ଆପଣଙ୍କ ଆଙ୍ଗୁଳି ର ଲମ୍ବା ରୁ ଜାଣନ୍ତୁ ଆପଣଙ୍କ ଭାଗ୍ୟ କେମିତି…

ହସ୍ତରେଖାଶାସ୍ତ୍ର ରେ ରେଖା , ଚିହ୍ନ ଓ ବିନ୍ଦୁ ଭଳି ଆଙ୍ଗୁଳି ର ମଧ୍ୟ ବିଶେଷ ମହତ୍ତ୍ଵ ରହିଛି । ଆଜ୍ଞା ହଁ କହିରଖୁଛୁ କି ଆଙ୍ଗୁଳି ର ଆକାର ରୁ ଭାଗ୍ୟ କେମିତି ହେବ ଜାଣିପାରିବେ । ଆସନ୍ତୁ ଜାଣିବା କେମିତି ?

1. ଯଦି ତର୍ଜନୀ ଓ ମଧ୍ୟମା ଦୁଇଟି ଯାକ ସମାନ ହୁଏ

ହସ୍ତରେଖାଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ର ଯଦି ତର୍ଜନୀ ଓ ମଧ୍ୟମା ଆଙ୍ଗୁଳି ଦୁଇଟି ଯାକ ସମାନ ହୋଇଥାଏ ତେବେ ଏହା ଶୁଭ । କୁହାଯାଏ କି ଏମିତି ବ୍ୟକ୍ତି ସମାଜରେ ପ୍ରସିଦ୍ଧି ପ୍ରାପ୍ତ କରିଥାନ୍ତି । ଏମାନଙ୍କୁ କେବେ ଅସଫଳତା ର ମୁହଁ ଦେଖିବାକୁ ପଡ଼ିନଥାଏ । ଏମାନେ ସବୁ କ୍ଷେତ୍ରରେ ସଫଳତା ପାଇଥାନ୍ତି ।

2. ଯଦି ତର୍ଜନୀ ଆଙ୍ଗୁଳି ଅନାମିକା ଆଙ୍ଗୁଳି ଠାରୁ ଲମ୍ବା ହୁଏ

ହସ୍ତରେଖାଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ର ଆଙ୍ଗୁଳି ଅନାମିକା ଠାରୁ ଲମ୍ବା ଓ ବର୍ଗାକାର ହୁଏ ତେବେ ଏମିତି ବ୍ୟକ୍ତି ଉତ୍ତମ ଚରିତ୍ର ଓ ଉଦାର ହୃଦୟ ର ହୋଇଥାଏ । ଏମିତି ଲୋକ ଜୀବନ ରେ କାହାରି ଅହିତ ବିଷୟରେ ଭାବିନଥାଏ । ଏହି ଭାବନା ରେ ଚାଲୁଥିବାରୁ ତାଙ୍କୁ ସବୁବେଳେ ସଫଳତା ମିଳିଥାଏ ।

3. ଯଦି ମଧ୍ୟମା ଏହା ଠାରୁ ଅଧିକ ଲମ୍ବା ହେଲେ

ହସ୍ତରେଖାଶାସ୍ତ୍ର ଅନୁସାରେ ମଧ୍ୟମା ଆଙ୍ଗୁଳି ସବୁବେଳେ ତର୍ଜନୀ ଓ ଅନାମିକା ଠାରୁ ବଡ ହୋଇଥାଏ । କିନ୍ତୁ ଯଦି ଏହା ଔସତ ଠାରୁ ଅଧିକ ଲମ୍ବା ହୁଏ ତେବେ ଏହା ଶୁଭ ହୋଇନଥାଏ । କୁହାଯାଏ କି ଏମିତି ଲୋକ ଜୀବନସାରା ବହୁତ ଦୁଃଖକଷ୍ଟ ର ସାମ୍ନା କରିବେ । ଏମାନଙ୍କୁ ସଫଳତା ମିଳିବା ସମୟରେ ଅଟକି ଯାଏ ।

4. ସାମାନ୍ୟ ଛୋଟ ମଧ୍ୟମା ଆଙ୍ଗୁଳି ହେଲେ

ହସ୍ତରେଖାଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ର ମଧ୍ୟମା ଆଙ୍ଗୁଳି ସାମାନ୍ୟ ଠାରୁ ଛୋଟ ହୋଇଥାଏ ତେବେ ଏହା ଭଲ ସଙ୍କେତ ଅଟେ । ଏମିତି ଲୋକଙ୍କୁ ବୁଝି ବିଚାରି ବିଶ୍ୱାସ କରିବା ଦରକାର । ଏମାନଙ୍କ ସହିତ କୌଣସି ସମ୍ପର୍କ ରଖିବା ଆଗରୁ ତାଙ୍କ ବିଷୟରେ ଭଲ ଭାବରେ ଜାଣି ନେବା ଉଚିତ । ନହେଲେ ଧୋକା ମିଳିବାର ସମ୍ଭାବନା ଅଧିକ ଥାଏ ।

5. ଯଦି ଅନାମିକା ଏହି ଆଙ୍ଗୁଳି ଆଡ଼କୁ ଢଳିଥାଏ

ହସ୍ତରେଖାଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ର ଅନାମିକା ଆଙ୍ଗୁଳି କାନି ଆଙ୍ଗୁଳି ଆଡ଼କୁ ଢଳିଥାଏ ତେବେ ଏହା ଶୁଭ ସଙ୍କେତ ଅଟେ । କୁହାଯାଏ କି ଏମିତି ବ୍ୟକ୍ତି ବ୍ୟାପାର ରେ ଖୁବ ନାମ କରିଥାନ୍ତି । କିନ୍ତୁ ଯଦି ଏହା ମଧ୍ୟମା ଆଙ୍ଗୁଳି ଆଡ଼କୁ ଢଳିଥାଏ ତେବେ ଏହା ଘାତକ ହେବା ସହ ଚିନ୍ତା ର କାରଣ ହୋଇଥାଏ ।

Leave a Reply

Your email address will not be published. Required fields are marked *