ବଲିଉଡରେ ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକ ପରେ ଡ୍ରଗ୍ସର ମାମଲା ସାମ୍ନାକୁ ଆସି ଯାଇଛି। ଏହି ଖବର ବଲିଉଡ ଜଗତରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ପୁରା ମାମଲାରେ କଙ୍ଗନା ନିଜର ନିଡର ବୟାନ ରଖି ଆସିଛନ୍ତି ଏବଂ କିଛି ତାରକାଙ୍କର ନାମ ସମସ୍ତଙ୍କ ସାମ୍ନାରେ ନେଇ ସେ ଲଗାତର ନିଜର ବୟାନ ଦେଇ ଆସୁଛନ୍ତି।
ନିକଟରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ଅଭିନେତ୍ରୀ ଜୟା ବଚ୍ଚନ ମଙ୍ଗଳବାର ଦିନ କାହାରି ନାମ ନନେଇ ବିଜେପି ସାଂସଦ ରବି କିଶନ ଏବଂ କଙ୍ଗନା ରାନାୱତଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, “ଏହି ଲୋକମାନେ ଯେଉଁ ଥାଳି ଖାଇଥାନ୍ତି ସେହି ଥାଳିରେ ଛିଦ୍ର କରିଥାନ୍ତି।” ବର୍ତ୍ତମାନ ଜୟା ବଚ୍ଚନଙ୍କ ଏହି ବୟାନ ସମଗ୍ର ବଲିଉଡକୁ ଦୁଇଟି ଦଳରେ ବିଭକ୍ତ କରିଦେଇଛି। କିଛି ଲୋକ ଜୟା ବଚ୍ଚନଙ୍କୁ ସମର୍ଥନ କରୁଥିବାବେଳେ ଆଉ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି। ଏମିତି ସ୍ଥିତିରେ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ମଧ୍ୟ ଜୟାଙ୍କୁ ସମର୍ଥନ କରିଛନ୍ତି, କିନ୍ତୁ କଙ୍ଗନାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଯାଇଥିଲା।
ଉର୍ମିଳାଙ୍କୁ ଟାର୍ଗେଟ କଲେ କଙ୍ଗନା:
କହି ରଖୁଛୁ ଯେ ଜୟା ବଚ୍ଚନଙ୍କୁ ସମର୍ଥନ କରି ଉର୍ମିଳା ମାତୋଣ୍ଡକର କହିଛନ୍ତି ଯେ କଙ୍ଗନା ଏହିପରି ରାଜନୈତିକ ପ୍ରସଙ୍ଗ ପଡି ବିଜେପି ଟିକେଟ ଚାହୁଁଛନ୍ତି। ତାଙ୍କର ଏହୂ ବୟାନ ପରେ କଙ୍ଗନାଙ୍କ କ୍ରୋଧ ସୀମାହୀନ ହୋଇପଡିଥିଲା। ଉର୍ମିଲାଙ୍କୁ ଉତ୍ତର ଦେଇ କଙ୍ଗନା କହିଛନ୍ତି ଯେ,”ମୋର ନିଜ ଉପରେ ବିଶ୍ୱାସ ରହିଛି ଯେ ମୁଁ ଜୀବନ ସହିତ କୌଣସି ସାଲିସ କରି ନାହିଁ। ମୋ ଚାରି ପାଖରେ ଚାପ ରହିଥିଲା କିନ୍ତୁ ମୁଁ ସେସବୁ ଆଗରେ ମୁଣ୍ଡ ନୁଆଇଁ ନଥିଲି। ମିଟେ ଟିକେଟ ପାଇଁ ଅଧିକ କାମ କରିବାକୁ ପଡିବ ନାହିଁ। ସେ ମୋ ସଂଘର୍ଷକୁ ପରିହାସ କରୁଛନ୍ତି। ସେ ନିଜେ ଜଣେ ସଫ୍ଟ ପର୍ଣ୍ଣ ତାରକା ଅଟନ୍ତି। ସେ ନିଜର ଅଭିନୟ କାରଣରୁ ପରିଚିତ ନୁହନ୍ତି।
ବର୍ତ୍ତମାନ କଙ୍ଗନାଙ୍କ ବୟାନ ପରେ ବଲିଉଡରେ ଅଧିକ ଉତ୍ତେଜନା ଦେଖାଦେଇଛି। ସୋସିଆଲ ମିଡିଆର ବ୍ୟବହାରକାରୀ ମଧ୍ୟ ଦୁଇ ଭାଗରେ ବିଭକ୍ତ ହୋଇଯାଇଛନ୍ତି। କିଛି ଲୋକ କଙ୍ଗନାକୁ ସମର୍ଥନ କରୁଛନ୍ତି, କିନ୍ତୁ କିଛି ଲୋକଙ୍କ କହିବା କଥା ଯେ କଙ୍ଗନା ତାଙ୍କ ଭାଷାର ମର୍ଯ୍ୟାଦା ପ୍ରତି ଧ୍ୟାନ ରଖିବା ଉଚିତ। ଉଲ୍ଲେଖନୀୟ କଥା ଯେ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ଉଠିଥିବା ଉତ୍ତେଜନା ବର୍ତ୍ତମାନ ବଢ଼ିବାରେ ଲାଗିଛି। ନେପଟିଜମ ଏବଂ ଗ୍ରୁପିଜିମର କଥାରୁ ବର୍ତ୍ତମାନ ପ୍ରସଙ୍ଗ ଏପରି ମୋଡ଼ରେ ପହଞ୍ଚି ଯାଇଛି ଯେ ଯେଉଁଠାରେ ତାରକା ମାନେ ପରସ୍ପରଙ୍କ ଉପରେ ଜବରଦସ୍ତ ଆରୋପ ଲଗାଉଛନ୍ତି। ଏଥିସହିତ ଏଥିରେ ରାଜନୀତିର ତଡକା ମଧ୍ୟ ଲାଗି ଯାଇଛି।
କଙ୍ଗନାଙ୍କ ଉପରେ ରଜନୀତିର ଆରୋପ ଲଗାଇଥିଲେ ଉର୍ମିଳା:
କହି ରଖୁଛୁ ଯେ, ଉର୍ମିଲା ମାତୋଣ୍ଡକର ଏକ ସାକ୍ଷାତକାରରେ କହିଥିଲେ ଯେ “ସମଗ୍ର ଦେଶ ଡ୍ରଗ୍ସ ବିପଦର ସାମ୍ନା କରୁଛି। କଣ ସେ ଜାଣିଛନ୍ତି ଯେ ଯେଉଁଠାରୁ ସେ ଆସିଛନ୍ତି ଅର୍ଥାତ ହିମାଚଳ ପ୍ରଦେଶ ମଧ୍ୟ ଡ୍ରଗ୍ସର ଏକ ଗଡ଼ ଅଟେ। କଙ୍ଗନାଙ୍କୁ ସର୍ବପ୍ରଥମେ ନିଜ ରାଜ୍ୟରୁ ଏହାର ଆରମ୍ଭ କରିବା ଉଚିତ।” ଏହାପରେ ସୋସିଆଲ ମିଡିଆରେ କଙ୍ଗନା ରାନାୱତ ଏବଂ ଉର୍ମିଳା ମାତୋଣ୍ଡକରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେହିପରି ବର୍ତ୍ତମାନ ଏହି ମାମଲା ଥମିବା ପରି ଦେଖା ଯାଉନାହିଁ। ତାରକା ମାନେ ଏହି ପ୍ରସଙ୍ଗରେ ଲଗାତର ଯୁକ୍ତିତର୍କ କରୁଛନ୍ତି ଏବଂ ପରସ୍ପର ବିରୋଧରେ ବୟାନବାଜୀ ମଧ୍ୟ କରୁଛନ୍ତି।
ସୂଚନାଯୋଗ୍ୟ ଯେ, ବିଜେପି ସାଂସଦ ଏବଂ ପୂର୍ବ ଅଭିନେତ୍ରୀ ହେମା ମାଳିନୀ ମଧ୍ୟ ଜୟା ବଚ୍ଚନଙ୍କ ବୟାନକୁ ସମର୍ଥନ ଜଣାଇଛନ୍ତି। ତାଙ୍କ ନଜରରେ କିଛି ଲୋକଙ୍କ କାରଣରୁ ପୁରା ଇଣ୍ଡଷ୍ଟ୍ରିକୁ ବଦନାମ କରିବା, କିମ୍ବା ସମସ୍ତଙ୍କୁ ଡ୍ରଗ୍ସ ସହିତ ଯୋଡିବା ଭୁଲ ଅଟେ। ଏକ ନ୍ୟୁଜ ପୋର୍ଟାଲର ଦେଇଥିବା ସାକ୍ଷାତକାର ସମୟରେ ହେମା ମାଳିନୀ କହିଛନ୍ତି ଯେ, କେବଳ ବଲିଉଡର ହିଁ କଥା କାହିଁକି କରାଯାଉଛି। ଅନେକ ଇଣ୍ଡଷ୍ଟ୍ରିରେ ଏପରି ହୋଇଥାଏ।
ଆମ ଇଣ୍ଡଷ୍ଟ୍ରିରେ ମଧ୍ୟ ହେଉଛି। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ, ପୁରା ଇଣ୍ଡଷ୍ଟ୍ରି ଖରାପ ଅଟେ। କେଉଁପ୍ରକାରର ବଲିଉଡକୁ ଟାର୍ଗେଟ କରାଯାଉଛି, ତାହା ଭୁଲ ଅଟେ। ଏପରି କରିବା ବିଲକୁଲ ଠିକ ନୁହେଁ। ସେ କହିଥିଲେ ଯେ, “ବଲିଉଡରେ ଏତେ ସୌନ୍ଦର୍ଯ୍ୟଭରା ଚେହେରା ଅଛନ୍ତି ଯଦି ସମସ୍ତେ ଡ୍ରଗ୍ସ କରିଥାନ୍ତେ ତେବେ କଣ ସେ ଏତେ ସୁନ୍ଦର ହୋଉପାରିଥାନ୍ତେ କି, ଏପରି ହୋଇପାରିବ ନାହିଁ। ଆମ କାଳରେ ଡ୍ରଗ୍ସ ନଥିଲା ଏବଂ କିଛି ବର୍ଷରେ ହିଁ ଏହା ଆମ ଇଣ୍ଡଷ୍ଟ୍ରିକୁ ଆସିଛି। ଆମେ ସରକାରଙ୍କ ଠାରୁ ଆଶା କରୁଛୁ ଯେ, ସେ ଏହାକୁ ଶେଷ କରିବାରେ ଆମ ସମସ୍ତଙ୍କର ସାହାଯ୍ୟ କରିବେ। ଏପରି କିଛି ଲୋକଙ୍କ କାରଣରୁ ପୁରା ଇଣ୍ଡଷ୍ଟ୍ରିକୁ ବଦନାମ କରିବା ସମ୍ପୂର୍ଣ୍ଣ ଭୁଲ ଅଟେ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |