କମ୍ପାନୀ ନିଜର ଉତ୍ପାଦନ ବିକ୍ରି ପାଇଁ ଏବଂ ଲୋକ ନିଜର ପ୍ରସ୍ତାବ ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ ଦିଅନ୍ତି ଯାହା ସାଧାରଣ କଥା କିନ୍ତୁ ଗୋଟେ ପରିବାର ବୋହୁ ପାଇଁ ବିଜ୍ଞାପନ ଦେଇଛନ୍ତି ଯାହା ପାଇଁ ସୋସିଆଲ ମେଡିଆରେ ଭାଇରଲ ହୋଇଗଲା ତାଙ୍କୁ ତାଙ୍କର ବୋହୂର ସବୁ ଗୁଣ ଚଳିବ କିନ୍ତୁ ସୋସିଆଲ ମେଡିଆ ରେ କାମ କରିବାର ଇଛା ନଥିବାର ଅଛି।
ସାଧାରଣତ ଯେତେବେଳେ ବିଜ୍ଞାପନ ଦିଆଯାଏ ସେଥିରେ ଥାଏ ଆସିବାକୁଥିବା କନ୍ୟା ଲମ୍ବା,ପତଳା,ଓ ଗୋରା ହେବା ଦରକାର କିନ୍ତୁ ଏମିତି ଲାଗେ ପରିବର୍ତନ ଦୁନିଆ ସହିତ ଭାବି ଯୋଗ୍ୟ ବରପାତ୍ର ପାଇଁ ପରିବର୍ତନ ଘଟୁଛି।
ନିତିନ ଶାଗବାନ ନାମକ ଜଣେ ଆଏଏସ ଅଧିକାରୀ ଟୁଇଟ କରି କହିଛନ୍ତି ଖବର କାଗଜ ରେ ଛପା ଯାଇଥିବା ମେଟ୍ରିମନିଏଲ ରେ ବିଜ୍ଞାପନର ଛବି ପୋଷ୍ଟ କରିଥିଲେ , ବିଜ୍ଞାପନରେ ଲେଖା ଯାଇଛି କନ୍ୟା ସୁନ୍ଦର ,ଲମ୍ବା,ପତଳା, ଭଳି କିଛି ଚାହିଦା ନାହିଁ କେବଳ ସୋସିଆଲ ମେଡିଆରେ ନିଶା ନଥିବାର ଅଛି।
ଏହି ବିଜ୍ଞାପନକୁ ନେଇକି ଅଧିକାରୀ କ୍ୟାପସନ ରେ ଲେଖିଛନ୍ତି ହେବାକୁ ଥିବା କନ୍ୟା /ବର ଧ୍ୟାନ ଦିଅନ୍ତୁ ବିବାହର ମାନଦଣ୍ଡ ବଦଳି ଯାଉଛି ।
ଏହି ବିଜ୍ଞାପନ ସୋସିଆଲ ମେଡିଆରେ ଭାଇରଲ ହୋଇଛି ଏବଂ ଲୋକ ଏହା ଉପରେ ଫନି କମେଣ୍ଟ ଦେଉଛନ୍ତି ,କହିରଖୁଛୁ ସୋସିଆଲ ମେଡିଆ ଏବଂ ସ୍ମାର୍ଟ ଫୋନ ବ୍ୟବହାର କରିବାର ନିଶା ଦିନ କୁ ଦିନ ବଢିଚାଲିଛି ।