୯୦ ଦଶକର ସୁପରହିଟ ଫିଲ୍ମ “ଆଶିକି”, “ସଡ଼କ” ଏବଂ “ଜୋ ଜିତା ୱହି ସିକନ୍ଦର”ରେ କାମ କରି ସାରିଛନ୍ତି ଅଭିନେତା ଦୀପକ ତିଜୋରୀ। ଦୀପକ ତିଜୋରୀ ବର୍ତ୍ତମାନ ୫୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ୨୮ ଅଗଷ୍ଟ , ୧୯୬୧ ମସିହାକୁ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା ଦୀପକ ଦୀର୍ଘ ସମୟରୁ ଅଭିନୟ ଦୁନିଆଠାରୁ ଦୂରେଇ ରହିଛନ୍ତି। ଏମିତିରେ ଦୀପକ ନିଜ ପ୍ରଫେସନାଲ ଜୀବନ ଠାରୁ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହିଥିଲେ। ତେବେ ୨୦୧୭ରେ ଖବର ଆସିଥିଲା ଯେ, ଦୀପକ ତିଜୋରୀଙ୍କ ପତ୍ନୀ ଶିବାନୀ ତାଙ୍କୁ ଘରୁ ବାହାର କରିଦେଇଥିଲେ।
ଦୀପକ ନିଜ ପତ୍ନୀ ଶିବାନୀ ଏବଂ ପିଲାଙ୍କ ସହିତ ଗୋରେଗାଓଁର ଏକ ୪ ବିଏଚକେ ଫ୍ଲାଟରେ ରହୁଥିଲେ। ଯେମିତି ଶିବାନୀଙ୍କୁ ଦୀପକଙ୍କ ଯୋଗ ପ୍ରଶିକ୍ଷକ ସହଜେଟ ତାଙ୍କର ଏକ୍ସଟ୍ରା ମେରିଟାଲ ସମ୍ବନ୍ଧ ବିଷୟରେ ସନ୍ଦେହ ହୋଇଥିଲା, ସେ ଦୀପକଙ୍କୁ ଘରୁ ବାହାର କରି ନିଜେ ଘର ଉପରେ କବ୍ଜା କରି ନେଇଥିଲେ।
ଏହାପରେ ଶିବାନୀ ତାଙ୍କ ବିରୋଧରେ ବାନ୍ଦ୍ରା କୋର୍ଟରେ ଡିଭୋର୍ସ ଫାଇଲ କରାଇ ଥିଲେ ଏବଂ କ୍ଷତିପୂରଣ ଦାବି କରିଥିଲେ। ଅନେକ ବର୍ଷରୁ ଲାଇମ ଲାଇଟରୁ ଦୂରରେ ରହୁଥିବା ଦୀପକ, ନିଜ ପତ୍ନୀ ଶିବାନୀ ଏବଂ ପିଲା ମାନଙ୍କ ଖର୍ଚ୍ଚ ଦେବା ସ୍ଥିତିରେ ନଥିଲେ। ଏମିତିରେ ସେ ଉଚ୍ଚ ନ୍ୟାୟାଳୟରେ ଅପିଲ କରିଥିଲେ ଯେ, ତାଙ୍କ ଆର୍ଥିକ ସ୍ଥିତି ଠିକ ନାହିଁ ଏବଂ ସେ ଏହି କ୍ଷତିପୂରଣ ରାଶି ଦେଇ ପାରିବେ ନାହିଁ।
ତେବେ ଏହି ଝଗଡା ମଧ୍ୟରେ ଦୀପକଙ୍କୁ ଜଣା ପଡିଥିଲା ଯେ, ତାଙ୍କ ବିବାହ ହିଁ ଅବୈଧ ଅଟେ। ବାସ୍ତବରେ ଶିବାନୀଙ୍କର ଦ୍ଵିତୀୟ ସ୍ୱାମୀ ହେଉଛନ୍ତି ଦୀପକ। ପ୍ରଥମ ସ୍ୱାମୀଙ୍କ ଠାରୁ ଡିଭୋର୍ସ ନନେଇ ଦୀପକଙ୍କୁ ବିବାହ କରିଥିଲେ ଶିବାନୀ। ଏମିତି ସ୍ଥିତିରେ ଏହି ବିବାହ ହିଁ ଆଇନ ମାନ୍ୟ ନଥିଲା।
ଏମିତିରେ ଯଦି ଶିବାନୀ ନିଜର ପ୍ରଥମ ସ୍ୱାମୀଙ୍କୁ ଡିଭୋର୍ସ ଦେଇ ନାହାନ୍ତି ତେବେ ତାଙ୍କର ଦୀପକଙ୍କ ସହିତ ବିବାହର କୌଣସି ମୂଲ୍ୟ ହିଁ ନାହିଁ। ଏହା ଭାବି ଶିବାନୀଙ୍କ ଖର୍ଚ୍ଚ ଉଠାଇବାକୁ ମନା କରିଦେଇଥିଲେ ଦୀପକ।
ସୂଚନାଯୋଗ୍ୟ ଯେ, ଦୀପକ ତିଜୋରୀ ନିଜ ଡ଼ିଜାଇନର ଗାର୍ଲଫ୍ରେଣ୍ଡ ଶିବାନୀ ତନେଜାଙ୍କୁ ବିବାହ କରିଥିଲେ। ଏହାପରେ ଦୁଇଜଣଙ୍କର ଦୁଇଟି ପିଲା ଝିଅ ସମାରା ଏବଂ ପୁଅ କରଣ ଅଛନ୍ତି। ସମାରା ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ଅଟନ୍ତି। ତାଙ୍କର ଫିଲ୍ମ ପ୍ରତି ମଧ୍ୟ ଆଗ୍ରହ ରହିଛି।
୨୦୧୬ରେ ରିଲିଜ ହୋଇଥିବା ବରୁଣ ଧୱନ ଏବଂ ଜନ ଇବ୍ରାହିମଙ୍କ ଫିଲ୍ମ “ଢ଼ିସୁମ”ରେ ସମାରା କାମ କରିସାରିଛନ୍ତି। ସେଟର ଅନେକ ଫୋଟୋ ମଧ୍ୟ ସେ ନିଜ ଇନଷ୍ଟଗ୍ରାମରେ ସେୟାର କରିଥିଲେ।
ସୂଚନାଯୋଗ୍ୟ ଯେ, ଦୀପକଙ୍କର ଝିଅ ସମାରା ଯେତେବେଳେ ୧୩ ବର୍ଷର ଥିଲେ ସେତେବେଳେ ତାଙ୍କୁ କିଛି ଘଣ୍ଟା ପାଇଁ ଅପହରଣ କରିନିଆ ଯାଇଥିଲା। ୧୯ ମଇ ୨୦୦୯କୁ ହୋଇଥିବା ଏହି ଦୁର୍ଘଟଣା ବିଷୟରେ ଦୀପକ ତିଜୋରୀ ନିଜର ଏକ ଇଣ୍ଟରଭ୍ୟୁରେ କହିଥିଲେ।
ଦୀପକଙ୍କ ମୁତାବକ, “ସନ୍ଧ୍ୟା ପ୍ରାୟ ୪ ଘଣ୍ଟା ସମୟରେ ସମାରା ବାହାରକୁ ଯାଇଥିଲେ। ଲୋଖଣ୍ଡୱାଲାର ସଡ଼କରେ ଚାଲୁଥିବା ସମୟରେ କିଛି ଲୋକ ସମାରାଙ୍କୁ ଅଟୋ ଭିତରକୁ ଟାଣି ନେଇଥିଲେ ଏବଂ ତାଙ୍କୁ ହୋଟେଲକୁ ନେଇଯାଇଥିଲେ।” ତେବେ ତାଙ୍କ ଝିଅ କୌଣସି ଉପାୟରେ ସେହି ଗୁଣ୍ଡା ବଦମାସଙ୍କ ପାଖରୁ ଖସି ଆସିଥିଲେ। ପରେ ସନ୍ଦିଗ୍ଧ ଆରୋପୀଙ୍କୁ ଗିରଫ କରାଯାଇଥିଲା।
ଦୀପକ ତିଜୋରୀ “ଆଫସାନା ପ୍ୟାର କା”, “ଦିଲ ହେ କି ମନତା ନେହି”, “ଖିଲାଡି”, “ଆଁସୁ ବାନେ ଅଙ୍ଗାରେ”, “ପେହେଲା ନାଶା”, “ଜାନମ”, “ଆଇନା”, “ଦିଲ ତେରା ଆଶିକ”, “ସନ୍ତାନ”, “ଛୋଟି ବୋହୂ”, “କଭି ହାଁ କଭି ନା”, “ଅଞ୍ଜାମ”, “ସାଜନ କା ଘର”, “ଦ ଜେଣ୍ଟଲ ମେନ”, “ଗ୍ୟାଙ୍ଗଷ୍ଟର”, “ପ୍ରେମ”, “ସରହଦ”, “ରାଜା”, “ଗୁଲାମ”, “ୟେ ହେ ମୁମ୍ବାଇ ମେରୀ ଜାନ”, “ବାଦଶାହ”, “ଭାସ୍ତଭ”, “ଦୁଲହନ ହମ ଲେ ଜୟେଙ୍ଗେ”, “ପ୍ୟାର ଦିୱାନା ହୋତା ହେ”, “ଫରେବ” ଏବଂ “ରାଜା ନାଟୱଲାଲ” ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |