ଏମିତି ୬ଟି କାରଣ ଯାହାଦ୍ୱାରା କୌଣସି ବ୍ୟକ୍ତିଙ୍କୁ ହୋଇପାରେ ଫୁସଫୁସ କର୍କଟ। ଜାଣନ୍ତୁ ଏହାର ଲକ୍ଷଣ ଏବଂ ପ୍ରତିକାର।

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ ଜନିତ କର୍କଟରେ ପିଡୀତ ହୋଇ ମୃତ୍ୟୁ ସହିତ ଲଢ଼ୁଛନ୍ତି। ତାଙ୍କୁ ତୃତୀୟ ସ୍ତରର ଏଡଭାନ୍ସ କର୍କଟ ହୋଇଛି। ସେ ନିଜର ଚିକିତ୍ସା ପାଇଁ ଆମେରିକା ଯାଇପାରନ୍ତି। ଫୁସଫୁସ କ୍ୟାନସର ଏକ ବହୁତ ଭୟଙ୍କର ରୋଗ। ଯେଉଁ ରୋଗରେ ପ୍ରତ୍ୟେକ ବର୍ଷ ପୁରା ଦୁନିଆର ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ଆସନ୍ତୁ ଜାଣିବା ଏହି ଭୟଙ୍କର ରୋଗର ଲକ୍ଷଣ, କାରଣ ଏବଂ ପ୍ରତିକାର ବିଷୟରେ।

ମଣିଷଙ୍କ ଛାତିରେ ଥିବା ଦୁଇଟି ସ୍ପଞ୍ଜ ପରି ଜିନିଷ ଫୁସଫୁସ ଅଟେ, ଯାହା ଶରୀରର ଅକ୍ସିଜେନ ଗ୍ରହଣ କରିବା ଏବଂ କାର୍ବନ ଡାଇଅକ୍ସାଇଡ୍ ଛାଡିବାର କାମ କରିଥାଏ। ମାୟୋକ୍ଲିନିକର ଏକ ରିପୋର୍ଟ ମୁତାବକ, ଧୂମ୍ରପାନ କରିବା ଦ୍ୱାରା ଫୁସଫୁସ କର୍କଟର ଭୟଙ୍କର ବହୁତ ବଢିଯାଇଥାଏ। ତେବେ ଏହି ରୋଗ ସେହି ଲୋକମାନଙ୍କୁ ମଧ୍ୟ ହୋଇପାରେ ଯେଉଁମାନେ ଜୀବନରେ କେବେହେଲେ ଧୂମ୍ରପାନ କରିନାହାନ୍ତି। ଫୁସଫୁସ କର୍କଟର ବିପଦ ଏହି କଥା ଉପରେ ନିର୍ଭର କରେ ଯେ, ଆପଣ କେତେ ଅଧିକ ସମୟରୁ ଧୂମ୍ରପାନ କରୁଛନ୍ତି।

ଫୁସଫୁସ କ୍ୟାନ୍ସରର ଲକ୍ଷଣ:

ଫୁସଫୁସ କ୍ୟାନସରର ଲକ୍ଷଣ ବା ସଙ୍କେତ ପ୍ରାରମ୍ଭିକ ଚରଣରେ ଜଣାପଡି ନଥାଏ। ଦୁର୍ଭାଗ୍ୟବଶତଃ ଏହାର କାରଣ ବା ସଙ୍କେତ ରୋଗର ଏଡଭାନ୍ସ ସ୍ତରରେ ପହଞ୍ଚିବା ପରେ ଜଣାପଡ଼ିଥାଏ। କେବେ ଦୂର ହେଉନଥିବା କାଶ, କାଶରେ ରକ୍ତ ପଡିବା, ନିଶ୍ୱାସ ନେବାରେ ସମସ୍ୟା, ଛାତିରେ ଯନ୍ତ୍ରଣା, ଗଳା ବସିଯିବା, ଓଜନ କମିଯିବା, ହାଡରେ ଯନ୍ତ୍ରଣା ଏବଂ ମୁଣ୍ଡ ବିନ୍ଧା ଏହି ରୋଗର ପ୍ରମୁଖ ଲକ୍ଷଣ ହୋଇଥାଇପାରେ।

କେତେବେଳେ ଡାକ୍ତରଙ୍କ ପରାମର୍ଶ ନେବେ:

ଫୁସଫୁସ ସହ ଜଡିତ ସମସ୍ୟା ଗୁଡିକ ସାମ୍ନାକୁ ଆସିବାର ତୁରନ୍ତ ପରେ ଆପଣଙ୍କୁ ଡାକ୍ତର ସହିତ ପରାମର୍ଶ କରିବା ଆବଶ୍ୟକ। ଯଦି ଆପଣ ଧୂମ୍ରପାନ କରୁଛନ୍ତି ଏବଂ ତାକୁ ଛାଡି ପାରୁନାହାନ୍ତି ତେବେ ଆପଣଙ୍କୁ ଶୀଘ୍ର ଡାକ୍ତରଙ୍କ ପାଖକୁ ଯିବାର ଆବଶ୍ୟକ ରହିଛି। ଏହି ଅଭ୍ୟାସ ଛାଡିବାରେ ଡାକ୍ତର ଆପଣଙ୍କ ସାହାଯ୍ୟ କରିପାରନ୍ତି। ଆପଣଙ୍କୁ କାଉଁସିଲିଙ୍ଗ, ମେଡିକେଶନ ଏବଂ ନିକୋଟିନର ରିପ୍ଲେସମେଣ୍ଟ ପ୍ରୋଡକ୍ଟ ବିଷୟରେ ସୂଚନା ଦେଇପାରିବେ।

ଫୁସଫୁସ କ୍ୟାନସରର କାରଣ:

ମୁଖ୍ୟ ରୂପରେ ଧୂମ୍ରପାନ କରିବା ଦ୍ୱାରା ହିଁ ଫୁସଫୁସ ଜନିତ କ୍ୟାନସରର ସମସ୍ୟା ହୋଇଥାଏ। ଧୂମ୍ରପାନ କରୁଥିବା ବ୍ୟକ୍ତି ଏବଂ ସେହି ଧୂଆଁ ସମ୍ପର୍କରେ ଆସୁଥିବା ଲୋକଙ୍କୁ ମଧ୍ୟ ଏହି ରୋଗର ସମ୍ଭାବନା ରହିଥାଏ। କିନ୍ତୁ ସେହି ଲୋକମାନଙ୍କୁ ମଧ୍ୟ ଫୁସଫୁସ କ୍ୟାନସର ହୋଇପାରେ ଯେଉଁମାନେ ବିଡ଼ି ସିଗାରେଟ କେବେ ପିଇ ନାହାନ୍ତି କିମ୍ବା ଏହାର ଧୂଆଁ ସମ୍ପର୍କରେ ଆସି ନାହାନ୍ତି ସେମାନଙ୍କୁ ମଧ୍ୟ ଏହି ରୋଗ ହୋଇପାରେ। ଏହି କ୍ଷେତ୍ରରେ କ୍ୟାନସରର କାରଣ ଜଣାପଡି ନଥାଏ।

ଧୂମ୍ରପାନ ଦ୍ୱାରା କାହିଁକି ହୋଇଥାଏ କ୍ୟାନସର:

ଡାକ୍ତରଙ୍କ ମାନିବା କଥା ଯେ, ଧୂମ୍ରପାନ ଦ୍ୱାରା ଫୁସଫୁସର କୋଶିକା ଗୁଡିକ କ୍ଷତିଗ୍ରସ୍ତ ହୋଇଯାଇଥାଏ, ଏହାପରେ ଫୁସଫୁସ କ୍ୟାନସରର ବିପଦ ଜନ୍ମ ନେଇଥାଏ। ଯେତେବେଳେ ଆପଣ ସିଗାରେଟ ପିଇଥାନ୍ତି ସେତେବେଳେ “କର୍ସିନୋଜେନ୍ସ” ନାମକ ଏକ ପଦାର୍ଥ ଫୁସଫୁସର ଟିସ୍ୟୁକୁ ଦ୍ରୁତଗତିରେ ପରିବର୍ତ୍ତନ କରାଇବା ଆରମ୍ଭ କରିଦେଇଥାନ୍ତି। ପ୍ରାରମ୍ଭିକ ସମୟରେ ଏହି କ୍ଷତି ଆପଣଙ୍କ ଶରୀର ଦ୍ୱାରା ଠିକ ହୋଇଯାଇ ପାରିଥାଏ। କିନ୍ତୁ ବାରମ୍ବାର ଏହି ଧୂଆଁ ସଂସ୍ପର୍ଶରେ ଆସିବା ଦ୍ୱାରା ଫୁସଫୁସର କୋଶିକା ଗୁଡିକ କ୍ଷତିଗ୍ରସ୍ତ ହୋଇଯାଇଥାନ୍ତି। ଏହାପରେ କୋଶିକା ଗୁଡିକ ଅସାମାନ୍ୟ ରୂପରେ କାମ କରିବା ଦ୍ୱାରା କ୍ୟାନସର ହୋଇଯାଇଥାଏ।

ବିଭିନ୍ନ ପ୍ରକାରର ଫୁସଫୁସ କର୍କଟ:

ଡାକ୍ତର ମାନେ ଫୁସଫୁସ କର୍କଟକୁ ଦୁଇଗୋଟି ବଡ଼ ଭାଗରେ ବିଭାଜିତ କରିଛନ୍ତି। “ସ୍ମଲ ସେଲ ଲଙ୍ଗ କ୍ୟାନ୍ସର” ଏବଂ ନନ ସ୍ମଲ ସେଲ ଲଙ୍ଗ କ୍ୟାନସର”। ଏହାର ଆଧାର ଉପରେ ହିଁ ସ୍ଥିର କରାଯାଇଥାଏ ତାଙ୍କୁ କେଉଁ ପ୍ରକାରର କ୍ୟାନସର ରହିଅଛି।

ଫୁସଫୁସ କ୍ୟାନସରର ୬ ଗୋଟି ବଡ଼ କାରଣ:

ଧୂମ୍ରପାନ ଏବଂ ଧୂମ୍ରପାନ କରୁ ନଥିବା ବ୍ୟକ୍ତିଙ୍କୁ ଛାଡିଦେଲେ ମଧ୍ୟ ଅନ୍ୟ କୌଣସି ବ୍ୟକ୍ତିଙ୍କୁ କ୍ୟାନସର ହେବାର ବଡ଼ କାରଣ ରହିଥାଇପାରେ। ଯଦି ଆପଣ ଅନ୍ୟ କୌଣସି ପ୍ରକାରର କାରଣରୁ ଛାତିର ରେଡିଏସନ ଥେରାପି କରାଇଛନ୍ତି ତେବେ ଏହାଦ୍ୱାରା ମଧ୍ୟ ଫୁସଫୁସ ଜନିତ କର୍କଟର ସମସ୍ୟା ବଢିଯାଇଥାଏ। ରେଡ଼ନ ଗ୍ୟାସର ସମ୍ପର୍କରେ ଆସିବା ଦ୍ୱାରା ଏହି କ୍ୟାନସର ହେବାର ସମ୍ଭାବନା ବଢିଯାଇଥାଏ।

ଏହାଛଡା ଆର୍ସେନିକ, କ୍ରୋମିୟମ ଏବଂ ନିକେଲ ଆଦି କେମିକାଲ ସମ୍ପର୍କରେ ଆସିବା ଦ୍ୱାରା ମଧ୍ୟ ଏହି ରୋଗର ଶିକାର ହୋଇପାରନ୍ତି। ଏଥିପାଇଁ ଆପଣଙ୍କ ଘର କେଉଁ ସ୍ଥାନରେ କିମ୍ବା ଆପଣ କେଉଁ ସ୍ଥାନରେ ଅଧିକ ସମୟ ବିତାଉଛନ୍ତି ଏହା ମଧ୍ୟ ବହୁତ ମହତ୍ତ୍ୱ ରଖିଥାଏ। କେତେକ କ୍ଷେତ୍ରରେ ଫୁସଫୁସ କର୍କଟ ପରିବାରର ସ୍ୱାସ୍ଥ୍ୟ ଇତିହାସ ଉପରେ ମଧ୍ୟ ନିର୍ଭର କରିଥାଏ।

ଚିକିତ୍ସା ଏବଂ ପ୍ରତିରୋଧ:

ଫୁସଫୁସ କ୍ୟାନସରରୁ ମୁକ୍ତି ପାଇବା ପାଇଁ ଡାକ୍ତର ମାନେ ଅନେକ ଭଲ ଉପଦେଶ ଦିଅନ୍ତି। ଧୂମ୍ରପାନ ଛାଡିବା, ଧୂମ୍ରପାନର ଧୂଆଁ ସମ୍ପର୍କରୁ ଦୁରେଇ ରହିବା, ହାଇ ରେଡ଼ନ ଅଞ୍ଚଳରୁ ଦୂରେଇ ରହିବା, କାର୍ଯ୍ୟସ୍ଥଳରେ କାର୍ସିନୋଜେନ୍ସ ଭଳି ବିଷାକ୍ତ କେମିକାଲ ଠାରୁ ନିଜକୁ ରକ୍ଷା କରିବା। ଖାଦ୍ୟରେ ଫଳ ଏବଂ ସବୁଜ ପନିପରିବା ଗ୍ରହଣ କରିବା। ସପ୍ତାହରେ ନିୟମିତ ଭାବେ ବ୍ୟାୟାମ କରି ନିଜକୁ ବିପଦ ଠାରୁ ଦୂରେଇ ରଖି ପାରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *