ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସାମାଜିକ ଗଣମଧ୍ୟମ ରେ ତାଙ୍କ ପୂର୍ଵ ପ୍ରେମିକ ଅଙ୍କିତା ଲୋଖଣ୍ଡେ ଙ୍କ ବିଷୟରେ ମଧ୍ୟ ଆଲୋଚନା ହେଉଚି କି ଯଦି ସେ ଆଜି ବି ତାଙ୍କ ଜୀବନରେ ଥାନ୍ତେ ତୋ ସୁଶାନ୍ତ କେବେବି ସୁଇସାଇଟ୍ କରିନ ଥାନ୍ତେ।
ସୁଶାନ୍ତ ଓ ଅଙ୍କିତାଙ୍କ ବନ୍ଧୁ ସନ୍ଦୀପ ସିଂ ସୁଶାନ୍ତ ଏବଂ ଅଙ୍କିତା ଙ୍କର ସାଙ୍ଗରେ ଫୋଟୋ ପୋଷ୍ଟ କରି ଲେଖିଥିଲେ କି ଅଙ୍କିତା ଆଉ କିଛି ଚେଷ୍ଟା ଆମେ କରିଥିଲେ ତୋ ତାଙ୍କୁ ଅଟକାଇ ପାରି ଥାନ୍ତେ।
ସନ୍ଦୀପ ଲେଖିଛନ୍ତି କି ମୋର ମନେ ଅଛି ଦୁଇଜଣ ଅଲଗା ହେବା ପରେ ବି ତୁମେ ସୁଶାନ୍ତ ର ଖୁସି ଓ ସଫଳତା ପାଇଁ ପ୍ରାର୍ଥନା କରୁଥିଲ, ଯାହା କି ବହୁତ ଖାସ୍ ଥିଲା। ନିଜର ଘରର ନେମ୍ ପ୍ଲେଟ୍ ରେ ସୁଶାନ୍ତଙ୍କ ନାମ ତୁମେ ଆଜି ପର୍ଯ୍ୟନ୍ତ ହଟେଇନ। ମୋର ମନେ ଅଛି ଆମେ ସମସ୍ତେ ଏକ ପରିବାର ଭଳି କେତେ ଖୁସିରେ ରହୁଥିଲେ।
ଘରର ଏହି ଫୋଟ ଆପଣ ମାନେ ଯେଉଁ ଦେଖୁଛନ୍ତି, ସୁଶାନ୍ତ ଓ ଅଙ୍କିତା ମିଶି ମୁମ୍ବାଇରେ ମଲାଡ଼ ଅଞ୍ଚଳ ରେ ଦୁଇ କରୋଡ଼ ଟଙ୍କା ରେ 2013 ରେ ଏହାକୁ ନେଇଥିଲେ। ସୁଶାନ୍ତ ସିଂ ରାଜପୁତ କହିଥିଲେ ମଧ୍ୟ 11 ନଭେମ୍ବର ରେ ଆମେ ଘରକୁ ଶିଫ୍ଟ ହେଇ ସାରିଛୁ। ଏଠାରେ ଆମେ ବଡ଼ ହୋମ୍ ଥେଟର୍ର ଲଗେଇଛୁ। ନୂଆ ଘରେ ବହୁତ ମଜା ଆସୁଛି। ଆମେ ଦୁଇଜଣ ବହୁତ ଜଲଦି ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛୁ।
ସୁଶାନ୍ତ ସିଂ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେ ନୂଆ ଘରକୁ ଶିପ୍ଟ ହେବା ପୁର୍ବରୁ ଚାରି ବର୍ଷ ପର୍ଯ୍ୟନ୍ତ ଏକା ସହ ବି ରହିଥିଲେ। 2009 ରେ ପବିତ୍ର ରିସ୍ତା ର ସେଟ ରେ ତାଙ୍କର ଭଲ ପାଇବା ଆରମ୍ଭ ହୋଇଥିଲା, ଯାହା 2016 ପର୍ଯ୍ୟନ୍ତ ଚାଲିଥିଲା। ଏକ ଡ୍ୟାନ୍ସ ରିୟାଲିଟି ଶୋ ମାଧ୍ୟମରେ ନେସ୍ନାଲ୍ ଟେଲିଭିଜନ୍ ରେ ସମସ୍ତ ଙ୍କ ଆଗରେ ଅଙ୍କିତାଙ୍କୁ ସୁଶାନ୍ତ ପ୍ରୋପୋଜ୍ ବି କରିଥିଲେ।
