ଅନୁରାଧା ପୌଡୱାଲଙ୍କ ଉପରେ ଭାଙ୍ଗି ପଡ଼ିଲା ଦୁଃଖର ପାହାଡ଼, ସ୍ୱାମୀଙ୍କ ପରେ ବର୍ତ୍ତମାନ ଆଖିବୁଜି ଦେଲେ ପୁଅ; ୩୫ ବର୍ଷରେ ହରାଇଲେ ପ୍ରାଣ

କରୋନା ମହାମାରୀର ଆତଙ୍କ ସମୟରେ ବଲିଉଡ ପାଇଁ ଅନ୍ୟ ଏକ ସାମ୍ନାକୁ ଆସୁଛି।ଜଣାଶୁଣା ସଙ୍ଗୀତକାର ଅନୁରାଧା ପୌଡୱାଲ(Anuradha Paudwal)ଙ୍କ ପୁଅ ଆଦିତ୍ୟ ପୌଡୱାଲ(Aditya Paudwal)ଙ୍କ ଶନିବାର ସକାଳୁ ନିଧନ ହୋଇଯାଇଛି। ସେ ୩୫ ବର୍ଷ ବୟସର ଥିଲେ। ରିପୋର୍ଟ ମୁତାବକ, ଆଦିତ୍ୟ ଗତ କିଛି ମାସ ହେବ ଯକୃତ ଜନିତ ରୋଗରେ ଲଢୁଥିଲେ ଏବଂ ହସ୍ପିଟାଲରେ ଭର୍ତ୍ତି ତଜିଲେ। ସୂଚନାଯୋଗ୍ୟ ଯେ, ମାଁ ଅନୁରାଧା ପୌଡୱାଲଙ୍କ ପରି ଆଦିତ୍ୟ ମଧ୍ୟ ଭଜନ ଗାୟକ ଥିଲେ ଏବଂ ସଙ୍ଗୀତ ସଂଯୋଜନା ମଧ୍ୟ କରୁଥିଲେ।

ଫେସବୁକରେ ଆଦିତ୍ୟ ନିଜର ସ୍ୱରରେ ରେକର୍ଡ କରିଥିବା ଅନେକ ଭଜନ ସେୟାର କରିଛନ୍ତି। କିଛି ମାସ ପୂର୍ବରୁ ଏକ ସାକ୍ଷାତକାର ସମୟରେ ଆଦିତ୍ୟ କହିଥିଲେ ଯେ, ସେ ଭକ୍ତି ସଙ୍ଗୀତ ଉପରେ ଆହୁରି କାମ କରିବା ପାଇଁ ଯୋଜନାରେ ଲାଗି ପଡ଼ିଥିଲେ କିନ୍ତୁ ଏହା ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା। ଆଦିତ୍ୟଙ୍କ ନାମ ଭାରତର ସବୁଠୁ କମ ବୟସର ସଙ୍ଗୀତ ନିର୍ଦେଶକ ରୂପରେ ଲିକ୍ମା ବୁକ ଅଫ ରେକର୍ଡ଼ରେ ଫାଇଲ କରାଯାଇଛି।

ଆଦିତ୍ୟ ପୌଡୱାଲଙ୍କ ମୃତ୍ୟୁ ଖବର ମିଳିବା ପରେ ଶଙ୍କର ମହାଦେବନ ଶୋକ ବ୍ୟକ୍ତ କରିଛନ୍ତି। ସେ ଫେସବୁକରେ ଲେଖିଛନ୍ତି ଯେ, ଏହି ଖବର ଶୁଣି ମୁଁ ଗଭୀର ଆଘାତ ପାଇବା ସହିତ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଛି ଯେ ଆଦିତ୍ୟ ପୌଡୱାଲ ବର୍ତ୍ତମାନ ଆମ ଗହଣରେ ଆଉ ନାହାନ୍ତି। ମୁଁ ବିଶ୍ୱାସ ହିଁ କରିପାରୁ ନାହିଁ। ସେ ଜଣେ ଉତ୍ତମ ସଙ୍ଗୀତକାର ସହିତ ଭଲ ମଣିଷ ମଧ୍ୟ ଥିଲେ। ଦୁଇଦିନ ପୂର୍ବରୁ ହିଁ ମୁଁ ଏକ ଗୀତ ଗାଇଥିଲି ଯାହା ଆଦିତ୍ୟ ସୁନ୍ଦର ଭାବରେ ପ୍ରୋଗ୍ରାମ କରିଥିଲେ। ମୁଁ ଭରସା କରିପାରୁ ନାହିଁ ଯେ ସେ ଆଉ ନାହାନ୍ତି।

ପଦ୍ମଶ୍ରୀ ଏବଂ ନ୍ୟାସନାଲ ଆୱାର୍ଡରେ ସମ୍ମାନିତ ଅନୁରାଧା ପୌଡୱାଲଙ୍କର ବିବାହ ଅରୁଣ ପୌଡୱାଲଙ୍କ ସହିତ ହୋଇଥିଲା। ଅରୁଣ ସଙ୍ଗୀତକାର ଏମଡି ବର୍ମନଙ୍କର ଆସିଷ୍ଟାଣ୍ଟ ଥିଲେ। ୯୦ ଦଶକର ଅନୁରାଧା ପୌଡୱାଲ ନିଜର କ୍ୟାରିୟରର ଶିର୍ଷରେ ଥିଲେ, ସେହି ସମୟରେ ତାଙ୍କ ସ୍ୱାମୀ ଅରୁଣଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ବର୍ତ୍ତମାନ ପୁଅ ମଧ୍ୟ ତାଙ୍କୁ ଛାଡି ଚାଲିଗଲେ। ତାଙ୍କର ଗୋଟିଏ ଝିଅ ଅଛନ୍ତି, ଯାହାଙ୍କ ନାମ କବିତା ପୌଡୱାଲ ଅଟେ। କବିତା ମଧ୍ୟ ଭଜନ ସଙ୍ଗୀତକାର ଅଟନ୍ତି।

Leave a Reply

Your email address will not be published. Required fields are marked *