ଯେତେବେଳେ ଦମ୍ପତି ମାତାପିତା ହେବାର ନିଷ୍ପତ୍ତି ନେଇଥାନ୍ତି ସେତେବେଳେ ତାଙ୍କୁ ଅନେକ ପ୍ରକାରର ପ୍ରଶ୍ନ ଘେରି ନେଇଥାଏ ଯେମିତିକି କେତେବେଳେ ସେକ୍ସ କରିବା ଉଚିତ କିମ୍ବା ଗର୍ଭଧାରଣ ପାଇଁ କେତେଥର ସେକ୍ସ କରିବା ଆବଶ୍ୟକ? ଏହି ପ୍ରକାରର କେଉଁ ଋତୁରେ ଗର୍ଭଧାରଣ କରିବେ, ଏପରି ପ୍ରଶ୍ନ ମଧ୍ୟ ମସ୍ତିସ୍କରେ ଚାଲୁଥାଏ।
ଯେଉଁ ମୁହୂର୍ତ୍ତରେ ଆପଣ ନିଜ ପରିବାର ବଢାଇବା ପାଇଁ ଭାବିଥାନ୍ତି, ସେହି ସମୟ ବହୁତ ବିଶେଷ ହୋଇଥାଏ। ସେହିପରି ପୂର୍ବରୁ ପିଲାଙ୍କ ହେବା ସମୟରେ ଦମ୍ପତି ମାନଙ୍କୁ ଅଧିକ ସୂଚନା ନଥାଏ ଏବଂ ଏମିତିରେ ସେ ନିଜର ବନ୍ଧୁ ଏବଂ ଇଣ୍ଟରନେଟର ସାହାଯ୍ୟରେ ଏବିଷୟରେ ନିଜର ଜ୍ଞାନ ବଢାଇବା ପାଇଁ ଚେଷ୍ଟା କରିଥାନ୍ତି।
କିଛି ଲୋକ ଗର୍ଭଧାରଣ ପାଇଁ ସଠିକ ବୟସର ସର୍ଚ୍ଚ କରିଥାନ୍ତି ତ ଆଉ କିଛି ଲୋକ ଜାଣିବାକୁ ଚାହାନ୍ତି ପିଲା ଜନ୍ମ କରିବାକୁ କେତେବେଳେ ଏବଂ କେତେଥର ସେକ୍ସ କରିବା ଆବଶ୍ୟକ। ଏହି ପ୍ରଶ୍ନ ଗୁଡିକ ଛଡା ସହଜରେ ଗର୍ଭଧାରଣ କରିବା ପାଇଁ ପାଗ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରତିପାଦନ କରିଥାଏ। ଆଶ୍ଚର୍ଯ୍ୟ ହୋଇଗଲେ ନା, ସଠିକ ପାଣିପାଗରେ ଚେଷ୍ଟା କରିଲେ ଗର୍ଭଧାରଣର ସମ୍ଭାବନାକୁ ବଢାଯାଇ ପାରିବ। ତେବେ ଚାଲନ୍ତୁ ଜାଣିବା ଯେ ଗର୍ଭବତୀ ହେବା ପାଇଁ କେଉଁ ସମୟ ହୋଇଥାଏ ସବୁଠୁ ଅଧିକ ଉତ୍ତମ ବୋଲି ଗ୍ରହଣ କରାଯାଏ।
କଣ କହୁଛି ଅନୁସନ୍ଧାନ:
କଣ ଆପଣ କେବେ ଚିନ୍ତା କରିଛନ୍ତି ଯେ ସମଗ୍ର ଦୁନିଆରେ ଅଧିକ ପିଲା ଅଗଷ୍ଟ ଏବଂ ସେପ୍ଟେମ୍ବରରେ ହିଁ କାହିଁକି ଜନ୍ମ ଗ୍ରହଣ କରିଥାନ୍ତି? ହ୍ୟୁମାନ ରିପ୍ରୋଡକ୍ସନର ଜର୍ଣ୍ଣାଲରେ ପ୍ରକାଶିତ ଅନୁସନ୍ଧାନ ମୁତାବକ, ଥଣ୍ଡା ଋତୁର ପ୍ରାରମ୍ଭ ଏବଂ ଶେଷରେ ଗର୍ଭଧାରଣ କରିବାର ସମ୍ଭାବନା ସବୁଠୁ ଅଧିକ ହୋଇଥାଏ।
ଏହି ସର୍ଭେ ୧୪,୩୩୧ ମାତାପିତାଙ୍କ ଉପରେ ଏହା ଜାଣିବା ପାଇଁ କରାଯାଇଥିଲା ଯେ, ଗୋଟିଏ ଋତୁରେ ପିଲା ମାନଙ୍କ ଜନ୍ମ ହାର ତୀବ୍ରତାର ସହିତ କିପରି ବଢିଯାଏ। ଏହି ଗବେଷଣାରେ ୟୁଏସ, କାନାଡ଼ା ଏବଂ ଡେନମାର୍କର ସେହି ମହିଳା ମାନଙ୍କର ବିବରଣୀକୁ ବ୍ୟବହାର କରାଯାଇଥିଲା ଯାହା ୬ ମାସରୁ କମ ସମୟରୁ ଗର୍ଭଧାରଣ କରିବାକୁ ଚେଷ୍ଟା କରୁଥିଲେ।
କେତେଥର ସେକ୍ସ କଲେ, ମାସିକ ଚକ୍ର, ଓବୁଲେଶନ ଏବଂ ବୟସ ପରି କାରକର ଆଧାରରେ ପ୍ରତିଯୋଗିଙ୍କୁ ଟ୍ରାକ୍ କରାଯାଇଥିଲା। ଏହାଛଡା ଡାଏଟ, ଧୂମ୍ରପାନ, ଶିକ୍ଷା ଏବଂ ଆୟ ସ୍ତରକୁ ମଧ୍ୟ ଆଧାର ଭାବରେ ନିଆଯାଇଥିଲା।
ଏହିସବୁ କଥା ଉପରେ ଧ୍ୟାନ ଦେବା ପରେ ଜଣାପଡିଲା ଯେ ବସନ୍ତ ଏବଂ ପତ୍ରଝଡା ଋତୁରେ ବହୁତ କମ ମହିଳା ଗର୍ଭଧାରଣ କରିଥିଲେ।
ସର୍ବପ୍ରଥମେ ଉପଯୁକ୍ତ ହେବ ଥଣ୍ଡା ପାଗ:
୨୦୧୮ରେ ହୋଇଥିବା ଏକ ଅନ୍ୟ ଗବେଷଣା ମଧ୍ୟ ଏହି କଥା ଉପରେ ସହମତି ଦେଖାଇଥିଲା ଯେ ଗର୍ଭଧାରଣ କରିବାର ସବୁଠୁ ଉପଯୁକ୍ତ ସମୟ ଶୀତ ଦିନ ହୋଇଥାଏ। ଥଣ୍ଡା ଋତୁରେ ଲୋକମାନେ ଘରେ ଅଧିକ ରହିଥାନ୍ତି। ସେହିପରି ଏହାମଧ୍ୟ କୁହାଯାଇଛି ଯେ, ଶୀତରେ ସ୍ପର୍ମର ଗୁଣବତ୍ତା ଭଲ ରହିଥାଏ, ଯାହାଦ୍ୱାରା ଗର୍ଭଧାରଣ କରିବାର ପ୍ରକ୍ରିୟା ସହଜ ହୋଇଯାଇଥାଏ। ସର୍ଭେର ସଂଖ୍ୟା ମୁତାବକ ଶୀତ ଋତୁରେ ଗର୍ଭଧାରଣ ଦ୍ୱାରା ଯେଉଁ ପିଲା ଜନ୍ମ ହୋଇଥାନ୍ତି ତାଙ୍କ ଜୀବିତ ରହିବାର ହାର ଅଧିକ ଥିଲା।ଏଥିପାଇଁ ଏପରି କୁହାଯାଇ ପାରିବ ଯେ ଗର୍ଭଧାରଣ କରିବା ପାଇଁ ଶୀତ ଋତୁ ସବୁଠୁ ଉତ୍ତମ ହୋଇଥାଏ।
ଓବୁଲେଶନର ସମୟରେ ଚେଷ୍ଟା କରିବା ଏବଂ ସଠିକ ସମୟରେ ସେକ୍ସ କରିବା ପରି କଥାକୁ ଧ୍ୟାନ ଦେଇ ଆପଣ ଗର୍ଭଧାରଣର ପ୍ରକ୍ରିୟାକୁ ସହଜ ବନାଇ ପାରିବେ ଏବଂ ଏହାଦ୍ୱାରା ଆପଣଙ୍କର ଚାପ ମଧ୍ୟ କମ ହୋଇଯିବ। ସେହିପରି ଗର୍ଭଧାରଣ କରିବାର ସମୟର ପ୍ରଭାବ ଶିଶୁର ସ୍ୱାସ୍ଥ୍ୟ ଉପରେ ଏବଂ ବ୍ୟକ୍ତିତ୍ୱ ଉପରେ ମଧ୍ୟ ପଡିଥାଏ।
ଅଧ୍ୟୟନର କହିବା କଥା ଯେ, ଗର୍ଭଧାରଣ କରିବାର ତାରିଖ, ସମୟ ଏବଂ ବର୍ଷ ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ବର୍ତ୍ତମାନ ଆପଣ ବୁଝିଗଲେ ନା ଯେ ପରିବାର ବଢାଇବାର ଯୋଜନା ଆପଣଙ୍କୁ କେବେ କରିବାକୁ ହେବ। ତେବେ ବର୍ତ୍ତମାନ ଏହି ଗବେଷଣା ମୁତାବକ ଆପଣ ନିଜର ଯୋଜନା ଆରମ୍ଭ କରି ପାରିବେ।