ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଯେ ରାଶି ଚକ୍ରରେ ୧୨ ଗୋଟି ରାଶି ରହିଅଛି। ଏବଂ ୧୨ ଗୋଟି ରାଶିର ରାଶିଫଳ, ଗ୍ରହ ମାନଙ୍କ ପରିଚାଳନାରୁ ନିର୍ଧାରିତ ହୋଇଥାଏ। ଗ୍ରହ ମାନଙ୍କର ସିଧା ପ୍ରଭାବ ଏହି ରାଶି ମାନଙ୍କର ଉପରେ ପଡିଥାଏ। ପ୍ରତ୍ୟେକ ବ୍ୟକ୍ତିର କୁଣ୍ଡଳୀ ବା ଜାତକ ଏହି ରାଶି ମାନଙ୍କର ସହିତ ଜଡିତ ରହିଥାଏ। ଏହି ଗ୍ରହ ମାନଙ୍କ ଚଳନ କିଛି ରାଶି ମାନଙ୍କର ଉପରେ ଭଲ ପ୍ରଭାବ ପକାଇଥାଏ ତ କିଛି ରାଶି ମାନଙ୍କର ଉପରେ ଖରାପ ପ୍ରଭାବ ମଧ୍ୟ ପକାଇଥାଏ। ପ୍ରତ୍ୟେକ ଦିନ, ଗ୍ରହରେ କିଛି ନାଁ କିଛି ପରିବର୍ତ୍ତନ ଘଟୁଛି।
ସେହିପରି ୪ ଟି ରାଶି ଉପରେ ଆଜିଠାରୁ ଗ୍ରହ ମାନଙ୍କର କୁପ୍ରଭାବ ପଡ଼ିବାକୁ ଯାଉଛି। ଏହି ୪ ଗୋଟି ରାଶିର ଲୋକମାନଙ୍କୁ ସାବଧାନତାର ସହିତ ରହିବାକୁ ପଡିବ। ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ଯେଉଁ ରାଶି ମାନଙ୍କ ଉପରେ ଆଗାମୀ ଦିନ ମାନଙ୍କରେ ଅଘଟଣ ମାଡି ଆସୁଛି।
ମିଥୁନ ରାଶି:

ଏହି ରାଶିର ଲୋକମାନଙ୍କର ଲୋକ ପ୍ରିୟତା ହ୍ରାସ ପାଇବ। ନିଜର ଆସ୍ଥା ହରାଇବେ। ଅର୍ଥଭାବ ଅନୁଭବ କରିପାରନ୍ତି । ଆକସ୍ମିକ କୌଣସି କଳହରେ ପଡିପାରନ୍ତି। ଆର୍ଥିକ କ୍ଷତି ସହିବେ। ପାଇଥିବା ଦ୍ରବ୍ୟ ହରାଇ ବସିବେ। କୌଣସି ଏକ ବଡ଼ ଧରଣର ଯୋଜନାରେ ପରିବର୍ତ୍ତନ କରିବେ। ପରିବାରରେ ଜଞ୍ଜାଳ ବଢିବ ଏବଂ ଖର୍ଚ୍ଚ ମଧ୍ୟ ବଢିବାରୁ ବିଚଳିତ ରହିବେ। କୌଣସି ଆତ୍ମୀୟ ମାନଙ୍କର ଦ୍ୱାରା ଅସୁବିଧାରେ ପଡିପାରନ୍ତି।
ପ୍ରତିକାର:
ଆପଣଙ୍କର ପାଇଁ ପତିକାର ହେଉଛି ଗାଈକୁ ସବୁଜ ଘାସ କିମ୍ବା ଅନ୍ୟ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।
କର୍କଟ ରାଶି:

ଆପଣ ମାନଙ୍କର ମାନସିକ ଆଶାନ୍ତି ବଢ଼ିପାରେ। ଦୂର ବନ୍ଧୁଙ୍କର ଦ୍ୱାରା ଅପମାନିତ ହୋଇପାରନ୍ତି। ଅଯଥା କାମରେ ଟଙ୍କା ବିନିଯୋଗ କରିବେ। କୌଣସି ଜାଗାରୁ ଅପମାନିତ ହୋଇପାରନ୍ତି। ଅବାଞ୍ଚୀତ ପରିସ୍ଥିରେ ପଡିଯିବେ। ଶାରୀରିକ କଷ୍ଟ ଭୋଗିବେ। ଆପଣଙ୍କର ପାଇଁ ପରିବାରରେ କଳହ ସୃଷ୍ଟି ହୋଇପାରେ।
ପ୍ରତିକାର:
ଆପଣଙ୍କର ପାଇଁ ପ୍ରତିକାର ହେଉଛି ଗରିବ ଲୋକଙ୍କୁ ଅନ୍ନ କିମ୍ବା କିଛି ସାହାର୍ଯ୍ୟ କରନ୍ତୁ।
ମୀନ ରାଶି:

ଅର୍ଥ ଅଭାବର ଆଭାସ ମିଳିବ। ନିଜର ପରିବେଶରେ ପରିବର୍ତ୍ତନ ହେବ। ମାନ ସମ୍ମାନରେ ହାନି ଘଟିବ। ଉପଯୁକ୍ତ ନ୍ୟାୟ ପାଇ ପାରିବେ ନାହିଁ।ପରିବାରରେ ବିଶୃଙ୍ଖଳା ଦେଖା ଦେଇପାରେ। ଉପରିସ୍ଥ କତ୍ତୃପକ୍ଷଙ୍କ ଚାପି ବଢିଯିବ।ଆଳସ୍ୟ ଅନୁଭବ କରିବେ। ହଠାତ ଦୁର୍ଘଟଣା ଗ୍ରସ୍ତ ହୋଇପାରନ୍ତି। ତେଣୁ ସର୍ବଦା ସାବଧାନ ରୁହନ୍ତୁ। ମାନସିକ ଉଦବେଗ ବଢିଯିବ। କାର୍ଯ୍ୟରେ ଅବନତି ଘଟିବ।
ପ୍ରତିକାର:
ଆପଣଙ୍କର ପାଇଁ ପ୍ରତିକାର ହେଉଛି ପ୍ରତ୍ୟେକ ମଙ୍ଗଳ ବାର ଦିନ ହନୁମାନ ଚାଲିସାର ପାଠ କରନ୍ତୁ। ଏବଂ ଭଗବାନ ହନୁମାନଙ୍କ ମନ୍ଦିରକୁ ଯାଇ ଭଗବାନ ହନୁମାନଙ୍କ ଚରଣରେ ମୁଣ୍ଡିଆ ମାରନ୍ତୁ।
ବିଛା ରାଶି:

ଭୟଭୀତ ମଧ୍ୟରେ ସମୟ ଅତିବାହିତ ହେବ। ବହୁତ ଦିନର ଅନୁସନ୍ଧାନରେ ବିଫଳ ହେବେ। ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ। ମାନସିକ ଚାପ ପଡିପାରେ। ବ୍ୟସ୍ତତା ଭିତରେ ସମୟ କଟିପାରେ। ଗୃହରେ କ୍ଳେଶ ଦେଖାଦେଇପାରେ। ଅଭାବ ଅନାଟନରେ ଦିନ କଟିପାରେ। ବିଶ୍ୱାସଘାତକତାର ଶିକାର ହୋଇପାରନ୍ତି। ନିଜର ଦେହ ଉପରେ କଷ୍ଟ ରହୁଛି ସତର୍କ ରୁହନ୍ତୁ। ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି।
ପ୍ରତିକାର:
ଆପଣଙ୍କର ପାଇଁ ପ୍ରତିକାର ହେଉଛି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ ବା ବସ୍ତ୍ର ଦାନ କରନ୍ତୁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।