ଆୟୁଷ ମନ୍ତ୍ରାଳୟ ଦ୍ୱାରା କୁହାଯାଇଥିବା କଢା ଘରେ ବନାନ୍ତୁ। ନିଜ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ। କରୋନା ସଂକ୍ରମଣରୁ ରକ୍ଷା କରିବ ଏହି କାଢ଼ା

କରୋନାର ସଂକ୍ରମଣ ପରେ ଲୋକମାନେ କାଢା ଏବଂ ଗରମ ପାଣିର ମହତ୍ତ୍ୱ ବୁଝି ସାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସାକ୍ଷାତକାର ସମୟରେ କହିଛନ୍ତି ଯେ, ନିଜର ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆୟୁଷ ମନ୍ତ୍ରାଳୟ ଦ୍ୱାରା ଯେଉଁ ନିର୍ଦ୍ଦେଶ ଦିଆଯାଇଛି ଯଦି ଆମେ ସେହି ନିର୍ଦ୍ଦେଶକୁ ପାଳନ କରୁ ଯେପରିକି ଗରମ ପାଣି କିମ୍ବା କାଢ଼ାର ନିୟନ୍ତ୍ରଣ ସେବନ କରିଲେ ନିହାତି କରୋନା ସଂକ୍ରମଣରୁ ରକ୍ଷା ପାଇଁ ପାରିବେ।

କୋଭିଡ-୧୯ ରୁ ରକ୍ଷା ପାଇବା ପାଇଁ ଆମେ ସମସ୍ତେ କାଢ଼ା ବ୍ୟବହାର ଆରମ୍ଭ କରିଦେଇଛୁ। ବର୍ତ୍ତମାନ ଆୟୁଷ ମନ୍ତ୍ରାଳୟ ଦ୍ୱାରା କୁହାଯାଇଥିବା କାଢ଼ାର ପ୍ରସ୍ତୁତ ବିଧି ଜାଣନ୍ତୁ।

କାଢ଼ା ପ୍ରସ୍ତୁତିର ବିଧି:

google

ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ ୩ ଗ୍ଲାସ ପାଣି ନିଅନ୍ତୁ ଏବଂ ସେହି ପାଣିରେ ଏକ ଛୋଟ ଖଣ୍ଡ ଡାଲଚିନି ପକାନ୍ତୁ। ଯାହା ଆପଣଙ୍କ ଥଣ୍ଡା,କାଶକୁ ଦୂର କରିବା ସହିତ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇ ଦେଇଥାଏ। ଯାହାଦ୍ୱାରା କୌଣସି ରୋଗର ସଂକ୍ରମଣ ହୋଇନଥାଏ।

ଏହାପରେ ଏଥିରେ ୪ରୁ ୫ଟି ଲବଙ୍ଗ ପକାଇ ଦିଅନ୍ତୁ। ଏହା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ। ଏବେ ସେହି ପାଣିରେ ୨ଟି ଗୁଜୁରାତି ଛେଚି ପକାଇ ଦିଅନ୍ତୁ କିମ୍ବା ତାକୁ ଖୋଲି ପକାଇ ଦିଅନ୍ତୁ। ଆବଶ୍ୟକ ହିସାବରେ ପାଣି ପକାଇ ଦିଅନ୍ତୁ। ପାଣି ୩ ଗ୍ଲାସ ଦିଆଯାଇଥିବାରୁ ଏଥିରେ ୫ରୁ ୭ଟି ଗୋଲମରିଚକୁ ସେଥିରେ ଗୁଣ୍ଡ କରି ପକାଇ ଦିଅନ୍ତୁ ହେଲେ ଏହାକୁ ସମ୍ପୂର୍ଣ୍ଣ ଗୁଣ୍ଡ କରିବେ ନାହିଁ ଦରଛେଚା ଭଳି କରି ପକାଇ ଦେବେ।

ଏବେ ଏଥିରେ ଏକ ତେଜପତ୍ର ଏବଂ ଦୁଇ ଚାମଚ ଗୁଡ଼ ପକାନ୍ତୁ। ଯଦି ଏଥିରେ ଆପଣ ଗୁଡ଼ର ବ୍ୟବହାର କରିବାକୁ ଚାହୁଁ ନାହାନ୍ତି ତେବେ କଳା ଲୁଣ ବ୍ୟବହାର କରି ପାରିବେ। ଏହାପରେ ଏଥିରେ ଦୁଇ ଇଞ୍ଚ ଲମ୍ବାର ଗୋଟିଏ ଅଦାକୁ ଛେଚି ପକାଇ ଦିଅନ୍ତୁ। ଏହାପରେ ଏକ ଛୋଟ କଞ୍ଚା ହଳଦୀକୁ ଛେଚି ପକାଇ ଦିଅନ୍ତୁ ଯଦି ଆପଣଙ୍କ ପାଖରେ କଞ୍ଚା ହଳଦୀ ନାହିଁ ତେବେ ଆପଣ ଅଧା ଚାମଚ ଗୁଣ୍ଡ ହଳଦୀ ମଧ୍ୟ ବ୍ୟବହାର କରି ପାରିବେ। ହଳଦୀ ଏବଂ ଅଦା ନିଶ୍ଚିତ ଭାବରେ ଏହି କାଢ଼ାରେ ବ୍ୟବହାର କରନ୍ତୁ କାରଣ ଏଥିରେ ଇମ୍ୟୁନିଟି ଭରି ରହିଥାଏ।

google

ଏହି ପାଣି ଫୁଟୁଥିବା ସମୟରେ ଏଥିରେ କିଛି ତୁଳସୀ ପତ୍ର ପକାଇ ଦିଅନ୍ତୁ। ଏହାକୁ ଆପଣ ଛୋଟ ଛୋଟ କରି କାଟି କିମ୍ବା ଛିଡାଇ ପକାଇ ପାରିବେ। ଯଦି ତୁଳସୀ ପତ୍ର ପକାଇବେ ନାହିଁ ତେବେ ଏହି କାଢ଼ାର ମଧ୍ୟ କୌଣସି ମୂଲ୍ୟ ରହିବ ନାହିଁ। କାରଣ ତୁଳସୀ ପତ୍ରରେ ବହୁତ ଔଷଧୀୟ ଗୁଣ ରହିଛି, ତେଣୁ ଏହାର ପ୍ରୟୋଗ ନିଶ୍ଚିତ ଭାବରେ କରନ୍ତୁ।

ଯଦି ଅଧିକ କାଶ ହେଉଛି ତେବେ ଏଥିରେ ଜୁଆଣିର ପ୍ରୟୋଗ କରନ୍ତୁ। ଏବେ ଏଥିରେ ଏକ ଷ୍ଟିଲ ପାତ୍ର ଢ଼ାଙ୍କି ଦିଅନ୍ତୁ। ପ୍ରାୟ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ଏହାକୁ ଲୋ ଫ୍ୟାମରେ ଫୁଟାନ୍ତୁ। ଏବେ ଏହାକୁ ଏକ ଗ୍ଲାସରେ ଛାଣି ଦିଅନ୍ତୁ। ଏହାପରେ ଏହାକୁ ସକାଳେ ଏବଂ ସନ୍ଧ୍ୟାରେ ଚାହା ପରି ସେବନ କରି ପାରିବେ। ଛୋଟ ପିଲାଙ୍କୁ ମଧ୍ୟ ଏହାକୁ ପିଇବାକୁ ଦେଇ ପାରିବେ।

Leave a Reply

Your email address will not be published. Required fields are marked *