ଆପ ବ୍ୟାନ ପରେ ଚୀନ ଦେଉଛି ଧମକ, ଭାରତର ବାଣିଜ୍ୟ କୁ ଏହି ନିଷ୍ପତି ପଡ଼ିବ ମହଙ୍ଗା…

ଭାରତ ସରକାର ଚୀନ ର ୫୯ ଟି ମୋବାଇଲ ଆପ କୁ ବ୍ୟାନ କରିବା ପରେ ଏହାର ପ୍ରଭାବ ଚୀନ ସରକାରଙ୍କ ଉପରେ ପଡୁଥିବା ଦେଖିବାକୁ ମିଳୁଛି। ଚୀନ ସରକାରଙ୍କ ମୁହଁ ତଥା ଗ୍ଲୋବାଲ ଟାଇମ୍ସ ରେ ଏହା କୁହାଯାଉଛି କି ଭାରତ ଚୀନ ର ଆପ ଉପରେ ପ୍ରତିବନ୍ଧକ ଲଗେଇବା ଉଚିତ ନୁହେଁ। ସେଥିରେ ଏହା ମଧ୍ୟ ଉଲ୍ଲେଖ ଅଛି କି ଚୀନ ର ପ୍ରତିବନ୍ଧକ ପାଇଁ କୌଣସି କାରଣ ନାହିଁ ଯେ ଚୀନ୍ କମ୍ପାନୀଗୁଡିକ ବିରୋଧରେ ଭାରତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଗ୍ଲୋବାଲ ଟାଇମ୍ସ ରେ ଏହା ମଧ୍ୟ ଉଲ୍ଲେଖ କି ୨୦୦୭ ରେ ହୋଇଥିବା ଡୋକଲାମ ବିବାଦ କୁ ନେଇ କହିଛନ୍ତି କି ଗତ କିଛି ବର୍ଷ ହେଲା ଭାରତ- ଚୀନ ସୀମାରେ ବହୁତ ବିବାଦ ହୋଇଛି। କିନ୍ତୁ ବାଣିଜ୍ୟ ଯୁଦ୍ଧ ଦୁଇଦେଶ ପାଇଁ ଅସାମାନ୍ୟ ହେବ । କାରଣ ୨୦୦୭ ରେ ହୋଇଥିବା ଡୋକଲାମ ଯୁଦ୍ଧ ପରେ ଭାରତ ର ସଙ୍କଟ ବୃଦ୍ଧି ପାଇ ଥାଆନ୍ତା ଯଦି ଚୀନ- ଭାରତ ବାଣିଜ୍ୟ କାରବାର ସ୍ଵାଭାବିକ ହୋଇନଥାଆନ୍ତା।

ଗ୍ଲୋବାଲ ଟାଇମ୍ସ ରେ ଏହା ଉଲ୍ଲେଖ କରିଛି କି ଭାରତ ଚୀନ ଆପ ଉପରେ ପ୍ରତିବନ୍ଧକ ଲଗେଇବା ଦ୍ଵାରା ଚୀନ କୁ କ୍ଷତି ହୋଇଛି କିନ୍ତୁ ଏହାର ଅର୍ଥ ଏହା ନୁହେଁ କି ଭାରତ ଚୀନ ର ବିଶାଳ ବାଣିଜ୍ୟ କୁ କ୍ଷତି ପହଞ୍ଚାଇ ପାରିବ।

ଚୀନ ଖବର କାଗଜ ଗ୍ଲୋବାଲ ଟାଇମ୍ସ ଏହା କହିଛି କି ଭାରତ- ଚୀନ ସୀମା ଉପରେ ହୋଇଥିବା ଗଣ୍ଡଗୋଳ ପରେ ଭାରତ ସରକାର ଚୀନ ସହ ଶାନ୍ତି ପାଇଁ ଚେଷ୍ଟା କରୁଥିଲେ। କାରଣ ଦୁଇଦେଶ ମଧ୍ୟରେ ବ୍ୟାପାରିକ ଓ ଆର୍ଥିକ ସୁରକ୍ଷା ଦୁଇ ଦେଶ ଭିତରେ ବନି ରହିପାରିବ। ଏହା ଦୁଇ ଦେଶ ପାଇଁ ମଧ୍ୟ ଲାଭ ଦାୟକ ଅଟେ। କିନ୍ତୁ ଏବେ ଏହା ଲାଗୁଛି କି ଭାରତ ଭିତରେ ବଢୁଥିବା ଜାତୀୟତା ବାଦ କୁ ନିୟନ୍ତ୍ରିତ କରିବାରେ ମୋଦି ସରକାର ନାକାମୀୟାବ ହୋଇଛନ୍ତି।

ଗ୍ଲୋବାଲ ଟାଇମ୍ସ ପକ୍ଷରୁ କୁହାଯାଇଛି କି ମୋଦି ସରକାର ଦେଶରେ ବଢୁଥିବା ଜାତୀୟତା ବାଦ କାରଣରୁ ବାଧ୍ୟ ହୋଇ ଆପ କୁ ବ୍ୟାନ କରିଛନ୍ତି। ସୀମା ଉପରେ ଯେଉଁ ଭଳି ବିବାଦ ହେଲା ୨ଦେଶର ସାଧାରଣ ଲୋକ ଏହା କେବେ ଦେଖିନଥିଲେ। କିନ୍ତୁ ଭାରତ ସରକାର ଚୀନ ବ୍ୟବସାୟୀଙ୍କ ଭରସା ଭାଙ୍ଗିଛନ୍ତି। ଯଦି ଭାରତ ସରକାର ଏହି ଉପାୟରେ ଦେଶର ଜାତୀୟତାବାଦୀ ଭାବନାକୁ ପ୍ରୋତ୍ସାହନ ଜାରି ରଖନ୍ତି, ତେବେ ଭାରତକୁ ଡୋକଲାମ ସଙ୍କଟଠାରୁ ଅଧିକ କଷ୍ଟ ସହିବାକୁ ପଡ଼ିବ। ଏବଂ ଗ୍ଲୋବାଲ ଟାଇମ୍ସ ମଧ୍ୟ ଭାରତ ସରକାର ଙ୍କ ଉପରେ ଆସା ରଖିଛନ୍ତି କି ଭାରତ ସରକାର ସାମ୍ରତିକ ସ୍ଥିତିକୁ ନଜରରେ ରଖି ଏକାକୁ ନିୟନ୍ତ୍ରଣ ନିହାତି କରିବେ।

ବନ୍ଧୁଗଣ ଆପଣ ମାନଙ୍କୁ ଅନୁରୋଧ କି ଏହାକୁ ବହୁ ମାତ୍ରାରେ ସେୟାର କରନ୍ତୁ ଏବଂ ଚୀନ ପାଇଁ ଦୁଇ ପଦ ଲେଖିବାକୁ ଅନୁରୋଧ।

Leave a Reply

Your email address will not be published. Required fields are marked *