ଅନଲାଇନ କ୍ଲାସ କରୁଥିଲା ଝିଅ, ମାଙ୍କଡ ମାନେ ବି ପଛରେ ବସି କରିଲେ ଅନଲାଇନ କ୍ଳାସ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫୋଟୋରେ ବହୁତ କିଛି ରହିଛି। ତେବେ ଯେତେବେଳେ ଆପଣଙ୍କର ନଜର ମାଙ୍କଡ଼ ମାନଙ୍କୁ ଖୋଜି ନେବ ସେତେବେଳେ ଆପଣଙ୍କୁ ଅଳ୍ପ ଆଶ୍ଚର୍ଯ୍ୟ ହେବ। କାରଣ ଏପରି ଦୃଶ୍ୟ ବହୁତ କମ ଦେଖିବାକୁ ମିଳେ। ଫୋଟୋରେ ଝିଅଟି ନିଜର ଅନଲାଇନ କ୍ଲାସରେ ବହୁତ ବ୍ୟସ୍ତ ରହିଛି। ତା’ର ମୁହଁର ଗମ୍ଭୀରତା ଏହାର ପ୍ରମାଣ ମଧ୍ୟ ଅଟେ। କିନ୍ତୁ ଝିଅଟିକୁ ଲୁଚି ବସିଥିବା ମାଙ୍କଡ଼ମାନଙ୍କର ଦଳ ଯେଉଁପ୍ରକାରର ଝିଅଟିର ମୋବାଇଲ ଆଡକୁ ଦୃଷ୍ଟି ଲଗାଇ ରଖିଛନ୍ତି, ତାହାକୁ ଦେଖି ଲାଗୁଛି ଯେପରି ସେମାନେ ମଧ୍ୟ କ୍ଲାସ କରୁଛନ୍ତି ଏବଂ କ୍ଲାସର ମଜା ନେଉଛନ୍ତି। ତେବେ ଆପଣମାନେ ମଧ୍ୟ ଏହି ଫୋଟୋକୁ ଦେଖି ନିଜର ରାୟ ଦିଅନ୍ତୁ।

ସର୍ବପ୍ରଥମେ କଣ ଦେଖିଲ ଏହି ଫୋଟୋରେ?

ଏହି ଫୋଟୋକୁ ଟ୍ୱିଟର ବ୍ୟବହାରକାରୀ @nileshtrivedi ସେୟାର କରିଥିଲେ। ସେ କେପ୍ସନରେ ଲେଖିଥିଲେ ଯେ,”କେତେ ସୁନ୍ଦର ଫୋଟୋ!” ଦାବି କରାଯାଇଛି ଯେ ଏହି ଫୋଟୋ Manas Khasnabishଙ୍କ ଦ୍ଵାରା ଉତ୍ତୋଳନ କରାଯାଇଛି, ଯାହାକୁ ଖବର ଲେଖାଯିବ ପର୍ଯ୍ୟନ୍ତ ୩.୩ ହଜାର ଲାଇକ ଏବଂ ୪୩୯ ରି-ଟ୍ୱିଟ ମିଳିସରିଥିଲା। ଏହାଛଡା ବହୁତ ବ୍ୟବହାରକାରୀ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

କେତେ ସୁନ୍ଦର ଫୋଟୋ ଅଟେ:

ବ୍ୟାକ ବ୍ୟାଞ୍ଚର୍ସ ଏପରି ହିଁ ହୋଇଥାନ୍ତି:

ଆପଣଙ୍କୁ ଏହି ସବୁ ଫୋଟରେ କଣ ସବୁ ଦେଖି ପାରିଲେ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଭାବରେ ଜଣେଇବେ |

Leave a Reply

Your email address will not be published. Required fields are marked *