ଆପଣଙ୍କ ଅନ୍ତବ୍ରସ୍ତ୍ର ମଧ୍ୟ ରକ୍ଷା କରିପାରିବ ବଜାଇନଲ ଇନଫେକ୍ସନ ରୁ ଏହି କଥା ର ଧ୍ୟାନ ରଖିଲେ…

ମହିଳାଙ୍କ ଠାରେ ୟୁଟିଆଇ ଓ ବଜାଇନଲ ଇନଫେକ୍ସନ ହେବା ସାମାନ୍ୟ କଥା । କିନ୍ତୁ ଗର୍ଭବତୀ ସମୟରେ ଏହି ସମସ୍ୟା ହେଲେ ଅଧିକ ସମସ୍ୟା ହୋଇଥାଏ । ପ୍ରାଇଭେଟ ପାର୍ଟ ରେ ହାଇଜିନ ର ଧ୍ୟାନ ରଖି ମଧ୍ୟ ଏଥିରୁ ରକ୍ଷା ପାଇଁ ପାରିବେ । ଅନ୍ତବସ୍ତ୍ର କୁ ଠିକ ଭାବରେ ସଫା ନ କରିଲେ , ଖରା ରେ ନ ଶୁଖାଇ ଯୌନାଙ୍ଗ ସହ ବାରମ୍ବାର ସମ୍ପର୍କ ରେ ରହିଲେ ଅନ୍ତବସ୍ତ୍ର ରେ କୀଟାଣୁ ସୃଷ୍ଟି ହୋଇଥାନ୍ତି । ସଫା ଅନ୍ତବସ୍ତ୍ର ନ ପିନ୍ଧିଲେ ଯୌନାଙ୍ଗ ରେ ସଂକ୍ରମଣ ତଥା ୟୁଟିଆଇ( ମୂତ୍ର ମାର୍ଗରେ ସଂକ୍ରମଣ ) ଆଦି ରୋଗ ଜନ୍ମ ନେଇଥାଏ ।

ହାଇଜିନ କୁ ଧ୍ୟାନ ରେ ରଖି ଅନ୍ତବସ୍ତ୍ର କିଣନ୍ତୁ ।

ମହିଳାଙ୍କୁ କେବଳ ଫେସନ ନୁହେଁ ତା ସହ ନିଜର ଶରୀର ର ମଧ୍ୟ ଧ୍ୟାନ ରଖି ଅନ୍ତବସ୍ତ୍ର କିଣିବା ଦରକାର । ଲାଇଲନ କିମ୍ବା କଟନ ମିଶା କପଡା କିଣିବା ଠାରୁ ଭଲ ପିଅର କଟନ ଅନ୍ତବସ୍ତ୍ର କିଣନ୍ତୁ ।

କାହିଁକି ନା ଗରମ ଦିନ ରେ ଏହି ଅନ୍ତବସ୍ତ୍ର ଦେହ କୁ ପୁରା ଆରାମ ଦେଇଥାଏ । ଆପଣଙ୍କ ଶରୀର ରୁ ବାହାରୁଥିବା ଝାଳ ଝୁଖିଯାଇଥାଏ । ଆପଣଙ୍କୁ ଚିପଚିପା ପଣ ରୁ ରକ୍ଷା କରିଥାଏ । କଟନ ରେ ବାୟୁ ପାସ କରିପାରେ ଏଥି ପାଇଁ ଆପଣଙ୍କ ଦେହ ଇନଫେକ୍ସନ ରୁ ମଧ୍ୟ ରକ୍ଷା ପାଇଁ ପାରିବ ।

ଗର୍ଭବତୀ ସମୟରେ ପିନ୍ଧନ୍ତୁ ଏହି ଅନ୍ତବସ୍ତ୍ର

ଯଦି ଆପଣ ଗର୍ଭବତୀ ଅଛନ୍ତି ତେବେ ଗର୍ଭବତୀ ସମୟରେ ଆପଣ କଟନ ର ବ୍ରା ଓ ପେଣ୍ଟି କିଣନ୍ତୁ । ଏହା ଦ୍ବାରା ଆପଣଙ୍କ ରୈଶୋଜ ଓ ଇଚିଙ୍ଗ ସମସ୍ୟା ହେବ ନାହିଁ । ଯଦି ଆପଣଙ୍କୁ ଗରମ କାରଣରୁ କୁଣ୍ଡେଇ ହେବା ଓ ଲାଲ ଦାଗ ହେବା ଭଳି ସମସ୍ୟା ହେଉଥିଲେ ତେବେ କଟନ ର ଅନ୍ତବସ୍ତ୍ର ଏହାକୁ ଦୂର କରିବା ପାଇଁ ସାହାଯ୍ୟ କରିବ ।

ଗର୍ଭବତୀ ସମୟରେ ଟେଡର କୋମଳ ହୋଇଯାଏ । ଶରୀରରେ ହେଉଥିବା ହୋର୍ମୋନଲ ବଦଳିବା କାରଣରୁ କିଛି ମହିଳାଙ୍କ ଗର୍ଭବତୀ ସମୟରେ ସ୍ତନ ରେ ଇଚିଙ୍ଗ ଭଳି ସମସ୍ୟା ହୋଇଥାଏ । ଏଥିରୁ ବଞ୍ଚିବା ପାଇଁ କଟନ ବ୍ରା ବହୁତ ସାହାଯ୍ୟ କରିଥାଏ ।

ପ୍ରାଇଭେଟ ପାର୍ଟ କୁ ରଖନ୍ତୁ ସଫା

ସ୍ତ୍ରୀ ରୋଗ ବିଶେଷଜ୍ଞ ଙ୍କ ଅନୁସାରେ ମହିଳାଙ୍କୁ ଦିନ ରେ ଅତି କମ ରେ ୨ ଥର ନିଜର ପ୍ରାଇଭେଟ ପାର୍ଟ କୁ ସଫା କରନ୍ତୁ । ଏହା ଦ୍ବାରା ବ୍ୟାକ୍ଟେରିଆ ଓ ଫଙ୍ଗସ ହେବା ପାଇଁ ସମୟ ପାଇ ନ ଥାଆନ୍ତି ।

ପ୍ରତିଥର ଧୁଆ ହୋଇଥିବା ଓ ସଫା ଅନ୍ତବସ୍ତ୍ର ପିନ୍ଧିବା ଦରକାର । ଧ୍ୟାନ ରଖନ୍ତୁ କି ଆପଣଙ୍କ ଅନ୍ତବସ୍ତ୍ର ଯେମିତି ଅଧିକ ଟାଇଟ ନ ହୁଏ । ଏହା ସହିତ ଆପଣ ରାତିରେ ଶୋଇବା ପୂର୍ବରୁ ଯଦି ନିଜର ପ୍ରାଇଭେଟ ପାର୍ଟ କୁ ମେଡିକେଟେଡ ୱାସ କରିଲେ ବହୁତ୍ ଭଲ ହେବ ।

ଯଦି ଦେଖନ୍ତି ଏହି ଲକ୍ଷଣ

ଗରମ କାରଣରୁ ବହୁତ ଅଧିକ ଝାଳ ହେଉଥିଲେ ଏହି କାରଣରୁ ଇଚିଙ୍ଗ , ଇନଫେକ୍ସନ , ଡିସ୍ଚାଜ ଭଳି ଅସୁବିଧା ହେବା ସାମାନ୍ୟ କଥା । କିନ୍ତୁ ଏହାକୁ ଆପଣ ଅଣଦେଖା କରନ୍ତୁ ନାହିଁ । ସଫା ସୁତୁରା ରଖନ୍ତୁ ଓ ଅଧିକ ରୁ ଅଧିକ ଲିକ୍ବିଡ ଡାୟଟ ନିଅନ୍ତୁ । ଏହା ଦ୍ବାରା ଆପଣଊ ଉପକାର ମିଳିବ ।

ଅଫିସ ରେ ଚାକିରି କରିଥିବା ମହିଳାଙ୍କୁ କିଛି ଅଧିକ ଅସୁବିଧା ର ସାମ୍ନା କରିବାକୁ ପଡ଼ିଥାଏ । କାହିଁକି ନା ସର୍ବସାଧାରଣ ସ୍ନାନାଗାର ବ୍ୟବହାର କରିବା ଫଳରେ ତାଙ୍କୁ ବେଜିନାଇଟିସ ହେବାର ସମ୍ଭାବନା ବହୁତ ଗୁଣ ବଢିଯାଏ । ଏଥିପାଇଁ ତାଙ୍କୁ ନିଜର ହାଇଜିନ କୁ ନେଇ ଅଧିକ ସତର୍କତା ଅବଲମ୍ବନ କରିବା ଦରକାର ।

ବେଜିନାଇଟିସ କାରଣରୁ ହୋଇପାରନ୍ତି ଗର୍ଭବତୀ

ଯେମିତି ଆପଣଙ୍କୁ ପିରିୟଡ଼ ମିସ ହେଉଛି ସାଙ୍ଗେସାଙ୍ଗେ ପ୍ରେଗ୍ର୍ନେସୀ ଟେଷ୍ଟ କରାଇ ନିଅନ୍ତୁ । କାହିଁକି ନା ଏହି ସମୟରେ ବଜାଇନଲ ସୀକ୍ରେଶନ ଇକ୍ରିଜ ହୋଇପାରେ । ଏମିତି ରେ ବେଜିନାଇଟିସ ହୋଇପାରେ । ଏଥିପାଇଁ ବଜାଇନଲ ଏରିଆ କୁ ମେଡିକେଟେଡ ୱାସ ଦ୍ଵାରା ସଫା କରିବା ଦରକାର ।

Leave a Reply

Your email address will not be published. Required fields are marked *