ଏଠାରେ ମହିଳାମାନଙ୍କୁ ବିନା କପଡ଼ାରେ ସୂର୍ଯ୍ୟକିରଣରେ ଗାଧୋଇବାର ରହିଛି ଅଧିକାର।

ସୂର୍ଯ୍ୟକିରଣରେ ଟପଲେସ୍ ଭାବରେ ଗାଧୋଇବା ଉପରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଫ୍ରାନ୍ସ ସରକାରଙ୍କର ଇଣ୍ଟିରୀୟର ମିନିଷ୍ଟର ଗେରାଲ୍ଡ ଡାରମେନିୟମ କହିଛନ୍ତି ଯେ, ଫ୍ରାନ୍ସର ଲୋକମାନେ ଏବଂ ଏଠାକୁ ଆସୁଥିବା ଲୋକଙ୍କୁ ସ୍ୱାଧୀନତା ରହିଛି ଯେ, ସେମାନେ ଟେପଲେସ୍ ହୋଇ ସୂର୍ଯ୍ୟକିରଣରେ ଗାଧୋଇବାର ମଜା ଉଠାଇ ପାରବେ।

ଏହା ଆମ ଲୋକଙ୍କର ଅଧିକାର ଅଟେ। ଏଥିରେ କିଛି ଭୁଲ ନାହିଁ। ଏହି ବୟାନ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ୨୦ ଅଗଷ୍ଟରେ ସେଣ୍ଟ ମେରୀ ଲା ମର ବିଚରେ ଟେପଲେସ୍ ହୋଇ ସୂର୍ଯ୍ୟକିରଣରେ ସ୍ନାନ କରୁଥିବା ତିନିଜଣ ମହିଳାଙ୍କୁ ପୋଲିସ ନିଜକୁ ଘୋଡ଼ାଇ ହେବାକୁ କହିଥିଲା। ଏହାପରେ ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ଆରମ୍ଭ ହୋଇଯାଇଥିଲା।

ତେବେ ଘଟଣାଟି ଏମିତି ହୋଇଥିଲା ଯେ, ୨୦ ଅଗଷ୍ଟକୁ ତିନିଜଣ ମହିଳା ସେଣ୍ଟ ମେରୀ ଲା ମର ବିଚରେ ଟେପଲେସ୍ ହୋଇ ସୂର୍ଯ୍ୟକିରଣରେ ସ୍ନାନ କରୁଥିଲେ। କିନ୍ତୁ ଛୋଟ ପିଲାଙ୍କ ସହିତ ବୁଲିବାକୁ ଆସିଥିବା ପରିବାରର ଅଭିଯୋଗରେ ପୋଲିସ ଏହି ତିନିଜଣ ମହିଳାଙ୍କୁ ନିଜ ଶରୀର ଢ଼ାଙ୍କି ହେବାକୁ କହିଥିଲେ। ଯାହାପରେ ଏହି ମାମଲା ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଥିଲା।

ସମାଚାର ଏଜେନ୍ସି ଏପିର ଖବର ମୁତାବକ, ଫ୍ରାନ୍ସରେ ଟେପଲେସ୍ ହୋଇ ସୂର୍ଯ୍ୟକିରଣରେ ଗାଧୋଇବା ଆଇନ ମାନ୍ୟ ଅଟେ। ମାତ୍ର ସ୍ଥାନୀୟ ପ୍ରଶାସନ ଆବଶ୍ୟକ ଅନୁସାରେ କିଛି ନିଶ୍ଚିତ ଅଞ୍ଚଳରେ ଏହା ଉପରେ ପ୍ରତିବନ୍ଧ ଲଗାଇ ପାରିବ। କିନ୍ତୁ ସେଣ୍ଟ ମେରୀ ଲା ମର ବିଚରେ ଏମିତି କୌଣସି ପ୍ରତିବନ୍ଧ ଲାଗୁ କରାଯାଇ ନାହିଁ। ଏଥିପାଇଁ ଏଠାରେ ସମୁଦ୍ର ତଟରେ ଲୋକମାନେ ଟେପଲେସ୍ ହୋଇ ସନବାଥ ଅର୍ଥାତ ସୂର୍ଯ୍ୟକିରଣରେ ଗାଧୋଇଥାନ୍ତି।

ପାୟରୀନୀସ-ଓରିଏଣ୍ଟଲ୍ସ ପୋଲିସ ଦ୍ୱାରା ଫେସବୁକରେ ଏକ ପ୍ରେସ ରିଲିଜ କରାଯାଇଛି, ଯେଉଁଥିରେ ଲେଖା ରହିଥିଲା ଯେ ସମୁଦ୍ର ତଟରେ ଛୋଟ ପିଲାଙ୍କ ସହିତ ଛୁଟି ମନାଇବା ପାଇଁ ଆସିଥିବା ଏକ ପରିବାରକୁ ଟେପଲେସ୍ ମହିଳାଙ୍କୁ ଦେଖିବା ଆପତ୍ତିଜନକ ଲାଗିଥିଲା। ସେମାନେ ଅସହଜ ଅନୁଭବ କରିଥିଲେ। ଛୋଟ ପିଲାଙ୍କ କାରଣରୁ ତାଙ୍କୁ ଏପରି ସମସ୍ୟା ହେଉଥିଲା। ଏଥିପାଇଁ ପୋଲିସ ସେହି ତିନିଜଣ ମହିଳାଙ୍କୁ ନିଜ ନିଜର ଶରୀର ଢ଼ାଙ୍କି ଦେବା ପାଇଁ କେବଳ ପରାମର୍ଶ ଦେଇଥିଲେ।

ଏହି ମାମଲାରେ ଇଣ୍ଟିରୀୟର ମିନିଷ୍ଟର ଗେରାଲ୍ଡ ଡାରମେନିୟମ କହିଛନ୍ତି ଯେ, ଫ୍ରାନ୍ସର ଲୋକମାନେ ଏବଂ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସ୍ୱାଧୀନତା ରହିଛି ଯେ, ସେମାନେ ଟେପଲେସ୍ ହୋଇ ସୂର୍ଯ୍ୟକିରଣରେ ଗାଧୋଇବାର ମଜା ଉଠାଇ ପାରବେ। ଏହାକୁ କେହି ରୋକି ପାରିବେ ନାହିଁ। ସେହି ତିନିଜଣ ମହିଳାଙ୍କ ସହିତ ଯାହା ହୋଇଛି ତାହା ସମ୍ପୂର୍ଣ୍ଣ ଭୁଲ ଅଟେ। ଫ୍ରାନ୍ସର ପୋଲିସର ପ୍ରବକ୍ତା କହିଥିଲେ ଯେ, ଯେଉଁ ଘଟଣା ଘଟିଛି ତାହା ଠିକ ନଥିଲା, କିନ୍ତୁ ସେ ମଜାରେ କହିଥିଲେ ଯେ ଆମକୁ ଆପଣ ସବୁବେଳେ ୟୁନିଫର୍ମରେ ପାଇବେ।

ଅନେକ ସର୍ବେକ୍ଷଣରୁ ଜଣାପଡିଛି ଯେ ଫ୍ରାନ୍ସରେ ଯୁବତୀ ମାନଙ୍କୁ ଟେପଲେସ୍ ହୋଇ ସୂର୍ଯ୍ୟକିରଣରେ ଗାଧୋଇବା ସମୟରେ ବଡି ଶେମିଙ୍ଗ ଏବଂ ଯୌନ ଶୋଷଣର ଶିକାର ହେବାକୁ ପଡିଥାଏ। ୫୦ ବର୍ଷରୁ କମ ବୟସର କେବଳ ୨୦ ପ୍ରତିଶତ ମହିଳା ଟେପଲେସ୍ ହୋଇ ସୂର୍ଯ୍ୟକିରଣରେ ଗାଧୋଇଥାନ୍ତି। ଯେତେବେଳେ, ୧୦ ବର୍ଷ ପୂର୍ବରୁ ଏହାର ମାତ୍ରା ୨୮ ପ୍ରତିଶତ ଥିଲା ଏବଂ ୧୯୮୪ରେ ଏହାର ମାତ୍ରା ୪୩ ପ୍ରତିଶତ ରହିଥିଲା।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *