ଅର୍ଶଦ ୱାର୍ସି ଙ୍କ ବିଜୁଳି ବିଲ ଏତେ ଆସିଛି ଯେ, କହିଲେ ଏଥର ପେଣ୍ଟିଂ କିଣନ୍ତୁ ଆରଥରକୁ କିଡନୀ ବିକ୍ରି କରିବାକୁ ପଡ଼ିବ…

ଲକ୍ ଡାଉନ୍ କରୋନା ଭାଇରସ ଭିତରେ ବହୁତ ସାରା ବଲିଉଡ କଳାକାରଙ୍କ ଲାଇନ୍ ବିଲ କୁ ଦେଖି ବହୁତ ଖିବଧ୍ ହୋଇଥିଲେ। ଏଥି ମଧ୍ୟରେ ତାପସୀ ପନ୍ନୁ, ସୋହା ଅଲି ଖାନ, ହୁମା କୁରେଶି ଏବଂ ରାଜ କୁନ୍ଦ୍ରା ଅଛନ୍ତି। ଏବେ ଏହା ଭିତରେ ଅର୍ଶଦ ୱାର୍ସି ବି ବିଜୁଳି ବିଲକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅର୍ଶଦ ୱାର୍ସି ଙ୍କ ଏହି ମାସରେ ବିଜୁଳି ବିଲ ୧ ଲକ୍ଷରୁ ଅଧିକ ଆସିଛି ତେଣୁ ସେ ତାଙ୍କ ପେଣ୍ଟିଂ ବିକ୍ରି କରିବାକୁ ସ୍ଥିର କରିଛନ୍ତି। ବାସ ଏତିକି କି ନୁହେଁ ସେ ଆଉ ମଧ୍ୟ କହିଛନ୍ତି ଯଦି ଆର ମାସକୁ ଏମିତି ବି ବିଜୁଳି ବିଲ ଆସେ ତେବେ ସେ କିଡନୀ ମଧ୍ୟ ବିକ୍ରି କରିବାକୁ ପଡିପାରେ ।

ଏଇ କିଛି ଦିନରେ ଅର୍ଶଦ ୱାର୍ସି ତାଙ୍କର ଏକ ସାକ୍ଷାତକାର ବିଷୟକୁ ନେଇ ଟୁଇଟ କରିଥିଲେ ସେଥିରେ ସେ ତାଙ୍କ ବିଜୁଳି ବିଲ କୁ ନେଇ ଅସନ୍ତୋଷ ପ୍ରକାଶ କରି ଲେଖୁଥିଲେ ” ଦୟାକରି ମୋର ଏହି ପେଣ୍ଟିଂ କୁ କିଏ କିଣନ୍ତୁ ମତେ ଆଦାନୀ ର ବିଜୁଳି ବିଲ ଦେବାକୁ ହେବ, ଆଗକୁ ଆଦାନୀ ର ବିଲ ଦେବାକୁ ମତେ କିଡନୀ ବିକ୍ରି କରିବାକୁ ପଡିପାରେ” ଏହି ଟୁଇଟ କରିବା ପରେ ଅର୍ଶଦ ୱାର୍ସି ଲୋକମାନେ ବହୁମାତ୍ରରେ ଏହାକୁ ରି ଟୁଇଟ କରିଛନ୍ତି ଏବଂ ଏହା ବହୁତ ଭାଇରାଲ ହେବାରେ ଲାଗିଛି।

ଦର୍ଶକ ମାନେ ଏହି ଟୁଇଟ ରେ। ବହୁତ କମେଣ୍ଟ କରୁଛନ୍ତି। ଜଣେ ଲେଖିଥିଲେ କି ସାର୍ ଆପଣଙ୍କ ପେଣ୍ଟିଂ କିଣିବାକୁ ମତେ ମାେ କିଡନୀ ବିକ୍ରି କରିବାକୁ ପଡ଼ିବ। ତ ଆଉ ଜଣେ ଲେଖିଥିଲେ କି ଆପଣ ମୋଦି ସରକାର ଯେଉଁ ଏମେସେମି ଯୋଜନା ପ୍ରସ୍ତୁତ କରିଛନ୍ତି ସେଥିରେ ଲୋନ୍ ଆଣନ୍ତୁ । ଏହା ପରେ ଜଣେ ଲୋକ ମଜାରେ ଲେଖିଛନ୍ତି କି ସାର ଗୋଟିଏ କିଡନୀ ରେ ବିଲ ପୁରା ଦେଇହେବ ନା ଅନ୍ୟ କିଡନୀ ବିକ୍ରି କରିବାକୁ ପଡ଼ିବ।

ଏହି ମାସ ଭିତରେ ବହୁତ ଲୋକଙ୍କ ବିଜୁଳି ବିଲ ଅଧିକା ଆସୁଥିବାର ଅଭିଯୋଗ କରି ଆସୁଛନ୍ତି। ସେମାନଙ୍କ ଭିତରୁ ଅର୍ଶଦ ୱାର୍ସି ମଧ୍ୟ । ସେ ଏହାକୁ ମଧ୍ୟ କହିଛନ୍ତି କି ସେ ଆଦାନୀ ଗ୍ରୁପ୍ କମ୍ପାନୀ ସହ କଥା ବାର୍ତ୍ତା କରି ସମସ୍ୟାର ସମାଧାନ କରିଛନ୍ତି। ଏବଂ ଆଦାନୀ ଇଲେକ୍ଟ୍ରିକ୍ ଗ୍ରୁପରୁ ସାହାଯ୍ୟ ମାଗିବାକୁ ସେ ବାକି ଲୋକଙ୍କୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *