ଏମିତି ଏକ ଆଶ୍ଚର୍ଯ୍ୟଜନକ ଘରୋଇ ଉପଚାର, ଯାହାର ପ୍ରୟୋଗରେ ଆଖି ପିଛୁଳାକେ ଦୂର ହୋଇଯିବ ମାନସିକ ଦୁଶ୍ଚିନ୍ତା।

ଆଜିର ସମୟରେ ଅନେକ ଲୋକ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଛନ୍ତି। ବିଭିନ୍ନ ପ୍ରକାରର କାରଣରୁ ଲୋକ ମାନଙ୍କୁ ମାନସିକ ଦୁଶ୍ଚିନ୍ତା ହୋଇଥାଏ। ତେବେ ଯେକୌଣସି କାରଣ ହୋଇଥାଉ ନା କାହିଁକି ଯଦି ଆପଣ ଥରେ ମାନସିକ ଦୁଶ୍ଚିନ୍ତାରେ ଗ୍ରସିତ ହୋଇଯାନ୍ତି ତେବେ ଆପଣଙ୍କ ଜୀବନର ହସ ଖୁସି ସବୁଦିନ ପାଇଁ ଦୂର ହୋଇଯାଇଥାଏ। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ମାନସିକ ଦୁଶ୍ଚିନ୍ତା କାରଣରୁ ଦୁଃଖ ଭୋଗୁଛନ୍ତି ଏବଂ ସମାଜ ସହିତ ମିଶିପାରୁ ନାହାନ୍ତି। ଅନେକ ଲୋକ ଏହି ମାନସିକ ଦୁଶ୍ଚିନ୍ତାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଔଷଧ ସେବନ କରିଥାନ୍ତି ଯାହା ସେମାନଙ୍କ ଶରୀର ପାଇଁ ବହୁତ କ୍ଷତି କାରକ ହୋଇଥାଏ।

ମାନସିକ ଦୁଶ୍ଚିନ୍ତାକୁ ଦୂରେଇବା ପାଇଁ ସବୁଠୁ ଭଲ ସାଧନା ହେଉଛି ଯୋଗ। ଯୋଗ ଦ୍ୱାରା ଆପଣଙ୍କ ମାନସିକ ଦୁଶ୍ଚିନ୍ତା ଦୂର ହୋଇପାରିବ। ଏଥିସହିତ ଆହୁରି ଅନେକ ଘରୋଇ ଉପଚାର ରହିଛି ଯାହାର ସେବନ ଦ୍ୱାରା ମାନସିକ ଦୁଶ୍ଚିନ୍ତାକୁ ଦୂରେଇ ପାରିବେ। ଏପରି ଏକ ଘରୋଇ ଉପଚାର ଯାହା ମାନସିକ ଦୁଶ୍ଚିନ୍ତା ଦୂରେଇ ଦେବା ସହିତ ରାତିରେ ଭଲ ନିଦ ମଧ୍ୟ ଆଣିଥାଏ।

ଉପଚାର ପ୍ରସ୍ତୁତିର ପ୍ରକ୍ରିୟା: ଏହି ଉପଚାରକୁ ବନାଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକ ପାନ ପତ୍ର। ପାନ ପତ୍ରରେ ଏମିତି ଅନେକ ପ୍ରକାରର ପୋଷକ ତତ୍ତ୍ଵ ଥାଏ ଯାହା ଆମର ମାନସିକ ଦୁଶ୍ଚିନ୍ତା ପରି ସମସ୍ୟାକୁ ଦୂରେଇ ଦେବା ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣ ଗୋଟିଏ ପାନ ପତ୍ରର ପ୍ରୟୋଗ କରନ୍ତୁ। ବର୍ତ୍ତମାନ ଏହାକୁ ଛେଚି ରସ ବାହାର ରସ ବାହାର କରି ନିଅନ୍ତୁ। ଛେଚିବା ପୂର୍ବରୁ ଆପଣ ଏଥିରେ ଅଳ୍ପ ପାଣି ଦିଅନ୍ତୁ। ଯାହାଦ୍ୱାରା ଆପଣ ଏହାକୁ ଭଲ ଭାବରେ ଛେଚି ଦେଇ ପାରିବେ। ବର୍ତ୍ତମାନ ଏହି ରସକୁ ଏକ ପାତ୍ରରେ ବାହାର କରି ନିଅନ୍ତୁ।

ଏହି ଉପଚାରକୁ ପ୍ରସ୍ତୁତ ପାଇଁ ଆପଣଙ୍କୁ ଦ୍ଵିତୀୟ ସମଗ୍ରୀ ଆବଶ୍ୟକ ଶୁଦ୍ଧ ଦେଶୀ ଗାଈ ଘିଅ ୪ ରୁ ୫ ବୁନ୍ଦା। ପୂର୍ବରୁ ପ୍ରସ୍ତୁତ କରିଥିବା ପାନ ପତ୍ର ରସରେ ଆପଣ ୪ ରୁ ୫ ବୁନ୍ଦା ଦେଶୀ ଗାଈ ଘିଅ ମିଶାଇ ଦିଅନ୍ତୁ। ବର୍ତ୍ତମାନ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ପାନ ପତ୍ର ରସ ମାନସିକ ଦୁଶ୍ଚିନ୍ତା ସହିତ ଆମ ଶରୀରର ଅନେକ ସମସ୍ୟା ଦୂର କରିଦେଇଥାଏ। ଦେଶୀ ଗାଈ ଘିଅ ଆମ ଶରୀର ପାଇଁ କେତେ ଉପକାରୀ ତାହା ପ୍ରାୟ ସମସ୍ତେ ଜାଣିଥାନ୍ତି।

ସେବନ ବିଧି: ସନ୍ଧ୍ୟା ସମୟରେ ଏହି ଉପଚାର ପ୍ରସ୍ତୁତ କରି ଏହାର ସେବନ କରନ୍ତୁ। ଦେଖିବେ ଆପଣ ଏହାର ସେବନ କରିବା ମାତ୍ରେ ଆପଣଙ୍କର ଯେକୌଣସି ଦୁଶ୍ଚିନ୍ତା ଥାଉ ନା କାହିଁକି ତାହା ସାଙ୍ଗେ ସାଙ୍ଗେ ଦୂର ହୋଇଯିବ। ଆପଣ ନିହାତି ଭାବରେ ଥରେ ଏହି ଉପଚାରକୁ ପ୍ରୟୋଗ କରି ଦେଖନ୍ତୁ। ଏହା ଏକ ଚମତ୍କାରୀ ଘରୋଇ ଉପଚାର ଅଟେ। ଏହାଦ୍ୱାରା ଆପଣଙ୍କ ଶରୀରକୁ ମଧ୍ୟ କୌଣସି କ୍ଷତି ପହଞ୍ଚି ନଥାଏ। ଏଥିସହିତ ଆପଣଙ୍କ ମାନସିକ ଶାନ୍ତି ମଧ୍ୟ ଫେରି ଆସିଥାଏ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *