ବ୍ରଣ, ବ୍ରଣ ଦାଗ ଏବଂ ବ୍ରଣ କାରଣରୁ ହେଉଥିବା ଗର୍ତ୍ତ ଦୂର କରିବା ପାଇଁ ଏହି ଉପଚାରକୁ ପ୍ରୟୋଗ କରନ୍ତୁ। ଏହି ଉପଚାର ଆପଣଙ୍କ ବ୍ରଣ ସମସ୍ୟାକୁ ଦୂର କରିବା ସହିତ ଆଗତ ଭବିଷ୍ୟତରେ ଆପଣଙ୍କୁ କେବେହେଲେ ବ୍ରଣ ଭଳି ସମସ୍ୟା ଠାରୁ ଦୂରେଇ ରଖିବ। ବ୍ରଣ ହେବାର ମୁଖ୍ୟ କାରଣ ରହିଥାଏ ଖରାପ ଖାଦ୍ୟପେୟ ଏବଂ ପାଚନ, ହର୍ମୋନର ଅସନ୍ତୁଳନ, ତେଲିଆ ତ୍ଵଚା ଏବଂ ଇଂଫେକ୍ସନ।
ଶରୀରରେ ଜିଙ୍କ, ଭିଟାମିନ-A, ଭିଟାମିନ-D ଏବଂ ଆଣ୍ଟି ଅକ୍ସିଡେଣ୍ଟ ଅଭାବ କାରଣରୁ ବ୍ରଣ ପରି ଅସୁବିଧା ଭୋଗିବାକୁ ପଡିଥାଏ। ଏହି ସବୁ ଭିଟାମିନ ଆମ ଶରୀରରେ ଅଭାବ ରହିଥିବାରୁ ଆମ ଭିତରେ ଭଲ ବ୍ୟାକ୍ଟେରିଆ କମ ହେବାକୁ ଲାଗିଥାଏ ଏବଂ ଖରାପ ବ୍ୟାକ୍ଟେରିଆର ଉତ୍ପତି ବଢିଯାଇଥାଏ। ଏହିସବୁ ଭିତମଇନର ଅଭାବକୁ ପୂରଣ କରିବା ପାଇଁ ଆପଣ କନ୍ଦମୂଳ, ମିରିକାଳୀ, ଡାଳଚୀନୀ, ଗ୍ରୀନ ଟି, ଗାଜର , ପାଳଙ୍ଗ ଶାଗର ଜୁସ, ଏଲୋଭେରା ଏବଂ ଅମଲା ଜୁସର ସେବନ କରନ୍ତୁ। ତେବେ ଜାଣନ୍ତୁ ବ୍ରଣ ପରି ସମସ୍ୟାକୁ ଦୂର କରିବା ପାଇଁ ଆପଣଙ୍କୁ ନିଜ ଚେହେରାରେ କଣ ଲଗାଇବାକୁ ପଡିବ।
ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ନିମ୍ବ ପତ୍ର, ତୁଳସୀ ପତ୍ର, ମୁଲତାନି ମାଟି ଏବଂ ନିମ୍ବ ତେଲ। ମୁଲତାନି ମାଟି ଏବଂ ନିମ୍ବ ତେଲ ଆପଣଙ୍କୁ ସହଜରେ କୌଣସି ପୁଟୁଳି ବଣିଆ ଦୋକାନରୁ ମିଳିଯିବ। ଯଦିଓ ନମିଳୁଛି ତେବେ ଆପଣ ଏହାକୁ ଅନଲାଇନରେ ଅର୍ଡର କରି ମଗାଇ ପାରବେ।ବ୍ରଣ ପରି ସମସ୍ୟାକୁ ଦୂର କରିବା ପାଇଁ ନିମ୍ବ ତେଲ, ନିମ୍ବ ପତ୍ର ଏବଂ ତୁଳସୀ ପତ୍ର ବହୁତ ଅଧିକ ଲାଭଦାୟକ ହୋଇଥାଏ। କାରଣ ଏଥିରେ ଆଣ୍ଟି ଫଙ୍ଗଲ, ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଇମଫ୍ଲାମେଂଟରୀ ତତ୍ୱ ଭରପୂର ମାତ୍ରାରେ ମିଳିଥାଏ। ଯାହା ବ୍ରଣକୁ ଠିକ କରିବା ସହିତ ତାକୁ ପୁନଃ ଜନ୍ମ ହେବାକୁ ଦେଇ ନଥାଏ।
ନିମ୍ବ ଏବଂ ତୁଳସୀ ପତ୍ରକୁ ପ୍ରଥମେ ହାଲକା ଗରମ ପାଣିରେ ଭଲ ଭାବରେ ଧୋଇ ନିଅନ୍ତୁ। ଏକ ମୁଠା ନିମ୍ବ ପତ୍ର ସହିତ ୭ରୁ ୮ଟି ତୁଳସୀ ପତ୍ର ମିଶାଇ ସେଥିରେ ଅଳ୍ପ ପାଣି ଦେଇ ଆପଣ ତାହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଆପଣ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଫ୍ରିଜରେ ଷ୍ଟୋର କରି ରଖି ପାରିବେ। ବର୍ତ୍ତମାନ ଆପଣ ଏହାର ଫେସ ପ୍ୟାକ ବନାଇବା ପାଇଁ ପ୍ରଥମେ ଏହି ପେଷ୍ଟରୁ ଏକ ଚାମଚ ଗୋଟିଏ ପାତ୍ରକୁ ବାହାର କରି ନିଅନ୍ତୁ। ଏହାପରେ ଏଥିରେ ଏକ ଚାମଚ ମଲତାନି ମାଟି ମିଶାଇ ଦିଅନ୍ତୁ। ଏବେ ଏଥିରେ ଅଧା ଚାମଚ ଲିମ୍ବ ତେଲ ମିଶାଇ ଦିଅନ୍ତୁ। ଏହାକୁ ଭଲ ଭାବରେ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିବା ପରେ ନିଜ ଚେହେରାରେ ସେହି ସ୍ଥାନରେ ଲଗାଇ ପାରିବେ ଯେଉଁଠାରେ ଆପଣଙ୍କର ବ୍ରଣ ହୋଇଛି।
ଏହି ମିଶ୍ରଣକୁ ଲଗାଇବା ପରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ। ଚେହେରାକୁ ଧୋଇବା ପରେ ହାଲକା ଭାବରେ ସଫା କରନ୍ତୁ। ଚେହେରାକୁ ପୋଛିବା ସମୟରେ କେବେହେଲେ ଏହାକୁ ବଳ ପ୍ରୟୋଗ କରି ରଗଡନ୍ତୁ ନାହିଁ। ଏହି ଉପାୟକୁ ସପ୍ତାହରେ ତିନି ରୁ ଚାରି ଥର ପ୍ରୟୋଗ କରନ୍ତୁ। ଧୀରେ ଧୀରେ ଆପଣଙ୍କ ବ୍ରଣ ଜନିତ ସମସ୍ୟା ଦୂର ହେବକୁ ଲାଗିବ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |