ଆୟୁଷ ମନ୍ତ୍ରାଳୟ ପତଞ୍ଜଳି ଦ୍ଵାରା ତିଆରି କରାଯାଇଥିବା କରୋନା ଭାଇରସ ଔଷଧ କୁ ନେଇ ଆପତ୍ତି ଉଠାଇଛି ଓ କମ୍ପାନୀ ଙ୍କୁ ତୁରନ୍ତ ଔଷଧ ର ବିଜ୍ଞାପନ ବନ୍ଦ କରିବା ପାଇଁ କହିଥିଲା । ଯାହା ପରେ କମ୍ପାନୀ କରୋନା ଭାଇରସ ଔଷଧ ର ବିଜ୍ଞାପନ ବନ୍ଦ କରି ଦେଇଥିଲା । ଆୟୁଷ ମନ୍ତ୍ରାଳୟ ଙ୍କ କହିବା କଥା କି ପତଞ୍ଜଳି ତରଫରୁ କରୋନା ଭାଇରସ ର ଔଷଧ ବିଷୟରେ ମନ୍ତ୍ରାଳୟ କୁ ସୂଚିତ କରାଯାଇନଥିଲା । କଥିତ ବୈଜ୍ଞାନିକ ଅଧ୍ୟୟନ ର ଦାବି ର ସତ ଓ ବିବରଣୀ ବିଷୟରେ ମନ୍ତ୍ରାଳୟ ଙ୍କୁ କୌଣସି ସୂଚନା ଦିଆଯାଇନଥିଲା । ଯେଉଁଥି ପାଇଁ ମନ୍ତ୍ରାଳୟ ଏହିଭଳି ପଦକ୍ଷେପ ଗ୍ରହଣ କରିଛି ।
ମନ୍ତ୍ରାଳୟ ତରଫରୁ ଏହି କଥା ଜାରି କରି କୁହାଯାଇଥିଲା କି ପତଞ୍ଜଳି କୁ ଏହି ବିଷୟରେ ସୂଚିତ କରାଯାଇଛି କି ଔଷଧ ର ଏମିତି ବିଜ୍ଞାପନ ଯେଉଁଥିରେ ଆୟୁର୍ବେଦିକ ଔଷଧ ସାମିଲ ଅଛି । ତାହା ଡ୍ରଗ ଆଣ୍ଡ ମୈଜିକ ରିମେଡୀଜ କାନୁନ ୧୯୫୪ ଓ କରୋନା ମହାମାରୀ କୁ ନେଇ କେନ୍ଦ୍ର ସରକାର ଙ୍କ ନିର୍ଦ୍ଦେଶ ଅନ୍ତର୍ଗତ ଆସୁଛି ।
ଆୟୁଷ ମନ୍ତ୍ରାଳୟ ପତଞ୍ଜଳି କୁ ମାଗିଲା ଏହି ଖବର
ଆୟୁଷ ମନ୍ତ୍ରାଳୟ ତରଫରୁ ପତଞ୍ଜଳି କୁ ପଚରା ଯାଇଥିଲା କି ଔଷଧ ରେ କେଉଁ ପ୍ରଦାର୍ଥ ପ୍ରୟୋଗ କରାଯାଇଛି ଓ ଏହି ପ୍ରଦାର୍ଥ ବିଷୟରେ ସୂଚନା ଦେବା ପାଇଁ କହିଛି । ଏହା ଛଡା ଆୟୁଷ ମନ୍ତ୍ରାଳୟ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ଦ୍ୱାରା ଔଷଧ ର ନାମ ଓ ଏହି ଔଷଧ କୁ ନେଇ କେଉଁଠି ଅଧ୍ୟୟନ କିମ୍ବା କେଉଁ ହସ୍ପିଟାଲ ରେ ହୋଇଥିଲା କେଉଁ ପ୍ରୋଟାକଲ କୁ ପାଳନ କରାଯାଇଛି । ଏ ସମସ୍ତ ସୂଚନା ମାଗିଛି ।
ମନ୍ତ୍ରାଳୟ ପତଞ୍ଜଳି କମ୍ପାନୀ କୁ ଏହା ମଧ୍ୟ ପଚାରିଛି କି କରୋନା ଔଷଧ ର ସ୍ୟାପୁଲ ର ଆକାର କେମିତି , ଇଣ୍ଟିଟ୍ୟୁଶନଲ ଏଥିକ୍ସ କମେଟୀ କ୍ଲିୟରେସ ମିଳିଛି କି ନାହିଁ , ସୀଟୀଆରଆଇ ରେଜିଷ୍ଟ୍ରେସନ ଓ ଅଧ୍ୟୟନ ସହ ଯୋଡିତ ଡାଟା କେଉଁଠି ଅଛି ।
ମାଗିଲେ ଲାଇସେନ୍ସ ର କପି
ମନ୍ତ୍ରାଳୟ ପତଞ୍ଜଳି ର ଉତ୍ତରାଖଣ୍ଡ ସରକାର ଙ୍କ ଲାଇସେସିଙ୍ଗ ପ୍ରାଧିକରଣ ରୁ ଔଷଧ ର ଲାଇସେନ୍ସ ର କପି ମଧ୍ୟ ମାଗିଛନ୍ତି ଓ ପ୍ରୋଜେକ୍ଟ ର ମଞ୍ଜୁରୀ କରାଯାଇଥିବା ବ୍ୟୈରା ମଧ୍ୟ ମାଗିଛନ୍ତି ।
ଏବେ ଭାରତୀୟ ଆର୍ଯୁବିଜ୍ଞାନ ଅନୁସନ୍ଧାନ ପରିଷଦ ର ମହାନିର୍ଦ୍ଦେଶକ ପ୍ରଫେସର ବଳରାମ ଭାର୍ଗବ ଙ୍କୁ ପତଞ୍ଜଳି ର ଦାବି ବିଷୟରେ ପଚରା ଗଲା ପରେ ସେ କହିଲେ କି ସେ ଏମିତି କୌଣସି ଔଷଧ ବିଷୟରେ ଟିପ୍ପଣୀ ଦେବେ ନାହିଁ । ଆଇସୀଏମଆର ଏହି ଔଷଧ ସହ ସମ୍ଭଦିତ କୌଣସି ପ୍ରୟାସ ସହ ସାମିଲ ନ ଥିଲା ।
ଯାଞ୍ଚ ପୁରା ହେବା ପର୍ଯ୍ୟନ୍ତ କଟକଣା ଲାଗି ରହିବ
ମନ୍ତ୍ରାଳୟ ତରଫରୁ କୁହାଯାଇଥିଲା କି ଯେବେ ପର୍ଯ୍ୟନ୍ତ କରୋନା ର ଏହି ଆୟୁର୍ବେଦିକ ଔଷଧ ସହ ଯୋଡିତ ଯାଞ୍ଚ ପୁରା ହୋଇନାହିଁ ସେତେ ପର୍ଯ୍ୟନ୍ତ ଏହି ଔଷଧ ର ବିଜ୍ଞାପନ ଉପରେ କଟକଣା ଲଗାଯାଇଛି ।
ବଜାର କୁ ଔଷଧ ଆଣିବାକୁ ଲାଗିଥାଏ ସମୟ
କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ର ଏକ ବରିଷ୍ଠ ଅଧିକାରୀ ଙ୍କ ଅନୁସାରେ ସାମାନ୍ୟ ପରିସ୍ଥିତି ରେ ଔଷଧ ତିଆରି କରିବା ଏହା ସହ ଯୋଡିତ କ୍ଲିନିକାଲ ଟ୍ରାଏଲ ପୁରା କରିବା ରେ ଓ ତାହାର ମାର୍କେଟିଂ କରିବାକୁ ୩ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଥାଏ । ସେମିତି ଅସାମାନ୍ୟ ପରିସ୍ଥିତି ରେ ଯଦି ଜଲ୍ଦୀ ଔଷଧ ଆଣିବାକୁ ଚେଷ୍ଟା କରାଯାଏ ତେବେ ଗୋଟେ ନୂଆ ଔଷଧ ବଜାର କୁ ଆସିବାକୁ ଦଶ ମାସ ରୁ ଗୋଟେ ବର୍ଷ ମଧ୍ୟରେ ସମୟ ଲାଗିଥାଏ ।
ପତଞ୍ଜଳି ର ଦାବି କି ସେ ଏହି ବର୍ଷ ଜାନୁଆରୀ ମାସ ରେ ଏହି ଔଷଧ ତିଆରି କରିବା ଆରମ୍ଭ କରିଥିଲା । ମାନେ କମ୍ପାନୀ ବହୁତ କମ ସମୟରେ ଏହି ଔଷଧ ପ୍ରସ୍ତୁତ କରିଛି ଓ ଏହାର କ୍ଲିନିକାଲ ଟ୍ରାଏଲ ମଧ୍ୟ ପୁରା କରି ନେଇଛି । ସେମିତି ସୀଡୀଏସସୀଓ ର ଏକ ଅଧିକାରୀ ଙ୍କ ଅନୁସାରେ ତାଙ୍କ ବିଭାଗ କୁ ପତଞ୍ଜଳି ର ଏହି ଔଷଧ ର କ୍ଲିନିକାଲ ଟ୍ରାଏଲ ର କୌଣସି ସୂଚନା ନାହିଁ ।
ହେଲେ ପତଞ୍ଜଳି କମ୍ପାନୀ ର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କ କହିବା କଥା ଗୋଟିଏ ତୃତୀୟ ପକ୍ଷ ର ସାହାଯ୍ୟ ରେ କ୍ଲିନିକାଲ ଟ୍ରାଏଲ କରାଯାଇଥିଲା । ଯେଉଁଥିରେ ୧୦୦ ପ୍ରତିଶତ କୋଭିଡ଼-୧୯ ର ରୋଗୀଙ୍କୁ ଭଲ କରାଯାଇଛି ।
ଆଶା କରାଯାଏ କି ପତଞ୍ଜଳି ମଙ୍ଗଳବାର ଦିନ “କୋରୋନିଲ ଟେବଲେଟ” ଓ “ଶ୍ର୍ବାସାରି ବଟୀ” ନାମରେ ଔଷଧ ଲଞ୍ଚ କରିଥିଲା ଓ ଏହା ଦାବି କରିଥିଲା କି ଏହି ଔଷଧ କରୋନା ରୋଗୀ ଙ୍କୁ ଠିକ କରିପାରିବ ।