ଆଶା ନେଗିଙ୍କ ହୃଦୟରେ ଏବେ ମଧ୍ୟ ରହିଛି ଋତଭିକଙ୍କ ପାଇଁ ପ୍ରେମ, ପ୍ରକାଶ କଲେ ତାଙ୍କ ବ୍ରେକଅପର କାହାଣୀ।

ଆଶା କହିଲେ ଯେ, ମୁଁ ଏହା ହିଁ କହିବି ଏହା ହେଉଛି ଜୀବନ ଏବଂ ଆମେ ଆଭିନେତା ମାନେ ମଧ୍ୟ ମଣିଷ ଅଟୁ। ପ୍ରଶଂସକ ମାନଙ୍କୁ କହିବି ଯେ, ଆମକୁ ଜଜ୍ ନକରନ୍ତୁ କାରଣ ଆମର ମଧ୍ୟ ଗୋଟିଏ ଜୀବନ ଅଛି ତେଣୁ ଆମ ବ୍ୟକ୍ତିଗତ ଜୀବନର ନିଷ୍ପତ୍ତିକୁ ସମସ୍ତେ ସମ୍ମାନ ଦିଅନ୍ତୁ।

ଆଶା ନେଗି ଏବଂ ଋତଭିକ ଧନଜାନୀଙ୍କର ଅନେକ ବର୍ଷ ପୁରୁଣା ସମ୍ପର୍କ ଭାଙ୍ଗି ଯାଇଛି ଏବଂ ଶେଷରେ ବର୍ତ୍ତମାନ ଏବିଷୟରେ ଆଶା ନିଜର ନୀରବତା ଭାଙ୍ଗିଛନ୍ତି। ଆଶା ତାଙ୍କ ବ୍ରେକଅପ ଖବର ଆସିବା ପରେ ମଧ୍ୟ କିଛି କହିନଥିଲେ କିନ୍ତୁ ଏବେ ଅଚାନକ ଭାବରେ ଆଶା ନିଜର ଏବଂ ଋତଭିକଙ୍କର ବ୍ରେକଅପ ବିଷୟରେ କହିଛନ୍ତି। ଯଦିଓ ବର୍ତ୍ତମାନ ଦୁଇଜଣଙ୍କ ରାସ୍ତା ଭିନ୍ନ ହୋଇଯାଇଛି କିନ୍ତୁ ଋତଭିକଙ୍କର ମଙ୍ଗଳ ପାଇଁ ପାର୍ଥନା କରିଛନ୍ତି ଆଶା।

ଆଜତକରେ ଏସ୍କକ୍ଲୁସିଭ କଥାବାର୍ତ୍ତାରେ ଆଶା ନେଗି କହିଛନ୍ତି,”ମୁଁ ବାସ୍ ଏତିକି କହିବାକୁ ଚାହୁଁଛି ଯେ, ଆମେ ଦୁଇଜଣ ବର୍ତ୍ତମାନ ଯେଉଁ ସ୍ଥାନରେ ଅଛୁ ଏବଂ ଏହି ସମୟରେ ନିଜ ଜୀବନରେ ଯେଉଁ ପରିସ୍ଥିତିରେ ଅଛୁ, ମୋତେ ଲାଗୁଛି ଯେ, ଆମେ ଦୁଇଜଣ ନିଜର ପୂର୍ଣ୍ଣ ଚେଷ୍ଟା କରୁଛୁ, ନିଜର ଉତ୍ତମ ଦେବା ପାଇଁ ଏବଂ ଉଭୟ ନିଜ ଉପରେ କାର୍ଯ୍ୟ କରୁଛୁ। ମୁଁ ମୋ ତରଫରୁ ଏସବୁ କହି ପାରିବିକି ମୋର ଋତଭିକଙ୍କ ପ୍ରତି କୌଣସି ଖରାପ ଭାବନା ନାହିଁ।

ମୋର ମଧ୍ୟ ବିଶ୍ୱାସ ଅଛି ଋତଭିକଙ୍କର ମୋ ପ୍ରତି କୌଣସି ଖରାପ ଭାବନା ରହି ନଥିବ। ମୁଁ ବାସ୍ ଏତିକି ଚାହୁଁଛି ଯେ, ସେ ମଧ୍ୟ ନିଜ ଜୀବନରେ ଆଗକୁ ବଢ଼ନ୍ତୁ। ଏସବୁ ମୋ ପାଇଁ ଅତ୍ୟନ୍ତ ବ୍ୟକ୍ତିଗତ ଜିନିଷ ମୁଁ ବାସ୍ ଏତିକି କହିବାକୁ ଚାହିଁବି ଯେ ମୋ ହୃଦୟରେ ଋତଭିକଙ୍କ ପାଇଁ କେବଳ ଏବଂ କେବଳ ଭଲ ପାଇବା ହିଁ ରହିଥାଉ।”

ଆଗକୁ ଆଶା ଏହା ମଧ୍ୟ କହିଲେ,”ମୁଁ ଏହା କହିବି ଯେ, ଏହା ଜୀବନ ଅଟେ ଏବଂ ଆମେ ଅଭିନେତା, ଅଭିନେତ୍ରୀ ମାନେ ମଧ୍ୟ ମଣିଷ ଅଟୁ। ପ୍ରଶଂସକକୁ କହିବାକୁ ଚାହିଁବି ଯେ ଆମ ମାନଙ୍କୁ ଜଜ୍ କରନ୍ତୁ ନାହିଁ ଏବଂ ଆମ ବ୍ୟକ୍ତିଗତ ନିଷ୍ପତ୍ତିକୁ ସମସ୍ତେ ସମ୍ମାନ ଦିଅନ୍ତୁ।”

ୱେବ ସିରିଜରେ ନଜର ଆସିବେ ଆଶା ନେଗି:

ବାସ୍ତବରେ ସୂଚନାଯୋଗ୍ୟ ଯେ, ଆଶା ନେଗି ଖୁବଶୀଘ୍ର ନୂତନ ୱେବସିରିଜରେ ନଜର ଆସିବେ। ଏହି ୱେବସିରିଜର ନାମ ହେଉଛି ଅଭୟ-୨, ଯେଉଁଥିରେ ସେ ଜଣେ ପତ୍ରକାରଙ୍କର ଚରିତ୍ରରେ ଅଭିନୟ କରିଛନ୍ତି। ଆଶା ନିଜର ଏହି ଚରିତ୍ରକୁ ନେଇ ବହୁତ ଅଧିକ ଉତ୍ସାହିତ ଅଛନ୍ତି। ଏହି ୱେବସିରିଜରେ ଆଶା ନେଗି, କୁଣାଲ ଖେମୁ ଏବଂ ରାମ କପୁରଙ୍କ ସହିତ କାମ କରିଛନ୍ତି। ସେ ଏହି ୱେବସିରିଜ ସମୟରେ ନିଜର ଅଭିଜ୍ଞତା ସେୟାର କରିବାକୁ ଯାଇ କହିଛନ୍ତି ଯେ,”ମୋତେ କୁଣାଲଙ୍କ ସହିତ କାମ କରି ବହୁତ ମଜା ଆସିଲା। ବର୍ତ୍ତମାନ ଅତିଶୀଘ୍ର ମୁଁ ମୋର ପ୍ରିୟ ଅଭିନେତା ରାମ କପୁରଙ୍କ ସହିତ ସୁଟିଙ୍ଗ କରବାକୁ ଯାଉଛି।

ତେବେ ବିଶେଷ ସୂତ୍ରରୁ ସୂଚନାଯୋଗ୍ୟ ଯେ, ୱେବସିରିଜ ଅଭୟ-୨ ବ୍ୟତୀତ ଖୁବଶୀଘ୍ର ଫିଲ୍ମ ଲୁଡୋ ରେ ଅଭିନୟ କରିବାକୁ ଯାଉଛନ୍ତି ଆଶା ନେଗି।

Leave a Reply

Your email address will not be published. Required fields are marked *