୨୦୧୮ ମସିହାରେ ମିଠୁ ମୁଭମେଣ୍ଟ ଅବସରରେ ଫିଲ୍ମ ମେକର ସାଜିଦ ଖାନଙ୍କ ଉପରେ ଅନେକ ମହିଳା ଯୌନ ଉତ୍ପୀଡ଼ନର ଆରୋପ ଲଗାଇଥିଲେ। ଏହାପରେ ସାଜିଦଙ୍କୁ ନିଜ ପାଖରେ ଥିବା ଫିଲ୍ମ ପ୍ରୋଜେକ୍ଟ ଗୁଡିକରୁ ବାହାର ହେବାକୁ ପଡିଥିଲା। ବର୍ତ୍ତମାନ ସାଜିଦ ଖାନଙ୍କ ଉପରେ ମଡେଲ ପାଉଲା ଅସଦାଚରଣ ଆରୋପ ଲଗାଇଛନ୍ତି। ସେ ଇନଷ୍ଟଗ୍ରାମରେ ଏବିଷୟରେ ଲେଖିଛନ୍ତି।
ପାଉଲା ଲେଖିଥିଲେ ଯେ,”ଯେତେବେଳେ #METOO ମୁଭିମେଣ୍ଟ ଆରମ୍ଭ ହୋଇଥିଲା, ତେବେ ଅନେକ ଲୋକ ସାଜିଦ ଖାନଙ୍କୁ ନେଇ ବହୁତ କିଛି କହିଥିଲେ। ମୋ ଭିତରେ ଏମିତି କରିବାର ସାହସ ନଥିଲା କାରଣ ପ୍ରତ୍ୟେକ ଅନ୍ୟ କଳାକାର ମାନଙ୍କ ପରି ଯାହାଙ୍କ ପାଖରେ କେହି ଗଡ ଫାଦର ନଥିଲେ ଏବଂ ନିଜ ପରିବାର ପାଇଁ ଉପାର୍ଜନ କରିବାର ଅଛି ସେଥିପାଇଁ ମୁଁ ଚୁପ ରହିଲି।”
“ବର୍ତ୍ତମାନ ମୋର ପିତାମାତା ମୋ ସହିତ ନାହାନ୍ତି। ମୁଁ କେବଳ ନିଜ ପାଇଁ ଉପାର୍ଜନ କରୁଛି, ସେଥିପାଇଁ ଏସବୁ କହିବାରେ ସାହସ ରଖୁଛି ଯେ ମୋତେ ୧୭ ବର୍ଷ ବୟସରେ ସାଜିଦ ଖାନ ଅସଦାଚରଣ କରିଥିଲେ।”
https://www.instagram.com/p/CE6l9OyD4SP/?utm_source=ig_web_copy_link
ପାଉଲା ଲେଖିଛନ୍ତି ଯେ,”ସେ ମୋତେ ବହୁତ ଘୃଣ୍ୟ କଥା କହିଥିଲେ, ସେ ମୋତେ ଛୁଇଁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ଏଥିସହିତ ସାଜିଦ ମୋତେ ତାଙ୍କ ସାମ୍ନାରେ କପଡା ଖୋଲିବା ପାଇଁ କହିଥିଲେ, କେବଳ ତାଙ୍କର ହାଉସଫୁଲ ଫିଲ୍ମରେ ରୋଲ ପାଇଁ।”
“ଭଗବାନ ଜାଣନ୍ତି ସେ ଏପରି କେତେଜଣ ଝିଅଙ୍କ ସହିତ କରିଥିବେ। ବର୍ତ୍ତମାନ ମୁଁ ଏଥିପାଇଁ ସାମ୍ନାକୁ ଆସୁଛି କାରଣ ମୋତେ ଅନୁଭୂତି ହୋଇଥିଲା ଯେ ସେ ମୋତେ ବହୁତ ଖରାପ ଭାବରେ ପ୍ରଭାବିତ କରିଛି, ଯେତେବେଳେ ମୁଁ ବହୁତ ଛୋଟ ଥିଲି ଏବଂ ମୁଁ ନିରବ ରହିବା ପାଇଁ ଚୟନ କରିଥିଲି।”
“ଏପ୍ରକାରର ଲୋକଙ୍କୁ ଜେଲ ଭିତରେ ରହିବା ଉଚିତ, ନା କେବଳ କସ୍ଟିଙ୍ଗ କାଉଚ୍ ପାଇଁ ବରଂ ବୁଝାଇ ସୁଝାଇ ଏବଂ ଆପଣଙ୍କ ସ୍ୱପ୍ନକୁ ଦୂରେଇ ଦେବା ପାଇଁ।”
ସୂଚନାଯୋଗ୍ୟ ଯେ, ସାଜିଦ ଖାନଙ୍କ ଉପରେ ସର୍ବପ୍ରଥମେ ଜଣେ ମହିଳା ପତ୍ରକାର ଚାଞ୍ଚଲ୍ୟକାରୀ ଆରୋପ ଲଗାଇଥିଲେ। ଯାହାପରେ ଅଭିନେତ୍ରୀ ସଲୋନୀ ଚୋପ୍ରା, ରଷେଲ ୱାଇଟ, ସିମରନ ସୁରୀ ମଧ୍ୟ ଡ଼ାଇରେକ୍ଟରଙ୍କ ଉପରେ ଯୌନ ଉତ୍ପୀଡନର ଆରୋପ ଲଗାଇଥିଲେ।
ଏହି ଆରୋପ ଉପରେ ଗମ୍ଭୀରତାର ସହିତ ବିଚାର କରି IFTDA ସାଜିଦଙ୍କୁ ଏକ ବର୍ଷ ପାଇଁ ନିଲମ୍ବିତ କରିଦେଇଥିଲେ।
ଭାଇ ସାଜିଦଙ୍କ ଉପରେ ଆରୋପ ଲଗାଇବା ପରେ ଫରାହ ଖାନ ଟ୍ୱିଟ କରି ଲେଖିଥିଲେ ଯେ,”ଏହା ମୋର ପରିବାର ପାଇଁ ଆହତ କରିବା ପରି ସମୟ ଅଟେ। ଆମକୁ ବହୁତ କଷ୍ଟକର ପ୍ରସଙ୍ଗ ଉପରେ କାମ କରିବାର ଆବଶ୍ୟକତା ରହିଛି। ଯଦି ମୋ ଭାଇ ଏମିତି ବ୍ୟବହାର କରିଥିବେ ତେବେ ଏହାର ବହୁତ କଷ୍ଟ ସହିବାକୁ ପଡିବ। ମୁଁ କୌଣସି ପ୍ରକାରର ଏପରି ବ୍ୟବହାରକୁ ସମର୍ଥନ କରି ନଥାଏ ଏବଂ ଆହତ ମହିଳାଙ୍କୁ ଏକତ୍ରିତ ସହିତ ମୁଁ ତାଙ୍କ ସହିତ ଅଛି।”
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |