ସାଣ୍ଡଲବୁଡ ଡ୍ରଗ୍ସ ର୍ୟାକେଟରେ କନ୍ନଡ଼ ଅଭିନେତ୍ରୀ ରାଗିଣୀ ଦ୍ବିବେଦୀ ୪ ସେପ୍ଟେମ୍ବରକୁ ଗିରଫ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ନେଇ ଆଉ ଏକ ଖୁଲାସା ହୋଇଛି। ଏକ ରିପୋର୍ଟ ମୁତାବକ, ଯେତେବେଳେ ଡ୍ରଗ୍ସ ଟେଷ୍ଟ ପାଇଁ ରାଗିଣୀଙ୍କୁ ୟୁରିନ ମଗାଯାଇଥିଲା ସେତେବେଳେ ସେ ୟୁରିନ ସେମ୍ପଲରେ ପାଣି ମିଶାଇ ଡାକ୍ତରଙ୍କୁ ଦେଇଥିଲେ। ସୂଚନାଯୋଗ୍ୟ ଯେ ସିବିଆଇ ଡ୍ରଗ୍ସ ମାମଲାରେ ବେଙ୍ଗଲୁରୁରେ କନ୍ନଡ଼ ଅଭିନେତ୍ରୀ ରାଗିଣୀଙ୍କ ଘରର ଯାଞ୍ଚ କରିଥିଲେ। ପୁଣି କିଛି ସମୟ ପରେ ଅଭିନେତ୍ରୀଙ୍କୁ ଗିରଫ କରି ନିଆଯାଇଥିଲା।
ଡ୍ରଗ୍ସ ଟେଷ୍ଟ ସମୟରେ ୟୁରିନରେ ପାଣି ମିଶାଇଥିବାର ଆରୋପ:
ଡେକ୍କନ କ୍ରୋନିକଲରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଏହି ମାମଲାରେ ଡ୍ରଗ୍ସ ଟେଷ୍ଟ ପାଇଁ ରାଗିଣୀଙ୍କୁ ବେଙ୍ଗଲୁରୁର ମଲ୍ଲେସ୍ୱରମରେ କେସି ଜେନେରାଲ ହସ୍ପିଟାଲ ନିଆଯାଇଥିଲା। ଡାକ୍ତର ମାନେ କହିଥିଲେ ଯେ, ରାଗିଣୀ ଯେଉଁ ସେମ୍ପଲ ଦେଇଥିଲେ ତା’ସହିତ କିଛି ଗଡ଼ବଡ଼ କରାଯାଇଥିଲା। ଡାକ୍ତର ମାନଙ୍କ ଏହି କଥାର ସୂଚନା ସିସିବି ଅଧିକାରୀଙ୍କୁ ଦେଇଥିଲେ।
କଣ ପାଇଁ କରାଯାଉଥିଲା ୟୁରିନ ଟେଷ୍ଟ?
ବାସ୍ତବରେ ୟୁରିନ ଟେଷ୍ଟ ଏହି କାରଣରୁ କରାଯାଉଥିଲା ଯଦି କିଛି ଦିନ ପୂର୍ବରୁ ରାଗିଣୀ ଡ୍ରଗ୍ସ ସେବନ କରିଥିବେ ତେବେ ତାହା ଜଣାପଡିଯିବ।
ୟୁରିନରେ ପାଣି ମିଶାଇଲେ କଣ ହୋଇଥାଏ?
