କରୋନା ଭାଇରସ ସମଗ୍ର ବିଶ୍ୱରେ ଆତଙ୍କର କାୟା ବିସ୍ତାର କରିଛି। ଚୀନରୁ ଆସିଥିବା ଏହି ଭାଇରସ ଦୁନିଆର ଅଧିକାଂଶ ଦେଶକୁ ନିଜର ଶିକାର କରି ସାରିଛି। ଜାନୁଆରୀ ଆରମ୍ଭରୁ ବ୍ୟାପୀଥିବା ଏହି ମହାମରୀର ଏପର୍ଯ୍ୟନ୍ତ କୌଣସି ନିରାକରଣ କରାଯାଇ ପାରୁନାହିଁ। ସମଗ୍ର ବିଶ୍ୱରେ ଏହି ମହାମାରୀ କାରଣରୁ କୋଟି କୋଟି ଲୋକ ସଂକ୍ରମିତ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣ ଯାଇ ସରିଲାଣି। ୟୁରୋପର ଇଟାଲୀରେ କରୋନା ଭାଇରସ୍ ଦ୍ୱାରା ସବୁଠୁ ଅଧିକ ଲୋକ ସଂକ୍ରମିତ ହୋଇଥିଲେ।
କେବଳ ଇଟାଲୀର ଲକ୍ଷ ଲକ୍ଷ ଲୋକ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିଲେ। ଏପର୍ଯ୍ୟନ୍ତ ମଧ୍ୟ ଇଟାଲୀର ଅବସ୍ଥାରେ ସୁଧାର ଆସିନାହିଁ। ତେବେ ଏଠାରେ ଏପରି ଏକ ଗାଁ ରହିଛି ଯେଉଁଠାରେ କରୋନା ଭାଇରସର କୌଣସି ପ୍ରଭାବ ନାହିଁ। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଏହି ଗାଁରେ ଗୋଟିଏ ଘରର ମୂଲ୍ୟ ମାତ୍ର ୧ ଡ଼ଲାର ( ପାଖାପାଖି ୭୫ ଟଙ୍କା)। ଏହି ଗାଁର ନାମ ସିଂକ୍ୟୁଫୋଣ୍ଡି ଏବଂ ଏହା ଦକ୍ଷିଣ ଇଟାଲୀର କଳାବ୍ରିୟାରେ ଅବସ୍ଥିତ। ଜାଣନ୍ତୁ କେଉଁ କାରଣରୁ ଏହି ଗାଁରେ ଘରର ମୂଲ୍ୟ ଏତେ ଶସ୍ତା ରହିଛି।
ଏହି ଗାଁର ମେୟର ମିଶେଲା କୋନିୟା କହିଛନ୍ତି ଯେ, ଏପର୍ଯ୍ୟନ୍ତ ଏହି ଗାଁରେ କରୋନା ଭାଇରସର ଗୋଟିଏ ବି ମାମଲା ନାହିଁ। ଏଠାରେ ଜନସଂଖ୍ୟା ବୃଦ୍ଧି ପାଇଁ ଏପରି ଏତେ କମ ମୂଲ୍ୟର ଘର ବିକ୍ରର କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।
ସିଂକ୍ୟୁଫୋଣ୍ଡି ଗାଁ ଠାରୁ ୧୦ ମିନିଟ ଦୂରରେ ସମୁଦ୍ର ତଟ ରହିଛି। ଏଠାକୁ ଅନେକ ସମୟରେ ପର୍ଯ୍ୟଟକ ମାନେ ଆସିଥାନ୍ତି। ଏଠାରେ ଘର କିଣିବା ପାଇଁ କ୍ରେତାଙ୍କୁ ଘର ସଫା ରଖିବା ଏବଂ ଘରକୁ ସମୟ ସମୟରେ ପ୍ୟାଣ୍ଟ କରିବା ପାଇଁ ପ୍ରତିଶ୍ରୁତି ଦେବାକୁ ପଡେ।
ଗାଁରେ ଚର୍ଚ୍ଚ ସହିତ ଐତିହାସିକ କୋଠି ମଧ୍ୟ ରହିଛି। ଏଠାରେ ଘରର ମୂଲ୍ୟ ତ ୭୫ ଟଙ୍କା ରହିଛି ମାତ୍ର କ୍ରେତାଙ୍କୁ ଏଠାରେ ବାର୍ଷିକ ୨୮୦ ଟଙ୍କାର ବୀମା କରିବାକୁ ପଡିଥାଏ।
ଘର କିଣିବା ପରେ ଯଦି ତିନି ବର୍ଷ ମଧ୍ୟରେ ଏହାର ମରାମତି ଏବଂ ସାଜ ସଜ୍ଜା ନକରନ୍ତି ତେବେ ୨୨୦୦୦ ଡ଼ଲାର ( ପାଖାପାଖି ୧୬,୪୩,୯୪୩ ଟଙ୍କା) ଜୋରିମାନା ରୂପରେ ଭରିବାକୁ ପଡିବ।
ଏହି ଗାଁରେ ଘର ଗୁଡିକ ଅତ୍ୟନ୍ତ ସୁନ୍ଦର ଅଟେ। ଏଠାକାର ଲୋକଙ୍କୁ ରଙ୍ଗ ଭାରି ଭଲ ଲାଗିଥାଏ। ଏମାନେ ରଙ୍ଗକୁ ବହୁତ ଭଲ ପାଇଥାନ୍ତି। ଏହି ଗାଁରେ କେତେକ ସ୍ଥାନରେ ସିଡ଼ି ଗୁଡ଼ିକୁ ବହୁତ ସୁନ୍ଦର ଭାବରେ ରଙ୍ଗ ଦେଇ ସଜା ହୋଇଛି।
ଏହି ଗାଁର ଚାରି ପାଖରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଛି। ଏଠାରେ ସବୁଆଡେ ସବୁଜିମା ଦେଖା ଯାଇଥାଏ। ଗାଁ ପାଖରେ ଏକ ପାହାଡ଼ ମଧ୍ୟ ରହିଛି। ସମୁଦ୍ର ତଟ ଏଠାରେ ଅତି ନିକଟବର୍ତ୍ତୀ। ଏହି କାରଣରୁ ଏଠାକୁ ପର୍ଯ୍ୟଟକ ମାନେ ଆସିଥାନ୍ତି।
ଏହି ଗାଁରେ ବାର୍ଷିକ ଜଲସା ପାଳନ କରାଯାଇଥାଏ। ଏହି ଅବସରରେ ଗାଁର ଲୋକମାନେ ମୁଣ୍ଡରେ ସବୁଜ ରଙ୍ଗର ପତ୍ର ଏବଂ ଡାଳ ଲଗାଇ ସମଗ୍ର ଗାଁର ପ୍ରତ୍ୟେକ ଗଳିରେ ଭ୍ରମଣ କରିଥାନ୍ତି।
ସିଂକ୍ୟୁଫୋଣ୍ଡି ଗାଁଟି ଅତ୍ୟନ୍ତ ସୌନ୍ଦର୍ଯ୍ୟର ଭରପୁର ଗ୍ରାମ। ଏଠାକାର ଘର ଗୁଡିକ ମଧ୍ୟ ବହୁତ ସୁନ୍ଦର। ଏହି ଗାଁଟି ଏକ ପାହାଡ଼ ତଳେ ସ୍ଥାପିତ ହୋଇଛି। ଏଠାରେ ସମୁଦ୍ରରେ ଏକ ଛୋଟ ଡଙ୍ଗାରେ ଲୋକ ମାନେ ବୁଲିବାକୁ ଯାଇଥାନ୍ତି। ତେବେ ଏଠାରେ ଏତେ କମ ମୂଲ୍ୟରେ ମିଳୁଥିବା ଘରକୁ ନେଇ ଲୋକମନେ ବିଶ୍ୱାସ କରିପାରୁ ନାହାନ୍ତି।