ନିଜର ସମ୍ପର୍କ କୁ ନେଇ ଦୁଇଜଣ ଏତେ ଆତ୍ମବିଶ୍ୱାସୀ ଥିଲେ କି ଲିବ୍-ଇନ ରେ ରହିବ କଥା ମଧ୍ୟ ଦୁହେଁ କେବେ ଲୁଚାଇ ନଥିଲେ। ସୁଶାନ୍ତ ଙ୍କୁ ସଭିଙ୍କ ଆଗରେ କହିବାର ଦେଖିବାକୁ ମିଳୁଥିଲା କି 2016 ର ଡିସେମ୍ବର ରେ ଅଙ୍କିତା ଙ୍କ ସହ ସେ ବିବାହ ବନ୍ଧନ ରେ ବାନ୍ଧିବାକୁ ଯାଉଛନ୍ତି।
ଦୁଇଜଣ ମିଶି ବହୁତ ସୁନ୍ଦର ଭାବେ ଘରକୁ ସଜାଇଥିଲେ। ସେମାନେ ବାସଗୃହର କାନ୍ଥ ଠାରୁ କବାଟ ପର୍ଯ୍ୟନ୍ତ ସଜାଇଲେ। ସୋଫା ଓ ତକିଆ ମଧ୍ୟ ସଜାଇଲେ। ଘରର ଗୋଟିଏ କାନ୍ଥରେ ସେମାନେ ଟ୍ରଫି ଓ ଆୱଡ୍ ଗୁଡ଼ିକ ମଧ୍ୟ ସଜାଇଥିଲେ। ଦ୍ୱିତୀୟ କାନ୍ଥ ରେ ସେମାନେ ନିଜର ଫୋଟୋ ରେ ଭରି ଦେଇଥିଲେ।
ଘରର ବାସଗୃହ କୁ ସେମାନେ ଧଳା ରଙ୍ଗ ରେ ରଙ୍ଗିନ୍ କରିଥିଲେ। କବାଟ ଠାରୁ ଆରମ୍ଭ କରି ଝରକା ପର୍ଯ୍ୟନ୍ତ ଧଳା ରଙ୍ଗ ହିଁ ଥିଲା। ପରଦା ମଧ୍ୟ ଧଳା ରଙ୍ଗ ର ଥିଲା। କାନ୍ଥ ରେ କିଛି ଫୋଟୋ ସେମାନେ ଲଗେଇ ସାରିଥିଲେ। ସେମାନେ ଏହି ଭାବରେ ଘରର ବାସଗୃହକୁ ଡିଜାଇନ୍ କରାଇଥିଲେ କି ଏଠାରେ ବହୁତ ବେଶି ପବନ ଦେଉଥିଲା।
ଯେଉଁ ଘରେ ସୁଶାନ୍ତ ଓ ଅଙ୍କିତା ରହୁଥିଲେ, ତାର କବାଟ ମଧ୍ୟ ଦେଖିବାର ଥିଲା, କାହିଁକି ନା ଧଳା ରଙ୍ଗର କବାଟ ରେ କରାଯାଇଥିବା କାରିଗରୀ ବହୁତ ଆକର୍ଷିତ ଦେଖାଯାଏ।
ବାସଗୃହ ରେ ଲାଗିଥିବା ହଳଦିଆ ରଙ୍ଗ ସୋଫା ରେ ଘର ଏକ ଅଲଗା ଭଳି ଦେଖାଯାଉ ଥିଲା। ସେଇଠି ଅଙ୍କିତା ଓ ସୁଶାନ୍ତ ପ୍ରାୟତଃ ନିଜର ସାଙ୍ଗ ମାନଙ୍କ ସହ ପାର୍ଟି କରୁଥିଲେ।
2016 ରେ ଫିଲ୍ମ ରବ୍ତା ର ସୁଟିଂ ସମୟରେ କୃତି ଙ୍କ ପ୍ରେମରେ ସେ ପଡ଼ି ଯାଇଥିଲେ ଏବଂ ସେହି ବର୍ଷ ଅଙ୍କିତାଙ୍କ ସହ ତାଙ୍କର ବ୍ରେକଅପ୍ ହେଇଗଲା। ବୁଡାପେଷ୍ଟ ରୁ ରବ୍ତା ର ସୁଟିଂ କରି ଫେରିବା ପରେ ସେ ମଲାଡ୍ ଥିବା ଘର ଛାଡ଼ି ବାନ୍ଦ୍ରା ରେ ଥିବା ଘରକୁ ପଳାଇଥିଲେ।
ଅଙ୍କିତାଙ୍କ ସହ ମୁଁହା ମୁହିଁ ନ ହେବା ପାଇଁ ମୁବର୍ସ ଏବଂ ପୋକର୍ସ ମାଧ୍ୟମରେ ନିଜର ପୁରୁଣା ଘରୁ ଜିନିଷ ମଗାଇଥିଲେ। ଅଙ୍କିତା ବ୍ରେକ୍ଅପ୍ ପରେ ଏହି ଘରେ ରହିଗଲେ।
ଘରର ବାଲକୋନିକୁ ଅଙ୍କିତା ଲାଇଟ୍ ରେ ସଜେଇଛନ୍ତି। ଡ଼ିଜାଇନ୍ ଏହାର ସବୁଠୁ ନିଆରା ଅଟେ ଏହା ସହିତ ଅଲଗା ଭଳି ଚେୟାର୍ ଓ ଟେବୁଲ୍ ରେ ଏହା ବହୁତ ଆକର୍ଷଣ ଦେଖାଯାଉଛି।