ସାଉଦି ଆରବର ଶେଖମାନଙ୍କ ଜୀବନ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। ଏହି ଶେଖମାନେ ଟଙ୍କାକୁ ପାଣି ପରି ଖର୍ଚ୍ଚ କରିଥାନ୍ତି। ଯେଉଁଠାରେ ଏମାନେ ଭିଲାରେ ରହିଥାନ୍ତି ସେହିପରି ବାଘ ଏବଂ ସିଂହକୁ ପାଳିତ ପଶୁ ଭାବରେ ରଖିଥାନ୍ତି। ଏଠାକାର ଶେଖମାନଙ୍କ ପାଖରେ ପେଟ୍ରୋଲର ଅନେକ କାରଖାନା ରହିଛି। ଏମିତିରେ ବର୍ତ୍ତମାନ ଟିକେ ଏଠାକାର ରାଜାଙ୍କ ସମ୍ପତ୍ତି ବିଷୟରେ ଅନୁମାନ କରନ୍ତୁ। ନିକଟରେ ପ୍ରକାଶିତ ହୋଇଥିବା ନୂତନ ପୁସ୍ତ ବ୍ଲଡ ଏଣ୍ଡ ଅଏଲରେ ସାଉଦି ରାଜକୁମାରଙ୍କ ଜୀବନ ବିଷୟରେ ଅନେକ ଖୁଲାସା କରାଯାଇଥିଲା।
ଏହି ପୁସ୍ତକରେ କୁହାଯାଇଛି ଯେ, ରାଜକୁମାରଙ୍କୁ ୩୩ ଆରବର ୟାଚ ବୁଲିବା ଏବଂ ପାର୍ଟି କରିବା ପାଇଁ ମିଳିଛି। ଏଥିସହିତ ତାଙ୍କର ବିଳାସପୂର୍ଣ୍ଣ ପ୍ରାସାଦ ଅଛି ଯେଉଁଠାରେ ପ୍ରତ୍ୟେକ ସୁଖ ସୁବିଧାରେ ଭରି ରହିଛି। ରାଜକୁମାରଙ୍କ ନାମରେ ଏକ ବ୍ୟକ୍ତିଗତ ଆଇଲ୍ୟାଣ୍ଡ ମଧ୍ୟ ରହିଛି, ଯେଉଁଠାରେ ସେ ନିଜ ବନ୍ଧୁ ମାନଙ୍କ ସହିତ ପାର୍ଟି କରିଥାନ୍ତି। ପୁସ୍ତକରେ ରାଜକୁମାରଙ୍କୁ ନେଇ କରାଯାଇଥିବା କିଛି ଖୁଲାସା ବିବାଦୀୟ ମଧ୍ୟ ରହିଛି।
ସାଉଦିର ଭବିଷ୍ୟତ ହେବାକୁ ଥିବା ରାଜା ମୋହମ୍ମଦ ବିନ ସଲମାନଙ୍କ ବିଷୟରେ ଏକ ନୂତନ ପୁସ୍ତକ ‘ବ୍ଲଡ ଆଣ୍ଡ ଅଏଲ’ରେ ଅନେକ ଖୁଲାସା କରାଯାଇଛି। ଏହି ପୁସ୍ତକରେ, ତାଙ୍କ ଜୀବନ ସହିତ ଜଡିତ କିଛି ଏମିତି କଥା ସାମ୍ନାକୁ ଅଣାଯାଇଛି, ଯାହା ବିବାଦୀୟ ଅଟେ।
ଏହି ପୁସ୍ତକରେ ଖୁଲାସା କରାଯାଇଛି ଯେ, କିପରି ଏକଦା ରାଜକୁମାର ସଲମାନ ନିଜର ବ୍ୟକ୍ତିଗତ ଆଇଲ୍ୟାଣ୍ଡରେ ଦେଢ଼ ଶହ ଝିଅଙ୍କ ସହିତ ପାର୍ଟି କରୁଥିବାର ଧରା ପଡ଼ିଥିଲେ।
ପୁସ୍ତକରେ ଦାବି କରାଯାଇଛି ଯେ, ସମସ୍ତ ମଡେଲ ବ୍ରାଜିଲ, ରୁଷ ଏବଂ ମାଲଦ୍ବୀପରୁ ଡକା ଯାଇଥିଲା। ଏହି ପାର୍ଟିରେ କିଛି ଡଜନ ରାଜକୁମାରଙ୍କ ବନ୍ଧୁ ଥିଲେ ଏବଂ ଏହି ମଡେଲ ମାନଙ୍କୁ ସମସ୍ତଙ୍କ ମନୋରଞ୍ଜନ କରିବା ପାଇଁ ଡକାଯାଇଥିଲା।
କୁହାଯାଉଛି ଯେ, ଯେତେବେଳେ ଏହି ଝିଅ ମାନଙ୍କୁ ଡକାଯାଇଥିଲା ସେତେବେଳେ ପ୍ରଥମେ ସେମାନଙ୍କ ଯାଞ୍ଚ କରାଯାଇଥିଲା ଯେମିତି କାହାରିକୁ କେବେହେଲେ କୌଣସି ପ୍ରକାରର ଯୌନ ଟ୍ରାନ୍ସମିଟେଡ ରୋଗ ହୋଇ ନାହିଁ ତ? ଏହି ପାର୍ଟି ଏକ ମାସ ପର୍ଯ୍ୟନ୍ତ ଚାଲିଥିଲା।
ଏହାକୁ ୨୦୧୫ରେ ଆୟୋଜନ କରାଯାଇଥିଲା। ରାଜକୁମାର ସଲମାନଙ୍କର ଏହି ବ୍ୟକ୍ତିଗତ ଆଇଲ୍ୟାଣ୍ଡରେ ଏକ ବିଳାସପୂର୍ଣ୍ଣ ନିର୍ମାଣ କରାଯାଇଛି। ଏଥିରେ ପ୍ରତ୍ୟେକ ପ୍ରକାରର ସୁଖ ସୁବିଧା ଉପସ୍ଥିତ ରହିଛି। ରାଜକୁମାରଙ୍କର ସମସ୍ତ ଅତିଥି ଏଠାରେ ରହିଥିଲେ।
ଏହି ମଡେଲ ମାନେ ଏଠାରେ ପ୍ରତ୍ୟେକ ଅତିଥିଙ୍କର ପ୍ରତ୍ୟେକ ଆବଶ୍ୟକତାର ଧ୍ୟାନ ରଖିଥାନ୍ତି। କିନ୍ତୁ ଅଚାନକ ଏହି ପାର୍ଟିର ଆଭାସ ସ୍ଥାନୀୟ ମିଡିଆକୁ ଲାଗି ଯାଇଥିଲା ଏବଂ ସେ ରାଜକୁମାରର ବିଳାସ ବ୍ୟସନର କାହାଣୀ ଛାପିବା ଆରମ୍ଭ କରିଦେଇଥିଲେ, ଯାହାଦ୍ୱାରା ପାର୍ଟି ମାସେ ପୂର୍ବରୁ ଶେଷ କରିବାକୁ ପଡିଥିଲା।
ପୁସ୍ତକ ମୁତାବକ ଏହି ପାର୍ଟି ପାଖାପାଖି ୨୧ ଆରବ ୯୬ କୋଟି ୭୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ସମସ୍ତ ଅତିଥି ମାନଙ୍କ ମଦିରା ଠାରୁ ଆରମ୍ଭ କରି ସର୍ବୋଚ୍ଚ ମଡେଲ ପର୍ଯ୍ୟନ୍ତ ସବୁକିଛି ଉପଲବ୍ଧ କରାଯାଇଥିଲା। ମଡେଲ ମାନଙ୍କୁ ବହୁତ ମହଙ୍ଗା ମୂଲ୍ୟରେ ହାୟର କରାଯାଇଥିଲା।
ଏହି ଅବସରରେ ଏହି ମଡେଲ ମାନେ ହିଁ ପ୍ରାସାଦର ସମସ୍ତ କାର୍ଯ୍ୟ କରୁଥିଲେ। ନିଜ ପସନ୍ଦର କିଛି ମଡେଲଙ୍କୁ ରାଜକୁମାର ନିଜର ସେବା ପାଇଁ ରଖି ନେଇଥିଲେ। ଏମାନେ ରାଜକୁମାରଙ୍କ ଖାଦ୍ୟପେୟ ଠାରୁ ନେଇ ପ୍ରତ୍ୟେକ ଜିନିଷର ଧ୍ୟାନ ରଖୁଥିଲେ।
ପୁସ୍ତକରେ ଏହା ମଧ୍ୟ ଲେଖା ରହିଛି ଯେ, ପାର୍ଟିକୁ ଗୋପନ ରଖିବା ପାଇଁ ଏଠାରେ ମୋବାଇଲ ବ୍ୟବହାର ଉପରେ ରୋକ ଲଗାଯାଇଛି। କେବଳ ନୋକିଆ ୩୩୧୦sର ବ୍ୟବହାର କରାଯାଇ ପାରିବ।
ସୂଚନାଯୋଗ୍ୟ ଯେ, ରାଜକୁମାର ସଲମାନ ମଧ୍ୟ ଆଗାମୀ ୧୦,୨୦ ଅଥବା ୩୦ ବର୍ଷ ପର୍ଯ୍ୟନ୍ତ ରାଜା ହେବେ ନାହିଁ। କିନ୍ତୁ ଗାଦିର ଆଗାମୀ ଉତ୍ତରାଧିକାରୀ ସେ ହିଁ ଅଟନ୍ତି। ତେବେ ବର୍ତ୍ତମାନ ସେ ରାଜକୁମାରଙ୍କ ଛଡା ଦେଶର ଡେପୁଟି ପ୍ରାଇମ ମିନିଷ୍ଟର ଅଟନ୍ତି।