ଉଦିତ ନାରାୟଣ ଙ୍କ ପୁଅ ଇଣ୍ଡିଆନ ଆଇଡଲ ର ପ୍ରସ୍ତୁତ କର୍ତ୍ତା ଆଦିତ୍ୟ ନାରାୟଣ ଙ୍କ ଘରେ ବାହାଘର ର ପର୍ବ ଆରମ୍ଭ ହୋଇଯାଇଛି।ଅଭିନେତ୍ରୀ ଶ୍ବେତା ଅଗ୍ରୱାଲ ଙ୍କ ସହିତ ବାହାଘର ଘୋଷଣା ହେବା ପରେ ରୋକା ସେରିମାନି ର ଫଟୋ ସାମ୍ନା କୁ ଆସିଛି।ଫଟୋ ରେ ଦୁଇ ପରିବାର କୁ ଦେଖିବାକୁ ମିଳିଛି।
ଫଟୋ ରେ ଆଦିତ୍ୟ ଗ୍ରେ ସାର୍ଟ ଡେନିମ ପିନ୍ଧି ଥିବାର ନଜର ଆସିଥିଲେ। ଶ୍ବେତା ପିଙ୍କ ସାଲୁଆର ସୁଟ ରେ ବହୁତ ସୁନ୍ଦର ଦେଖା ଯାଉଥିଲେ।ଦୁଇ ଜଣଙ୍କ ହାତରେ ସଗୁନ ଥିବାର ମଧ୍ୟ ନଜର ଆସିଥିଲା।ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଆଦିତ୍ୟ କିଛି ସମୟ ପୂର୍ବରୁ ହିଁ ନିଜ ଗାର୍ଲ୍ ଫ୍ରେଣ୍ଡ୍ ଶ୍ଵେତା ଅଗ୍ରୱାଲ ଙ୍କ ସହିତ ରିଲେସନସିପ ର ଷ୍ଟାଟସ କନଫର୍ମ କରିଥିଲେ।ଏହି କନଫେରମେସନ ସହିତ ସେ ଏହା ମଧ୍ୟ କହିଥିଲେ କି ଦୁଇ ଜଣ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।ବାହାଘର ର ପ୍ରସ୍ତୁତି ପାଇଁ ସେ ସୋସିଆଲ ମିଡିଆରୁ ବ୍ରେକ ମଧ୍ୟ ନେଇଛନ୍ତି।
ଆଦିତ୍ୟ ଶ୍ବେତା ଙ୍କ ସହିତ ଫଟୋ ସେୟାର କରି କହିଛନ୍ତି କି, ‘ ଆମେ ବାହା ହେବାକୁ ଯାଉଛୁ।ମୁଁ ଦୁନିଆର ସବୁଠୁ ଭାଗ୍ୟଶାଳି ପୁଅ କାରଣ ଶ୍ବେତା ମତେ ମିଳିଲେ। ଏଗାର ବର୍ଷ ପରେ ଆମେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛୁ।ବାହାଘର ର ପ୍ରସ୍ତୁତି ପାଇଁ ସୋସିଆଲ ମିଡିଆ ରୁ ବ୍ରେକ ନେବାକୁ ଚାହୁଁଛି। ଡିସେମ୍ବର ରେ ଦେଖା ହେବ।କହିଥିଲି ନା କେବେ ନା କେବେ ଦେଖା ହେବ ଆମକୁ ବିଶ୍ୱାସ ଥିଲା ‘।
ଆଦିତ୍ୟ ଏବଂ ଶ୍ବେତା ଅଗ୍ରୱାଲ ଙ୍କ ପ୍ରଥମ ଦେଖାସାକ୍ଷାତ ଶାପିତ ଚଳଚ୍ଚିତ୍ର ରୁ ହୋଇଥିଲା।ଏହି ଠାରୁ ହିଁ ଦୁଇ ଜଣଙ୍କ ଲଭ ଷ୍ଟୋରୀ ର ଆରମ୍ଭ ହୋଇଥିଲା।ସେ ଏହା ବାବଦରେ ଗୋଟେ ସାକ୍ଷାତକାର ରେ ମଧ୍ୟ କହିଥିଲେ।
ସେ ଏହା ପରେ ଖୁଲାସା କରି କହିଥିଲେ କି, ‘ ମୁଁ ଶ୍ବେତା ଙ୍କୁ ଚଳଚ୍ଚିତ୍ର ଶାପିତ ରୁ ହିଁ ମିଳିଥିଲି ଏବଂ ଆମ ଦୁଇ ଜଣଙ୍କ ମଧ୍ୟରେ ଭଲ ବନ୍ଧୁତ୍ୱ ମଧ୍ୟ ହୋଇଥିଲା, ପରେ ଧିରେ ଧିରେ ଶ୍ବେତା ଙ୍କ ସହିତ ମୋର ଭଲ ପାଇବା ବଢିଥିଲା।ପ୍ରଥମ ରୁ ସେ କେବଳ ସାଙ୍ଗ ହୋଇ ରହିବା ପାଇଁ ଚାହୁଁଥିଲେ। କାରଣ ସେତେବେଳେ ଆମେ ବହୁତ କମ ବୟସର ହୋଇଥିଲୁ।ଆମେ କ୍ୟାରିଅର ଉପରେ ଫୋକସ କରିବା ପାଇଁ ଚାହୁଁଥିଲୁ। ମୋ ପରିବାର କୁ ଶ୍ବେତା ମଧ୍ୟ ବହୁତ ପସନ୍ଦ।
ଆଦିତ୍ୟ ଶ୍ବେତା ଙ୍କ ବାବଦରେ ମଧ୍ୟ କହିଥିଲେ। ସେ କହିଥିଲେ କି ଶ୍ବେତା ଏକ ଜେନ ମୈାକ ଅଟନ୍ତି।ତାଙ୍କୁ କୌଣସି କଥାରେ ଡର ଲାଗି ନଥାଏ କି କୌଣସି କଥାର ଫରକ ମଧ୍ୟ ପଡି ନଥାଏ। ତାଙ୍କର ଏହି ଗୁଣ ମତେ ବହୁତ ପସନ୍ଦ ଆସିଥିଲା।
ଆଦିତ୍ୟ ଏବଂ ଶ୍ବେତା ଙ୍କ ବାହାଘର ୧ ଡିସେମ୍ବର କୁ ହେବାର ଅଛି। କରୋନା ଭାଇରସ ଯୋଗୁଁ ବିବାହ ରେ ଲାଗିଥିବା ନିୟମ ଯୋଗୁଁ କେବଳ ତାଙ୍କର ବନ୍ଧୁ ବାନ୍ଧବ ଏବଂ ସାଙ୍ଗ ମାନେ ହିଁ ଉପସ୍ଥିତ ରହିବେ।