ୟୁରିନରେ ପାଣି ମିଶାଇଲେ ୟୁରିନର ତାପମାନ କମ ହୋଇଯାଇଥାଏ। ଏହା ଶରୀରର ତାପମାନ ସହିତ ସମାନ ହୋଇଯାଇଥାଏ। ରିପୋର୍ଟରେ ଖୁଲାସା କରାଯାଇଥିଲା ଯେ, ଥରେ ରାଗିଣୀ ଏପରି ଧୋକା ଦେବାର ଚେଷ୍ଟା କରିଥିଲେ। ଏଥିପାଇଁ ସିସିବି ଅଧିକାରୀ ତାଙ୍କୁ ଦ୍ଵିତୀୟଥର ଟେଷ୍ଟ ଡକାଇବେ।
ରାଗିଣୀଙ୍କୁ ଦ୍ଵିତୀୟଥର ଦେବାକୁ ପଡିବ ସେମ୍ପଲ:
ରଗିନୀଙ୍କୁ ଦ୍ଵିତୀୟଥର ୟୁରିନ ସେମ୍ପଲ ଦେବାକୁ ପଡିବ। ସିସିବି ଏହି ଘଟଣା ବିଷୟରେ ମାଜିଷ୍ଟ୍ରେଟଙ୍କୁ କହିଥିଲେ ଏବଂ ରିମାଣ୍ଡର ଦାବି କରିଥିଲେ। ମାଜିଷ୍ଟ୍ରେଟ ସିସିବିର ଆବେଦନକୁ ମାନି ନେଇଥିଲେ ଏବଂ ରାଗିଣୀଙ୍କ ରିମାଣ୍ଡରେ ତିନି ଦିନ ପାଇଁ ବଢ଼ାଇ ଦେଇଥିଲେ।
୨୧ ଅଗଷ୍ଟକୁ ଗିରଫ ହୋଇଥିଲେ ଡ୍ରଗ୍ସ ବ୍ୟାପାରୀ:
୨୧ ଅଗଷ୍ଟକୁ ପୋଲିସ କିଛି ହାଇପ୍ରୋଫାଇଲ ଡ୍ରଗ୍ସ ବ୍ୟାପାରୀଙ୍କୁ ଗିରଫ କରି ରିମାଣ୍ଡରେ ନେଇଥିଲା। ମିଡିଆ ରିପୋର୍ଟ ମୁତାବକ, ଏହି ଡ୍ରଗ୍ସ ବ୍ୟାପାରୀ କନ୍ନଡ଼ ଫିଲ୍ମ ଜଗତରେ ଡ୍ରଗ୍ସ ବିତରଣ କରିଥାନ୍ତି। ଏହାପରେ ହିଁ ନରକୋଟିକ୍ସର ଯାଞ୍ଚ ଚାଲୁଛି, ଯେଉଁଥିରେ ଅନେକ ସେଲିବ୍ରେଟି ମାନଙ୍କ ନାମ ସାମ୍ନାକୁ ଆସିଛି।
ରାଗିଣୀଙ୍କ ବନ୍ଧୁ କରିଲେ ବଡ଼ ଖୁଲାସା:
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ରାଗିଣୀଙ୍କ ବନ୍ଧୁ ରବି ଗିରଫ ହେବା ପରେ ପଚରାଉଚରାରେ ରାଗିଣୀଙ୍କର ନାମ ନେଇଥିଲେ। ସିସିବି ତାଙ୍କୁ ନୋଟିସ ପଠାଇ ପଚରାଉଚରା ପାଇଁ ହାଜର ହେବା ପାଇଁ କହିଥିଲେ।
ମଡେଲ ଏବଂ ଫିଲ୍ମ ଅଭିନେତ୍ରୀ ଅଟନ୍ତି ରାଗିଣୀ ଦ୍ବିବେଦୀ:
ରାଗିଣୀ ଦ୍ବିବେଦୀ ମଡେଲ ଏବଂ ଫିଲ୍ମ ଅଭିନେତ୍ରୀ ଅଟନ୍ତି ଯିଏକି ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରିଥାନ୍ତି, ମୁଖ୍ୟ ରୂପରେ ସେ କନ୍ନଡ଼ ଫିଲ୍ମରେ ବହୁତ କାମ କରିଛନ୍ତି। ଜଣେ ମଡେଲ ରୂପରେ ସେ ୨୦୦୮ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାରେ ଉପବିଜେତା ରହିଥିଲେ ଏବଂ ୨୦୦୯ ପେଣ୍ଟାଲୁନ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାରେ ଫେମିନା ମିସ ବ୍ୟୁଟିଫୁଲ ହେୟରର ପୁରସ୍କାର ଜିତିଥିଲେ।
କେଉଁ କେଉଁ ଫିଲ୍ମ କରିଛନ୍ତି ରାଗିଣୀ ଦ୍ବିବେଦୀ?
ବୀର ମଦକରୀ(୨୦୦୯) ତାଙ୍କର ପ୍ରଥମ ଫିଲ୍ମ ଥିଲା। ସେ ଅନେକ ସଫଳ କନ୍ନଡ଼ ଭାଷାର ଫିଲ୍ମରେ କାମ କରିଛନ୍ତି। କେମ୍ପେ ଗୌଡ଼(୨୦୧୧), ଶିବ(୨୦୧୨), ବଙ୍ଗରୀ(୨୦୧୩) ଏବଂ ରାଗିଣୀ ଆଇପିଏସ(୨୦୧୪) ଭଳି କନ୍ନଡ଼ ଫିଲ୍ମରେ ଅଭିନେତ୍ରୀ ରହିଥିଲେ।