ଏଠାରେ ବିବାହ କରିଲେ ସରକାର ଦମ୍ପତିଙ୍କୁ ଦେଉଛନ୍ତି ୪ ଲକ୍ଷ ଟଙ୍କା, ବିବାହ ପରେ କରିବାକୁ ପଡିବ ଏହି ଗୋଟିଏ କାମ

ବିବାହ କାର୍ଯ୍ୟ ବହୁତ ଅଧିକ ଖର୍ଚ୍ଚର କାମ ହୋଇଥାଏ । ଭାରତରେ ବିବାହରେ ବହୁତ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥାଏ । ଝିଅର ଘର ଲୋକ ତା’ଜନ୍ମ ପରଠାରୁ ହିଁ ଟଙ୍କା ଜମା କରିବାରେ ଲାଗିପଡନ୍ତି। ଏହାପରେ ଧୁମଧାମରେ ଝିଅର ବିବାହ କରାଯାଇଥାଏ । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଯେ ଦୁନିଆରେ ଏମିତି ଏକ ଦେଶ ରହିଛି ଯେଉଁଠାରେ ବିବାହ କରିବା ବଦଳରେ ସରକାର ଦମ୍ପତିଙ୍କୁ ଟଙ୍କା ଦେଉଛନ୍ତି ତେବେ? ଆପଣଙ୍କୁ ଲାଗିବ ଯେ, ଆମେ ପରିହାସ କରୁଛୁ ।

କିନ୍ତୁ ଏମିତି କଦାପି ନୁହେଁ । ଜାପାନରେ ସରକାର ଦମ୍ପତିଙ୍କୁ ବିବାହ ପରେ ଚାରି ଲକ୍ଷ ଟଙ୍କା ଦେଉଛନ୍ତି । ଏହାର ପ୍ରତିବଦଳରେ, ଦମ୍ପତିଙ୍କୁ ବିବାହ କରି ପିଲା ଜନ୍ମ କରିବାକୁ ପଡିବ । ଏପରି ଅଫର ସରକାର ଦେଶର ଜନସଂଖ୍ୟାକୁ ଠିକ କରିବା ପାଇଁ ଆସନ୍ତୁ ଆପଣଙ୍କୁ କହୁଛୁ କଣ ରହିଛି ସମ୍ପୂର୍ଣ୍ଣ ମାମଲା,

ବିବାହ କରି ପିଲା ଜନ୍ମ କରନ୍ତୁ ଏବଂ ସାଢ଼େ ଚାରି ଲକ୍ଷ ଟଙ୍କା ପାଆନ୍ତୁ ଅଫର ଜାପାନରେ ସରକାର ଲୋକଙ୍କୁ ଦେଇଛି । ଏଠାରେ ଘର ବସାଇବା ପାଇଁ ଇଚ୍ଛୁକ ଲୋକ ମାନଙ୍କୁ ଏହି ପ୍ରୋତ୍ସାହନ ରାଶି ଦିଆଯିବ ।ବିବାହ ପରେ ଦମ୍ପତିଙ୍କୁ ପିଲା ଜନ୍ମ କରିବାକୁ ପଡିବ। ଯାହାଦ୍ୱାରା ଦେଶର ହ୍ରାସ ପାଉଥିବା ଜନ୍ମ ହାରକୁ ନିୟନ୍ତ୍ରଣ କରାଯାଇ ପାରିବ । ଏହି ଯୋଜନା ଉପରେ ସରକାର ଆସନ୍ତା ବର୍ଷ ଅପ୍ରେଲ ମାସରୁ ବଡ଼ ପଦକ୍ଷେପ ଗ୍ରହଣ କରି କାମ କରିବା ଅରମ୍ଭ କରିଦେବ ।

ସରକାରଙ୍କ ଏହି ନିଷ୍ପତ୍ତି ପଛରେ ଗତ ବର୍ଷର ଜନ୍ମ ହାର ବଡ଼ କାରଣ ଅଟେ । ଗତ ବର୍ଷ ଜାପାନରେ ମାତ୍ର ୮ ଲକ୍ଷ ୬୫ ହଜାର ପିଲାଙ୍କର ଜନ୍ମ ହୋଇଥିଲା। ଏହା ବର୍ତ୍ତମାନ ପର୍ଯ୍ୟନ୍ତର ଫାଇଲ କରାଯାଇଥିବା ସବୁଠୁ କମ ସଂଖ୍ୟା ଥିଲା।ଏହାର ତୁଳନାରେ ଦେଶରେ ପାଞ୍ଚ ଲକ୍ଷ ୧୨ ହଜାରରୁ ଅଧିକ ପିଲାଙ୍କର ମୃତ୍ୟୁ ହୋଇଥିଲା । ଜନ୍ମ ଏବଂ ମୃତ୍ୟୁ ହାରରେ ଫରକ୍ ବହୁତ ଅଧିକ ରହିଥିଲା । ଏହି କାରଣରୁ ସରକାର ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି ।

ଏଥିସହିତ ଜାପାନରେ ଯୁବକଙ୍କ ଠାରୁ ଅଧିକ ବୁଢ଼ାବୁଢ଼ୀଙ୍କର ସଂଖ୍ୟା ରହିଛି । ସଂଖ୍ୟାର ମୁତାବକ ୨୦୪୦ ପର୍ଯ୍ୟନ୍ତ ଏଠାରେ ୩୫ ପ୍ରତିଶତରୁ ଅଧିକ ଜନସଂଖ୍ୟା କେବଳ ବୁଢ଼ାବୁଢ଼ୀ ରହିଯିବେ। ଏମିତିରେ ଦେଶର ଭବିଷ୍ୟତ ଅନ୍ଧକାରମୟ ହୋଇଯିବ ।

ଏହି ସମୟରେ ଜାପାନର ଖରାପ ଆର୍ଥିକ ସ୍ଥିତି କାରଣରୁ ଯୁବକମାନେ ବିବାହ କରିବାକୁ ଚାହୁଁନାହାନ୍ତି । ବୟସର ବ୍ୟବଧାନକୁ ଦୂର କରିବା ପାଇଁ ସରକାର ଏହି ଅଫରକୁ ଯୁବକମାନଙ୍କ ଆଗରେ ରଖିଛନ୍ତି। ବିବାହ କରିଲେ ଦମ୍ପତିଙ୍କୁ ସାଢ଼େ ଚାରି ଲକ୍ଷ ଟଙ୍କା ଦିଆଯିବ । ଏଥିପାଇଁ ଦମ୍ପତିଙ୍କୁ କିଛି ସର୍ତ୍ତ ପୁରା କରିବାକୁ ପଡିବ । ବିବାହ କରି ଏହି ଅର୍ଥ ରାଶି ପାଇବା ପାଇଁ ଦମ୍ପତିଙ୍କର ବୟସ ୪୦ ବର୍ଷରୁ ଅଧିକ ନହେବା ଆବଶ୍ୟକ। ଏଥିସହିତ ତାଙ୍କର ସମସ୍ତ ଉପାର୍ଜନ ୩୮ ଲକ୍ଷରୁ ଅଧିକ ନହେବା ଆବଶ୍ୟକ ।

ଏହାଛଡା ଏହି ଅଫରର ଲାଭ ଉଠାଇବା ଲୋକ ୩୫ ବର୍ଷରୁ କମ ହୋଇଥିବା ଦମ୍ପତିଙ୍କୁ ୨ ଲକ୍ଷ ୧୧ ହଜାରର ସାହାଯ୍ୟ କରିବ । ଯଦି ମୋଟ ଆୟ ୩୩ ଲକ୍ଷରୁ କମ ହୋଇଥାଏ ତେବେ ମିଳିବ ଏହି ସାହାଯ୍ୟ ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ପପୁଲେସନ ଆଣ୍ଡ ସୋସିଆଲ ସିକ୍ୟୁରିଟି ରିସର୍ଚ୍ଚ ଦ୍ୱାରା ୨୦୧୫ରେ କରାଯାଇଥିବା ସର୍ଭେ ମୁତାବକ, ଜାପାନରେ ୨୫ରୁ ୩୪ ବର୍ଷର ୩୦ ପ୍ରତିଶତ ଅବିବାହିତ ଏବଂ ୧୮ ପ୍ରତିଶତ ଅବିବାହିତା ଝିଅ ଟଙ୍କା ଅଭାବରୁ ବିବାହ କରି ନାହାନ୍ତି ।

ଏପରି ସ୍ଥିତିରେ ସରକାରଙ୍କ ଏହି ଅଫର ଅବିବାହିତ ମାନଙ୍କ ମନରେ ବିବାହର ଲୋଭ ଜନ୍ମ କରାଇବାରେ ସଫଳ ପ୍ରମାଣିତ ହୋଇପାରେ । ଆଶା କରାଯାଉଛି ଯେ, ଆଗାମୀ ବର୍ଷରେ ଦେଶର ଜନ୍ମ-ମୃତ୍ୟୁ ହାରରେ ସୁଧାର ଆସିବ ।

Leave a Reply

Your email address will not be published. Required fields are marked *