ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ନିକଟରେ ଥିବା ଏକ ଗାଁରେ ଗୋଟିଏ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ନିର୍ଦ୍ଦୟ ମାଆ ନିଜର ଫୁଲ ପରି ଏକ ମାସର ଝିଅକୁ ଯନ୍ତ୍ରଣାଦାୟକ ଉପାୟରେ ହତ୍ୟା କରିଦେଇଛନ୍ତି। ମହିଳା ନିଜର ଝିଅକୁ ଏତେ ଘୃଣା କରୁଥିଲେ ଯେ ନିରୀହ ପିଲାଟି କାନ୍ଦୁଥିଲା କିନ୍ତୁ ତାଙ୍କ ହୃଦୟରେ ଦୟା ଟିକିଏ ଆସି ନଥିଲା। ନା ତାକୁ ଥରେ ହେଲେ ପଛକୁ ଫେରି ଦେଖିଥିଲେ। ଯିଏ ମଧ୍ୟ ପିଲାଟିକୁ ଦେଖିଲେ ତାଙ୍କ ମୁହଁରୁ ଏହା ହିଁ ବାହାରି ପଡ଼ିଲା ଏପରି ହତ୍ୟାକାରୀ ଏବଂ କଳିଯୁଗର ମାଆ ଆମେ ଆଜି ପର୍ଯ୍ୟନ୍ତ ଦେଖି ନଥିଲୁ, ଯାହାକୁ ୯ ମାସ ପର୍ଯ୍ୟନ୍ତ ଗର୍ଭରେ ଧାରଣ କରି ସମସ୍ତ କଷ୍ଟ ସହିଥିଲେ ଏବଂ ଜନ୍ମ ହେବା ପରେ ତାକୁ ହିଁ ମାରି ଦେଇଥିଲେ।
ବାସ୍ତବରେ ଏହି ଭୟାନକ ଘଟଣା ଭୋପାଳର ଖଜୁରୀ କଲା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି। ଯେଉଁଠାରେ ଏକ ବଡ଼ ପୋଖରୀ ପାଖରେ ଶୀତଳା ମାତା ମନ୍ଦିର ପରିସରରେ ଶୁକ୍ରବାର ଦିନ ସକାଳୁ ପାଣିରେ ଏକ ଶିଶୁ କନ୍ୟାର ଶବ ମିଳିଥିଲା। ପୋଲିସ ପିଲାଟିକୁ ଚିହ୍ନଟ କରି ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଥିଲେ ଏବଂ ଆରୋପୀ ମହିଳାଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରିଦେଇଥିଲେ। ପଚରାଉଚରାରେ ସେ ନିଜର ପାପ ସ୍ୱୀକାର କରିନେଇଥିଲେ।
୨୧ ବର୍ଷୀୟା ଆରୋପୀ ମହିଳା ସରିତା ନିଜର ଏକ ମାସର ଝିଅ କିଂଜଲକୁ ପାଣି ଟାଙ୍କିରେ ବୁଡାଇ ମାରିଦେଇଥିଲେ। ଯୁବତୀ ଏପରି ପୁଅଟିଏ ପାଇବାର ଆଶାରେ କରିଥିଲେ। ପ୍ରାରମ୍ଭିକ ପଚରାଉଚରା ସମୟରେ ସେ ପୋଲିସ ଠାରୁ ନିଜକୁ ବଞ୍ଚାଇବା ପାଇଁ ଅନ୍ଧବିଶ୍ୱାସର ଆଢୁଆଳରେ ଅର୍ଥାତ ନିଜ ଉପରେ ଯାଦୁ ଟୋନାର ସାହାରା ନେଇଥିଲେ। କିନ୍ତୁ ଯେତେବେଳେ କାଠୋର ଭାବରେ ପଚରାଉଚରା କରାଗଲା ସେତେବେଳେ ସମସ୍ତ ରହସ୍ୟ ଖୋଲି ଦେଇଥିଲେ।
