ଏହାର ପ୍ରୟୋଗ ଦ୍ୱାରା ସବୁଦିନ ପାଇଁ ଦୂର ହୋଇଯିବ ଯାଦୁ, କାଛୁ ଏବଂ କୁଣ୍ଡିଆ।

ଯାଦୁ, କାଛୁ ଏବଂ କୁଣ୍ଡିଆକୁ ସବୁଦିନ ପାଇଁ ଦୂର କରିଦେବାର ଏହା ଏକ ଅତ୍ୟନ୍ତ ସରଳ ଉପାୟ। ଏହି ଉପଚାର ଦ୍ୱାରା ଯାଦୁ, କାଛୁ, କୁଣ୍ଡିଆ ଦୂର ହେବା ସହିତ କେବେହେଲେ ଭବିଷ୍ୟତରେ ଏହି ସମସ୍ୟା ହେବ ନାହିଁ। ଯାଦୁ, କାଛୁ ଏବଂ କୁଣ୍ଡିଆ ଆମ ଚର୍ମ ସମ୍ବନ୍ଧିତ ସମସ୍ୟା ଅଟେ। ଯାହାଦ୍ୱାରା ଆମ ତ୍ୱଚାରେ ଛୋଟ ଛୋଟ ଲାଲ ରଙ୍ଗର ଚିହ୍ନ ହୋଇଯାଏ ଏବଂ ଝାଳ ବୋହିବା ଦ୍ୱାରା ତାହା କୁଣ୍ଢାଇ ହୋଇ ବଢିବାକୁ ଲାଗିଯାଏ।

ଏହି କୁଣ୍ଡିଆଣକୁ ଆମେ ଏଗଜିମା ରୋଗ ମଧ୍ୟ କହିଥାଉ। ଯାହାକି ମୁଖ୍ୟତଃ ଆମ ହାତ ଆଙ୍ଗୁଳି ସଦ୍ଧିରେ, ପାଦ ଆଙ୍ଗୁଳି ସଦ୍ଧିରେ, ଆମ ମୁହଁରେ ଏବଂ ବେକରେ ଦେଖିବାକୁ ମିଳିଥାଏ। ଏମିତି କିଛି ଘରୋଇ ଉପଚାର ରହିଛି ଯାହାର ପ୍ରୟୋଗ ଦ୍ୱାରା ଆପଣ ଯାଦୁ, କାଛୁ ଏବଂ କୁଣ୍ଡିଆକୁ ସବୁଦିନ ପାଇଁ ଦୂର କରି ପାରିବେ।

ଆବଶ୍ୟକ ସାମଗ୍ରୀ:

ଏହି ଘରୋଇ ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମ ସାମଗ୍ରୀ ଭାବରେ ନିମ୍ବ ତେଲର ଆବଶ୍ୟକତା ରହିଛି। ଏହା ଆପଣଙ୍କୁ ପାଖ ପୁଟୁଳି ବଣିଆ ଦୋକାନରୁ ଅତି ସହଜରେ ମିଳିଯିବ। ଯଦି ନମିଳୁଛି ତେବେ ଆପଣ ଏହି ତେଲକୁ ଘରେ ମଧ୍ୟ ବନାଇ ପାରିବେ କିମ୍ବା ଅନଲାଇନରୁ ମଧ୍ୟ ଅର୍ଡର କରି କିଣିଆଣି ପାରିବେ। ତ୍ଵଚା ସମ୍ବନ୍ଧିତ କୌଣସି ଫଙ୍ଗଲ ଇମଫେକଶନକୁ ଦୂର କରିବା ପାଇଁ ନିମ୍ବ ତେଲ ବହୁତ ଅଧିକ ଲାଭଦାୟକ ଅଟେ।

ଏହି ଉପଚାରକୁ ଲଗାଇବା ପୂର୍ବରୁ ଆଉ ଏକ ମିଶ୍ରଣ ପ୍ରସ୍ତୁତ କରିବାକୁ ପଡିବ। ଯାହାକୁ ବନାଇବା ପାଇଁ ଆପଣଙ୍କୁ ଏଲୋଭେରାର ଆବଶ୍ୟକ ପଡିବ। ଯଦି ସମ୍ଭବ ହେଉଛି ତେବେ ପ୍ରାକୃତିକ ଏଲୋଭେରା ପତ୍ର ନିଅନ୍ତୁ। ସେଥିରୁ ଏଲୋଭେରା ବାହାର କରି ପ୍ରୟୋଗ କରନ୍ତୁ। ନହେଲେ ଆପଣ ଏଲୋଭେରା ଜେଲର ମଧ୍ୟ ପ୍ରୟୋଗ କରି ପାରିବେ। ତେବେ ଫଙ୍ଗଲ ଇମଫେକଶନ କୁଣ୍ଡିଆଣ କାରଣରୁ ବହୁତ ଅଧିକ ବଢିଥାଏ। କୁଣ୍ଡିଆକୁ ଶେଷ କରିବା ପାଇଁ ଏଲୋଭେରା ବହୁତ ଲାଭଦାୟକ ଭୋଇଥାଏ। କାରଣ ଏହା ଆପଣଙ୍କ ସ୍କିନରେ ଆଦ୍ରତା ଆଣିଥାଏ। ଏବଂ ଶୁଖିଲା ଚର୍ମ କାରଣରୁ ହେଉଥିବା କୁଣ୍ଡିଆଣକୁ ଶେଷ କରିଦେଇଥାଏ।

ଏଥିପାଇଁ ତୃତୀୟ ସାମଗ୍ରୀ ଭାବରେ କର୍ପୂରର ଆବଶ୍ୟକ ରହିଛି। ସେହି କର୍ପୂର ଯାହା ପୂଜା କିମ୍ବା ଖାଇବାରେ ବ୍ୟବହୃତ ହୋଇଥାଏ। ବହୁଦିନ ପୂର୍ବରୁ କର୍ପୂର ଆମ ତ୍ଵଚା ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହୋଇ ଆସିଛି। ସେଥିପାଇଁ ଏହାର ପ୍ରୟୋଗ ଯାଦୁ, କାଛୁ, କୁଣ୍ଡିଆ ଏବଂ ବ୍ରଣ ଦାଗ ଆଦିକୁ ଦୂର କରିବା ପାଇଁ କରାଯାଏ।

ପ୍ରସ୍ତୁତ ପ୍ରକ୍ରିୟା:

ଏଲୋଭେରା ପତ୍ରରୁ ଦେଢ଼ ଚାମଚ ମାତ୍ରାରେ ଏଲୋଭେରା ନିଅନ୍ତୁ। ପୂର୍ବରୁ ନିଆଯାଇଥିବା କର୍ପୂରକୁ ଏହି ଏଲୋଭେରାରେ ମିଶାଇ ଦିଅନ୍ତୁ। ଏକ ଚାମଚ କର୍ପୂର ଗୁଣ୍ଡ ଆପଣ ଏଥିରେ ମିଶାନ୍ତୁ। ବର୍ତ୍ତମାନ ଏହାକୁ ଭଲ ଭାବରେ ମିଶାଇ ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହା ବନାଇବା ଯେତେ ସହଜ ହୋଇଥାଏ ଆପଣଙ୍କ ଫଙ୍ଗଲ ଇମଫେକଶନ ପାଇଁ ସେତେ ଲାଭଦାୟକ ହୋଇଥାଏ।

ପ୍ରୟୋଗ ବିଧି:

କୌଣସି ଯାଦୁ, କାଛୁ, କୁଣ୍ଡିଆରେ ଏହାର ପ୍ରୟୋଗ କରିବା ପୂର୍ବରୁ ଏହି ସ୍ଥାନକୁ ଭଲ ଭାବେ ଗରମ ପାଣିରେ ସଫା କରି ଦିଅନ୍ତୁ। ଯାହାଦ୍ୱାରା ଫଙ୍ଗଲ ଇମଫେକଶନ ବଢ଼ାଉଥିବା କିଟାଣୁ ସର୍ବ ପ୍ରଥମେ ସଫା ହୋଇଯିବେ।

ଏହା ପରେ ଏକ ତୁଳା ସାହାଯ୍ୟରେ ପ୍ରସ୍ତୁତ ଏଲୋଭେରା ଏବଂ କର୍ପୂର ମିଶ୍ରଣକୁ କୁଣ୍ଡିଆଣ କିମ୍ବା ଇମଫେକଶନ ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ। ହାତର ବ୍ୟବହାର ନକରି ତୁଳାର ବ୍ୟବହାର କରନ୍ତୁ ନହେଲେ ଏହି ଇମଫେକଶନ ବଢ଼ିପାରେ। ଯେତେବେଳେ ଏହା ଶୁଖିଯିବ ଏହାକୁ ହଲକା ଗରମ ପାଣିରେ ସଫା କରି ନିଅନ୍ତୁ।

ବର୍ତ୍ତମାନ ଏଥିରେ ଆପଣ ନିମ୍ବ ତେଲର ପ୍ରୟୋଗ କରନ୍ତୁ। ନିମ୍ବ ତେଲ ଇମଫେକଶନକୁ ଶେଷ କରିବା ପାଇଁ ବହୁତ ଲାଭଦାୟୀ ହୋଇଥାଏ। ଏଥିରୁ ମିଳୁଥିବା ଆଣ୍ଟି ଫଙ୍ଗଲ ଉପାଦାନ ଆପଣଙ୍କ ଲାଲ ଦାଗକୁ ମଧ୍ୟ ଶେଷ କରିଥାଏ। ଏହି ତେଲକୁ ଆପଣଙ୍କ ତ୍ୱଚାରେ ଭଲ ଭାବରେ ମାଲିଶ କରନ୍ତୁ। ଯେପରି ଏହା ତ୍ୱଚାରେ ଭଲ ଭାବେ ମିଶିଯିବ। ତିନି ଦିନ ଏହାର ପ୍ରୟୋଗ ଦ୍ୱାରା ଉତ୍ତମ ପରିଣାମ ମିଳିଥାଏ। ଆପଣଙ୍କ ଯାଦୁ, କାଛୁ, କୁଣ୍ଡିଆ ସବୁଦିନ ପାଇଁ ଶେଷ ହୋଇଯିବ। ଏହାର ପ୍ରୟୋଗ ଦ୍ୱାରା କୁଣ୍ଡିଆରେ ସୃଷ୍ଟି ହୋଇଥିବା ଚିହ୍ନ ମଧ୍ୟ ରହିବ ନାହିଁ।

Leave a Reply

Your email address will not be published. Required fields are marked *