହିତ ଡେଲିଭରି କରାଯାଇଥିଲା। ଅର୍ଡର କରିଥିବା ବ୍ୟକ୍ତିର ପରିଚୟ ବେନ ସ୍ଥିଥି ଅଟେ। ଯିଏକି ସ୍ଥିଥି ଗ୍ରୁପର ସିଇଓ ଅଟନ୍ତି। ସେ ପୋଷ୍ଟ କରି କହିଥିଲେ ଯେ, ତାଙ୍କ ବକ୍ସରୁ ୩୦ରୁ ଅଧିକ କୀଟ ବାହାରିଲା।
ଏହାପରେ ସେ ଏହି ପ୍ୟାକେଜ ସହିତ କୀଟର ଫୋଟୋ ଚିତ୍ର ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ଯାହାପରେ ଅନଲାଇନରେ ହିଁ କେତେକ ଲୋକ ଏହା ଉପରେ ନିଜର ପ୍ରତିକ୍ରିୟା ଦେଖାଇ କମେଣ୍ଟ କରିଥିଲେ। କେତେକ ଲୋକ ଏହାକୁ ଘୃଣ୍ୟ ବୋଲି କହିଥିଲେ।
ଫେସବୁକରେ ଏହି ପୋଷ୍ଟକୁ ଦେଖି ନାଇକ ଏହା ଉପରେ ପଦକ୍ଷେପ ନେଇଛି ଏବଂ ବ୍ୟକ୍ତିଙ୍କ ଅର୍ଡର ରିପ୍ଲେସ କରାଇଦିଆ ଯାଇଛି। ଏହାର ଭାଇରାଲ ଫୋଟୋ ଲୋକମାନେ ଲଗାତର ଭାବରେ ସେୟାର କରୁଛନ୍ତି।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |