ବୟସ ବଢ଼ିବା ସହିତ ଦୈନଦିନ କାର୍ଯ୍ୟରେ ଅନିୟମିତତା କାରଣରୁ ଆମ ଶରୀରରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ହୋଇଥାଏ ପରିଣାମ ସ୍ୱରୂପ ଅନେକ ପ୍ରକାରର ରୋଗ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ଯେଉଁଥିରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଅନ୍ୟତମ ଅଟେ। ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଅଧିକାଂଶ ବୃଦ୍ଧଙ୍କୁ କଷ୍ଟ ଦେଉଥିବା ବେଳେ କ୍ରୀଡ଼ା ସହିତ ଜଡିତ ଲୋକ ମାନଙ୍କୁ ମଧ୍ୟ ଏହି ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏହି ସମସ୍ୟା କାରଣରୁ କଷ୍ଟ ପାଉଥିବା ବ୍ୟକ୍ତିଙ୍କ ପାଇଁ ଦୁଇ ପ୍ରକାରର ଏପରି ଘରୋଇ ଉପଚାର ରହିଛି ଯାହା ଆଣ୍ଠୁ ଗଣ୍ଠି ସମସ୍ୟା ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ।
ଏହି ଉପଚାର ବିଷୟରେ ଜାଣିବା ପୂର୍ବରୁ ଆପଣ ନିହାତି ଜାଣି ରଖନ୍ତୁ ଆପଣଙ୍କ ଗଣ୍ଠିରେ ଯନ୍ତ୍ରଣାର ମୁଖ୍ୟ କାରଣ ଗୁଡିକ କଣ। ଆଣ୍ଠୁ ଯନ୍ତ୍ରଣା ମୁଖ୍ୟତଃ ଟେଣ୍ଡିନାଇଟିସ, ଗାଉଟ, ଅଷ୍ଟୁଆଥାଇଟିସ, ବେକ୍ରସିଷ୍ଟସ, ଭର୍ସାଇଟିସ ଆଦି ମେଡ଼ିକାଲ କଣ୍ଡିସନ ଗୁଡିକ କାରଣରୁ ହୋଇଥାଏ। ଏହାଛଡ଼ା ଖେଳ କୁଦରେ ଆଘାତ, ଦୁର୍ଘଟଣାରେ ପଡିବା କାରଣରୁ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ହୋଇପାରେ। ଏପରି ଦୁଇଟି ଘରୋଇ ଉପଚାର ରହିଛି ଯାହା ସାଧାରଣତଃ ଆଣ୍ଠୁ ଗଣ୍ଠି ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।
ପ୍ରଥମତଃ ଆପଲ ସାଇଡ଼ର ଭିନେଗାରରେ ଅନେକ ଔଷଧିୟ ଗୁଣ ମିଳିଥାଏ। ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ଅଟେ। ଯଦି ଆପଣ ଏକ ଚାମଚ ଆପଲ ସାଇଡ଼ର ଭିନେଗାରକୁ ଏକ ଗ୍ଲାସ ଉଷୁମ ପାଣିରେ ମିଶାଇ ସେବନ କରନ୍ତି ତେବେ ଏଥିରେ ଥିବା କଷ୍ଟରୁ ଆରାମ ଦେଉଥିବା ଗୁଣ ଆପଣଙ୍କୁ ଆଣ୍ଠୁର ଯନ୍ତ୍ରଣା ଦୂର କରିବା ପାଇଁ ପ୍ରଭାବଶାଳୀ ହୋଇଥାଏ। ଏହି ଉପାୟରେ ଆପଣ ଦିନକୁ ଦୁଇଥର ଆପଲ ସାଇଡ଼ର ଭିନେଗାର ସେବନ କରିପାରିବେ। ଖାଇବା ପୂର୍ବରୁ ଏହାକୁ ପିଇବାକୁ ଚେଷ୍ଟା କରନ୍ତୁ। ଆପଲ ସାଇଡ଼ର ଭିନେଗାର ଯଦି ଆପଣଙ୍କ ନିକଟବର୍ତ୍ତୀ ବଜାରରୁ ନମିଳୁଛି ତେବେ ଏହାକୁ ଅନଲାଇନ ଅର୍ଡର କରି ମଗାଇ ପାରିବେ।
ଦ୍ୱିତୀୟରେ ଗୋଟିଏ ଲେମ୍ବୁ ନେଇ ତାହାର ରସ ବାହାର କରି ନିଅନ୍ତୁ। ଏବେ ସେଥିରେ ଦୁଇ ଚାମଚ ଖସା ତେଲ ମିଶାନ୍ତୁ। ଖସା ତେଲ ଆପଣଙ୍କ ପାଖ ପୁଟୁଳି ବଣିଆ ଦୋକାନରୁ ସହଜରେ ମିଳିଯିବ ନହେଲେ ଆପଣ ଏହାକୁ ଅନଲାଇନ ଅର୍ଡର କରି ନିଅନ୍ତୁ। ଏବେ ଲେମ୍ବୁ ଏବଂ ଖସା ତେଲକୁ ଭଲ ଭାବରେ ମିଶାଇ ପ୍ରସ୍ତୁତ ମିଶ୍ରଣକୁ ଆଣ୍ଠୁରେ ଭଲ ଭାବରେ ମାଲିଶ କରନ୍ତୁ।
ରାତିରେ ଶୋଇବା ପୂର୍ବରୁ ଏବଂ ସକାଳୁ ଉଠିବା ପୂର୍ବରୁ ଅର୍ଥାତ ସକାଳ ବୁଲିବା ପୂର୍ବରୁ ଆପଣ ଏହି ଉପଚାରକୁ ପ୍ରୟୋଗ କରନ୍ତୁ। ଲେମ୍ବୁରେ ଥିବା ଆଣ୍ଟି ଇଂଫ୍ଲାମେଣ୍ଟରୀ ଗୁଣ ଆଣ୍ଠୁର ଫୁଲା କମାଇ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ମନେ ରଖନ୍ତୁ କୌଣସି ଗମ୍ଭୀର ଚିକିତ୍ସା ଅବସ୍ଥା ହେତୁ ଆପଣ ଯଦି ଏହି ଘରୋଇ ଉପଚାର ପ୍ରୟୋଗ କରନ୍ତି ତେବେ ଆପଣ ବିଶେଷ ଲାଭବାନ ହୋଇ ପାରିବେ ନାହିଁ। ସେଥିପାଇଁ ଆପଣଙ୍କୁ ମେଡ଼ିକାଲ ଟ୍ରିଟମେଣ୍ଟ ଆବଶ୍ୟକତା ପଡିବ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |