ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ଥଣ୍ଡା,କାଶ ଏବଂ କଫ ଭଳି ସମସ୍ୟା ଦେଖା ଦେବାର ଆଶଙ୍କା ଥାଏ।ତା ଉପରେ କୋରନା ପରିସ୍ଥିତି ଏଭଳି ପରିସ୍ଥିତି ରେ ଆମକୁ ଅଧିକ ସଜାଗ ରହିବାର ଅଛି।ଯଦି ଟିକେ ଥଣ୍ଡା,କାଶ ଏବଂ କଫ ହେଉଛି ତାହେଲେ ଆମେ ଡାକ୍ତରଖାନା ନ ଯାଇ,ଔଷଧ ନ ଖାଇ ମଧ୍ୟ ଘରୋଇ ଉପଚାର ଦ୍ୱାରା ମଧ୍ୟ ଏଥିରୁ ଉପଶମ ପାଇପାରିବା।
ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଉପଚାର ବିଷୟରେ କହିବୁ ଯାହାକୁ ତିଆରି କରିବା ଅତ୍ୟନ୍ତ ସହଜ ଏବଂ ପିଇବା ପାଇଁ ମଧ୍ୟ ସ୍ଵାଦିଷ୍ଟ।ଏହା ଏତେ ସ୍ଵାଦିଷ୍ଟ ଯେ ଆପଣମାନେ ଥରେ ସେବନ କଲେ ବାରମ୍ବାର ପିଇବାକୁ ଇଛା ହେବ।ଏହାକୁ ଛୋଟ ରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଲାଭଦାୟକ ଅଟେ।କାଶ ହେଲେ କ୍ଷୀର ପିଇବା ଉଚିତ ନୁହେଁ କାରଣ କ୍ଷୀର କାଶ ସମୟରେ ଆମ ଶରୀରରେ କଫର ମାତ୍ରାକୁ ବଢାଇଥାଏ।ସେଥିପାଇଁ ଆପଣ ଖାଲି କ୍ଷୀର ନ ପିଇ ଏହି ଉପଚାର ପ୍ରସ୍ତୁତ କରି ପିଅନ୍ତୁ।
ତେବେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବେ।
ପ୍ରଥମେ ଗୋଟିଏ ପାତ୍ର ଗ୍ୟାସ ରେ ବସାନ୍ତୁ,ତାପରେ ସେଥିରେ ଅଧା କପ ପାଣି ଢାଳନ୍ତୁ। ପାଣି ଗରମ ହେଲା ପରେ ସେଥିରେ ଖଣ୍ଡିଏ ଅଦାକୁ ଭଲ ଭାବରେ ଛେଚିକି ପକାନ୍ତୁ। ଯଦି ଆପଣଙ୍କୁ ଅଧିକ କାଶ ହେଉଛି ତାହେଲେ 2ଟି ଲବଙ୍ଗ ଛେଚିକି ପକାନ୍ତୁ କାରଣ ଲବଙ୍ଗ କାଶଗୁଳି ସମସ୍ୟା ପାଇଁ ଅତ୍ୟନ୍ତ ଲାଭଦାୟକ।ତାପରେ ଏଥିରେ 4-5ଟି ତୁଳସୀପତ୍ର ପକାନ୍ତୁ। ତାପରେ ଅଧା ଚାମଚ ପାଖାପାଖି ଚାହା ପତି ପକାନ୍ତୁ ଯଦି ଆପଣ ଏହାକୁ ଛୋଟ ପିଲା ପାଇଁ ବନାଉଛନ୍ତି ତାହେଲେ 4ଭାଗରୁ 1ଭାଗ ମିଶାନ୍ତୁ।ସ୍ୱାଦ ଅନୁସାରେ ଚିନି ପକାଇବା।
ଯେତେବେଳେ ଏହା ଫୁଟିବା ଆରମ୍ଭ କରିବ ସେଥିରେ 1ଗ୍ଲାସ କ୍ଷୀର ଢାଳିବା। ତାପରେ ଏହାକୁ 5ମିନିଟ ପର୍ଯ୍ୟନ୍ତ ଫୁଟିବାକୁ ଛାଡ଼ିଦେବା। ହଳଦୀ ମିଶା କ୍ଷୀର କାଶ,କଫ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ କିନ୍ତୁ ଅନେକ ଲୋକଙ୍କୁ ଏହାର ସ୍ୱାଦ ଭଲ ଲାଗେନି ଏବଂ ଆଲର୍ଜି ମଧ୍ୟ ଥାଏ।ସେଭଳି ପରିସ୍ଥିତିରେ ଆପଣମାନେ ଏହି ଉପଚାରକୁ ବନେଇ ସେବନ କରିପାରିବେ।5-10ମିନିଟ ଫୁଟିବା ପରେ ଆମେ ଏହାକୁ ଛାଣି ନେବା।
ଏବେ ଜାଣିବା ଏହାକୁ କିପରି ସେବନ କରିବା ?
ଏହାକୁ ଆପଣ ସକାଳ ବା ସନ୍ଧ୍ୟା ଯେକୌଣସି ସମୟରେ ସେବନ କରିପାରିବେ।ଯଦି ଆପଣଙ୍କୁ ଥଣ୍ଡା, କାଶ ଏବଂ କଫର ଅତ୍ୟଧିକ ସମସ୍ୟା ଅଛି ତାହେଲେ ଆପଣ ଏହାକୁ 1ଗ୍ଲାସ ସେବନ ନକରି 1କପ ରେ 3-4ଥର କରି ସେବନ କରିପାରିବେ। ଯଦି ବଡ ଲୋକ ଏହାର ସେବନ କରନ୍ତି ତହେଲେ ଏଥିରେ 2-3ଟି ଗୋଲମରିଚ କୁଟିକି ମିଶାଇ ପାରିବେ।ଯଦି ଛୋଟପିଲାଙ୍କ ପାଇଁ ବନାଉଛନ୍ତି ତାହେଲେ ଗୋଲମରିଚ ପକାନ୍ତୁ ନାହିଁ।ଏହାକୁ ସର୍ବଦା ଗରମ ଗରମ ପିଇବାକୁ ଚେଷ୍ଟା କରନ୍ତୁ। ଥଣ୍ଡା କରି ପିଇଲେ ଏହାର କୌଣସି ଫଳ ମିଳିବ ନାହିଁ।ଏହାକୁ ଥରେ ପିଇଲେ ଆପଣଙ୍କୁ ଉପଶମ ମିଳିବ।ଆପଣ ଚାହିଁଲେ ଏହାକୁ ନିୟମିତ ସେବନ କରିପାରିବେ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |