ଅର୍ଚ୍ଚନାଙ୍କ ନାଁ ଶୁଣିଦୌଡ଼ି ପାଳାଇଲେ ବ୍ୟାଙ୍କ୍ କର୍ମଚାରୀ।

ଏତେ କମ୍ ଦିନ ଭିତରେ ସୁନ୍ଦରୀ ଅର୍ଚ୍ଚନା କେମିତି ଏତେ ଟଙ୍କା ରୋଜଗାର କଲେ ସେ ବିଷୟରେ ଜାଣିବା ପାଇଁ ଇଡି ପ୍ରଥମେ ଅର୍ଚ୍ଚନା ତାପରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗା, ଅର୍ଚ୍ଚନାଙ୍କ ସାଙ୍ଗ ଖଗା, ସହଯୋଗୀ ଶ୍ରଦ୍ଧାଞ୍ଜଳୀ, ବ୍ୟବସାୟୀ ଅମିୟ କାନ୍ତ ଦାସ, ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ, ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦୁ, ଖଗାର ସାଙ୍ଗ ଚନ୍ଦନ ଏବଂ ଅଭିନାଶ, ହୋଟେଲ ମାଲିକ ଶିବ ପ୍ରସାଦ, ଜାଗର ଭାଇ ବଳିଆ, ଠିକାଦାର ପବିତ୍ର ପାତ୍ର, ଆର୍କିଟେକ୍ ରଣଜିତ୍ ବେହେରା, ପ୍ରଯୋଜକ ଅକ୍ଷୟ ପରିଜା ଏବଂ ପ୍ରମୋଦ ସ୍ୱାଇଁଙ୍କୁ ପଚରା ଉଚରା କଲା ପରେ ଇଡି ଏବେ ଆଉ ଜଣେ ହୋଟେଲ ବ୍ୟବସାୟୀଙ୍କୁ ଗତ ସପ୍ତାହରେ ପଚରା ଉଚରା କଲା ପରେ ଏବେ ଜଣେ ବ୍ୟାଙ୍କ୍ କର୍ମଚାରୀଙ୍କୁ ଇଡି ନିଜ ଅଫିସକୁ ଡାକିଛି।

ଇଡିର ପଚରା ଉଚରା ପରେ ଯେତେବେଳେ ବ୍ୟାଙ୍କ୍ କର୍ମଚାରୀ ଅଫିସ ବାହାରକୁ ଆସିଲେ ସେତେବେଳେ ମିଡ଼ିଆ ତାଙ୍କୁ ପଚାରିଲେ ଇଡି ତାଙ୍କୁ କାହିଁକି ଡାକିଥିଲା ଏବଂ କ’ଣ ପଚାରିଲା। ଅର୍ଚ୍ଚନା ସହିତ ତାଙ୍କର କଣ ସମ୍ପର୍କ ଅଛି। କିନ୍ତୁ ବ୍ୟାଙ୍କ୍ କର୍ମଚାରୀ ଜଣଙ୍କ ମିଡ଼ିଆକୁ ଅଣଦେଖା କରି ଚାଲି ଯାଉଥିଲେ। ମିଡ଼ିଆ ତାଙ୍କ ପଛେ ପଛେ ଯାଇ ପଚାରିବାରୁ ସେ ଅର୍ଚ୍ଚନାଙ୍କୁ ଜାଣି ନାହାନ୍ତି ଏବଂ ନିଜର କିଛି ବ୍ୟକ୍ତିଗତ କାମ ପାଇ ଇଡି ଅଫିସ୍ ଆସିଥିଲେ ବୋଲି କହି ଦଉଡ଼ି ପଳେଇଲେ।

Leave a Reply

Your email address will not be published. Required fields are marked *