ଆଷାଢ଼ ମାସ ରେ କାହିଁକି ନବବିବାହିତ ଦମ୍ପତିଙ୍କୁ ଶାରିରୀକ ସମ୍ବଦ୍ଧ ରଖିବା ପାଇଁ ମନା କରାଯାଇଥାଏ ?

ହିନ୍ଦୁ ମାନ୍ୟତା ଅନୁସାରେ ଆଷାଢ଼ ମାସକୁ ଅଶୁଭ ବୋଲି ମନା ଯାଇଥାଏ । ଏହି ମାସରେ କୌଣସି ଶୁଭ କାର୍ଯ୍ୟ କରାଯାଇନଥାଏ ଯେମିତି ବିବାହ ଗୃହ ପ୍ରବେଶ ଆଦି । ହେଲେ ଏହି ମାସରେ ପୂଜାପାଠ ଓ ବ୍ରତ ଆଦି କୁ ଶୁଭ ବୋଲି ମନାଯାଏ । ଏହି ମାସକୁ ଅଶୁଭ ବୋଲି କହିବା ପଛରେ ଗୋଟିଏ ଧାର୍ମିକ ଓ ଜ୍ୟୋତିଷ କାରଣ ଅଛି ବୋଲି କୁହାଯାଏ । ଅନ୍ୟ ପକ୍ଷରେ ଏହାର ବୈଜ୍ଞାନିକ ଓ ସାମାଜିକ କାରଣ ମଧ୍ୟ ଅଛି ।

ଏହି ମାସ ପରେ ବର୍ଷା ୠତୁ ର ଆରମ୍ଭ ହୋଇଥାଏ କୃଷି କାର୍ଯ୍ୟ ଆରମ୍ଭ ହୋଇଥାଏ ପ୍ରାୟ ସେଇଥିପାଇଁ ଆମଦାନୀ କମ ହୋଇଯାଇଥାଏ ଓ ବିପରୀତ ପରିସ୍ଥିତି ର ସାମ୍ନା କରିବା ପାଇଁ ଖର୍ଚ୍ଚ କାଟିବା କୁ ପଡ଼ିଥାଏ ଓ କୌଣସି ଶୁଭ କାର୍ଯ୍ୟ କରାଯାଇନଥାଏ ।

ଚିତ୍ତାକର୍ଷକ ମାନ୍ୟତା

ଦକ୍ଷିଣ ଭାରତ ରେ ଆଷାଢ ମାସ କୁ ନେଇ ବହୁତ ପ୍ରକାର ମାନ୍ୟତା ଦେଖିବାକୁ ମିଳିଥାଏ । ନବବିବାହିତ ଦମ୍ପତି ଙ୍କୁ ଅଲଗା ରହିବା ପାଇଁ କୁହାଯାଏ । ସନ୍ତାନ ଉତ୍ପତ୍ତି କରିବା ରୁ ଦୂରେଇ ରହିବା ପାଇଁ କୁହାଯାଏ । ନବବିବାହିତ ବୋହୂ କୁ ତାଙ୍କ ବାପଘରକୁ ପଠାଇ ଦିଆଯାଏ ଓ ଶ୍ରାବଣ ମାସ ରେ ପୁଣି ଶାଶୁଘର କୁ ଆସିଥାଏ ।

କାହିଁକି ଅଲଗା କରି ଦିଆଯାଏ ନବବିବାହିତ ଦମ୍ପତିଙ୍କୁ

google

ଯାହାଙ୍କର ନୂଆ ନୂଆ ବାହାଘର ହୋଇଥାଏ ତାଙ୍କୁ ଆଷାଢ ମାସରେ ଅଲଗା ରହିବା ପାଇଁ କୁହାଯାଏ । ଏହା ପଛରେ ଜ୍ୟୋତିଷ , ବୈଜ୍ଞାନିକ ଓ ଆର୍ଥିକ କାରଣ ବୋଲି କୁହାଯାଏ ହେଲେ ଅଧିକ ରୂପରେ କୌଣସି କାରଣ କୁ କୁହାଯାଏ ନାହିଁ ।

ବୈଜ୍ଞାନିକ କାରଣ

ଆଷାଢ଼ ମାସ ଯାହା ଜୁନ ଜୁଲାଇ ରେ ଆସିଥାଏ ଯଦି ନବ ବିବାହିତ ଯଦି ସନ୍ତାନ ଉତ୍ପତ୍ତି କରୁଛନ୍ତି ତେବେ ଡେଲିଭେରୀ ମାର୍ଚ୍ଚ ଏପ୍ରିଲ୍ ରେ ହେବାର ସମ୍ଭାବନା ରହିଥାଏ ଓ ଏହି ସମୟ ରେ ଗ୍ରୀଷ୍ମ ଋତୁ ର ଆରମ୍ଭ ହୋଇଥାଏ । ଗରମରେ ପିଲା ଙ୍କୁ ପାଳିବା କଠିନ ହୋଇଥାଏ , ସମ୍ବେଦନଶୀଳ ହେବା କାରଣରୁ ତାକୁ ରୋଗ ରେ ଶୀଘ୍ର ଆକ୍ରାନ୍ତ ହୋଇଥାଏ ।

କୃଷି ସହ ଯୋଡିତ କାରଣ

ପ୍ରାଚୀନ କାଳରେ ମହିଳା ମାନେ ମଧ୍ୟ କୃଷି କାର୍ଯ୍ୟରେ ସାହାଯ୍ୟ କରୁଥିଲେ । ଫସଲ ରୋଇବା ରେ ମଧ୍ୟ ସାହାଯ୍ୟ କରୁଥିଲେ । ଆଷାଢ଼ ମାସ ପରେ ବର୍ଷା ଋତୁ ଆରମ୍ଭ ହୋଇଯାଇଥାଏ ଯେଉଁ ସମୟରେ କୃଷି କାର୍ଯ୍ୟ ଆରମ୍ଭ କରି ଦିଆଯାଏ ତେବେ ଏହି ସମୟରେ ଯଦି ନବବିବାହିତା ଗର୍ଭବତୀ ହୋଇଯାଏ ତେବେ କୃଷି କାର୍ଯ୍ୟ ରେ ସାହାଯ୍ୟ କରିପାରିନଥାଏ । ଏଥିପାଇଁ ଏହି ମାସରେ ସନ୍ତାନ ଉତ୍ପତ୍ତି କରାଯାଇନଥାଏ ।

ନବବିବାହିତା ଙ୍କୁ କେବଳ କାହିଁକି ଅଲଗା କରାଯାଇଥାଏ ?

ହିନ୍ଦୁ ଶାସ୍ତ୍ର ଅନୁସାରେ ଦମ୍ପତି ଙ୍କ ପ୍ରଥମ ସନ୍ତାନ ଯଦି ପୁଅ ହୁଏ ଓ ତାହାର ଜନ୍ମ ଚୈତ୍ରମାସ ରେ ହେଲେ ପିତା ପାଇଁ ଶୁଭ ହୋଇନଥାଏ । ତାଙ୍କର ଉନ୍ନତି ରୋକି ଯାଇଥାଏ । ଏହାକୁ ଖାସକରି ତାମିଲ ହିନ୍ଦୁ ସମାଜ ରେ ଅଧିକ ମାନିଥାନ୍ତି ଏଥି ପାଇଁ ନବବିବାହିତା ଙ୍କୁ କୁହାଯାଏ କି ଆଷାଢ଼ ମାସରେ ଗର୍ଭବତୀ ନ ହେବା ପାଇଁ କୁହାଯାଏ । ଯେଉଁ ଦମ୍ପତି ଙ୍କ ର ଆଗରୁ ସନ୍ତାନ ଅଛି ତାଙ୍କ ଉପରେ ଏହି ନିୟମ ଲାଗୁ ହୋଇନଥାଏ କେବଳ ନବବିବାହିତା ଙ୍କୁ ଅଲଗା ରହିବା ପାଇଁ କୁହାଯାଏ ।

ନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଭଲ ଲାଗିଥାଏ ଗୋଟେ ଲାଇକ ସହିତ ସେୟାର କରିବାକୁ ଅନୁରୋଧ |

Leave a Reply

Your email address will not be published. Required fields are marked *