ଡିଆଇଜି ଇରଶାଦ ୱଲି କହିଛନ୍ତି ଯେ ଆରୋପୀ ମହିଳା ଜଣକ ୧୧ ଜଣ ଲୋକଙ୍କ ପରିବାରରେ ରୁହନ୍ତି, ଘଟଣା ଦିନ ପରିବାରର ସମସ୍ତ ସଦସ୍ୟ କ୍ଷେତରେ କାମ କରିବା ପାଇଁ ଚାଲିଯାଇଥିଲେ। ଘରେ ସରିତା ନିଜ ଝିଅ କିଂଜଲଙ୍କ ସହିତ ଥିଲେ, ଏହି ଅବସରରେ ପ୍ରାୟ ଦ୍ୱିପ୍ରହର ସମୟରେ ସେ ବଡ଼ ପାଟିରେ ଚିତ୍କାର କରିବା ଆରମ୍ଭ କରି ଦେଇଥିଲେ। ଯେଉଁଠାରେ ସେ ପଡ଼ୋଶୀଙ୍କୁ କହିଥିଲେ ଯେ ତାଙ୍କ ଝିଅ କୁଆଡେ ଚାଲି ଯାଇଛି, କେହି ତା’ର ଅପହରଣ କରି ନେଇଯାଇଛନ୍ତି। କିନ୍ତୁ ପୋଲିସଙ୍କୁ ମହିଳାଙ୍କ ଉପରେ ସନ୍ଦେହ ହୋଇଥିଲା ଏବଂ ତାଙ୍କୁ ପଚରା ଉଚରା କରାଯିବା ପରେ ସମସ୍ତ ସତ୍ୟ ସମ୍ନାକୁ ଆସିଥିଲା।
ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ସରିତାଙ୍କର ଏକ ବର୍ଷ ପୂର୍ବରୁ ଭୋପାଳ ନିକଟରେ ଥିବା ଡେହରିଆ ଖଜୁରୀ ଗାଁର ସଚିନ ମେୱଡା ଚାଷୀଙ୍କ ସହିତ ବିବାହ ହୋଇଥିଲା। ଯେଉଁଠାରେ ଏକ ମାସ ପୂର୍ବରୁ ଉଭୟଙ୍କର ପ୍ରଥମ ସନ୍ତାନ କିଂଜଲ ହୋଇଥିଲା, କିନ୍ତୁ ଝିଅର ଜନ୍ମ ପରେ ଶାଶୁଘର ପରିବାରରେ କୌଣସି ଖୁସି ନଥିଲା। ପ୍ରତ୍ୟେକ ମୁହୂର୍ତ୍ତରେ ସେହି ମହିଳା ଜଣଙ୍କୁ ଝିଅକୁ ନେଇ ଅପମାନିତ କରୁଥିଲେ। ଏସବୁ ସହିତ ଲଢ଼ିବା ପାଇଁ ସେ ନିରୀହଟିକୁ ମାରିବା ପାଇଁ ଯୋଜନା ବନାଇଥିଲେ ଯାହାଦ୍ୱାରା କାହାରିକୁ ତାଙ୍କ ଉପରେ ସନ୍ଦେହ ନହେଉ। ଏଥିପାଇଁ ସେ ଝିଅଟିକୁ ଅପହରଣ କରାଯାଇଥିବାର ବହାନା ମଧ୍ୟ କରିଥିଲେ।
ସରିତା ପଚରାଉଚରା ସମୟରେ ପୋଲିସଙ୍କୁ ଭ୍ରମିତ କରିଥିଲେ। ଏସମୟରେ ସେ ପୋଲିସଙ୍କ ସହିତ କଥା ହେଉଥିବା ସମୟରେ ଅନେକଥର ବେହୋଶ ହୋଇଯାଇଥିଲେ। ପୁଣି ସେ କହିଥିଲେ ଯେ ପ୍ରଥମେ ମୁଁ ପିଇବା ପାଣି ଟାଙ୍କିରେ ପିଲାକୁ ବୁଡାଇ ଦେଇଥିଲି ଏବଂ ପୁଣି ଉପରର ଢ଼ାଙ୍କୁଣୀ ଲଗାଇ ଦେଇଥିଲି। ଯେମିତିକି କେହି ଝିଅଟିର କାନ୍ଦିବାର ସ୍ୱର ଶୁଣିପାରିବେ ନାହିଁ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |