ଆପଣ ଜାଣନ୍ତି ସମୟ ଏକ ଚକ୍ର ଅଟେ।ଯେପରି ଦିନପରେ ରାତି ଆସିଥାଏ,ସେହିପରି ମନୁଷ୍ୟ ଜୀବନରେ ଦୁଃଖ ପରେ ସୁଖ ନିଶ୍ଚିତ ଆସିଥାଏ।ଭାଗ୍ୟରେ ଯାହା ଲେଖା ଅଛି ତାହା ସମୟ ଆସିବା ପୂର୍ବରୁ ନା କେବେ ମିଳିଛି,ନା କେବେ ମିଳିବ।ଅର୍ଥାତ ଜଣେ ମନୁଷ୍ୟ ଜୀବନରେ ଯାହା ରହିଥାଏ ତାହା ସେତିକି ଏବଂ ସଠିକ ସମୟ ଆସିଲେ ମିଳିଥାଏ।
ସମୟ ମନୁଷ୍ୟ ଜୀବନରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।ଆଜି ଯଦି ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଭରି ହୋଇଅଛି, ତେବେ କାଲି ନିଶ୍ଚିତ ଆପଣଙ୍କ ଜୀବନରେ ଖୁସୀ ଭରିଯିବ।ସମୟର ଚକ୍ର ବା ଦୁଃଖ ସୁଖ ର ଚକ୍ର ଏପରି ହିଁ ଚାଲିଥାଏ, ଯେପରି ଦୁଃଖର କଳା ବାଦଲ ବେଶୀ ସମୟ ରହି ନଥାଏ।ସେହିପରି ଆପଣଙ୍କ ସୁଖର ସମୟ ମଧ୍ୟ ବେଶୀ ଦିନ ରାହିନଥାଏ।
ଯେଉଁ ମନୁଷ୍ୟର ଖୁସୀ ଏବଂ ସୁଖର ସମୟ ଚାଲୁଥାଏ ସେ ଜୀବନର ସବୁ ହସଖୁସି ପାଇଥାଏ।ଆମ ପୌରାଣିକ କଥାବସ୍ତୁ,ମାନ୍ୟତା ଏବଂ ଶାସ୍ତ୍ରରେ ଏହି ସମୟ ଚକ୍ର ବିଷୟରେ ଉଲ୍ଲେଖ ଅଛି।ଶୁଭ ସମୟ ଆସିବା ପୂର୍ବରୁ କେତୋଟି ସଂକେତ ଆପଣଙ୍କୁ ପୂର୍ବାନୁମାନ କରାଇଥାଏ।ସେହିପରି କିଛି ଅଶୁଭ ସମୟ ଆସିବା ପୂର୍ବରୁ ମଧ୍ୟ ସମୟ ଆପଣଙ୍କୁ ପୂର୍ବ ସୂଚିତ କରିଥାଏ।ତେବେ ଚାଲନ୍ତୁ ଜାଣିବା ଆଗକୁ ଆସୁଥିବା ସମୟ ଆପଣଙ୍କ ପାଇଁ ଶୁଭ ନା ଅଶୁଭ।ଏହା କେତୋଟି ସଙ୍କେତ ଦ୍ୱାରା ଜାଣି ହୋଇଥାଏ।
1-କେବେ କେବେ ଅଧିକ ରାତିଯାଏଁ କିମ୍ବା ସାରାରାତି ବିନା କାରଣରେ ନିଦ ଆସିନଥାଏ।ଏହି ଛୋଟ କାରଣଟି ଆପଣଙ୍କ ବଡ ଇଛା ବା ବହୁଦିନ ଧରି ଆଶା କରିଥିବା କାର୍ଯ୍ୟ ପୁରା ହେବାର ଶୁଭ ସଙ୍କେତ ଦେଇଥାଏ।
2-ସକାଳର ନିଦ ସତେଜ ଏବଂ ସକାରାତ୍ମକ ଭାବ ସହିତ ଭାଙ୍ଗିଥାଏ ତେବେ ଏହା ଏକ ଶୁଭ ସଂକେତ ହୋଇଥାଏ।ଜାଣିନିଅନ୍ତୁ ଯେ,ସେଦିନ ଆପଣଙ୍କ ପାଇଁ ଶୁଭ ହେବ ଏବଂ ଜୀବନରେ ଚାଲୁଥିବା କୈଣସି ବଡ ସମସ୍ୟାର ସମାଧାନ ସେହିଦିନ ହେବ।ଏହା ସହିତ ସକାଳର ନିଦ ଭାଙ୍ଗିବା ମାତ୍ରେ କାଉ କିମ୍ବା କୋଇଲିର ରାବ କାନରେ ପଡିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ।
3-ଘରୁ ବାହାରିଲା ବେଳେ ପୂର୍ଣ୍ଣ ଜଳ କୁମ୍ଭ କିମ୍ବା ବାଲଟି ଦେଖିବା କାର୍ଯ୍ୟରେ ସଫଳତା ଏବଂ ଉନ୍ନତିର ମାର୍ଗ ଖୋଲିଥାଏ।ଅନ୍ୟପଟେ ଛିଦ୍ର ବାଲଟିରୁ ପାଣି ବାହାରୁ ଥିବାର ଦେଖିଲେ ଅଶୁଭ ହୋଇଥାଏ।ଏହା ଦ୍ୱାରା କାର୍ଯ୍ୟରେ ବାଧା ଏବଂ ଅସଫଳତା ହେବାର ଅଶୁଭ ସଂକେତ ହୋଇଥାଏ।
4-ନାରୀ ମାନଙ୍କର ବାମ ଭାଗ ଏବଂ ପୁରୁଷ ମାନଙ୍କର ଡାହାଣ ଭାଗ ଯଥା-ଗୋଡ, ହାତ,ଆଖି ଡେଇଁବାର ଅର୍ଥ ଶୁଭ ସମୟ ଆସୁଥିବାର ଜଣାଇଥାଏ।ସଫଳତା ଏବଂ ମାନ ସମ୍ମାନ ଅର୍ଜନ କରିବା ସହିତ ଆର୍ଥିକରେ ପରିବର୍ତ୍ତନର ଶୁଭ ସମୟ ହୋଇଥାଏ।
5-ଘରେ ଯେତେ ଧ୍ୟାନ ଦେଲେ ମଧ୍ୟ କ୍ଷୀର ଉତୁରି ଯାଇଥାଏ ଏହା ଏକ ଶୁଭ ସଂକେତ ହୋଇଥାଏ।ଏହାର ଅର୍ଥ ଘରକୁ କୋୖଣସି ମୂଲ୍ୟବାନ ଜିନିଷ ଆସିପାରେ।
6-ଘରେ ରହିଥିବା ଝିଟିପିଟିଙ୍କ ଝଗଡା ଘର ପାଇଁ ଅଶୁଭ ହୋଇଥାଏ।କିନ୍ତୁ ସେହି ଝିଟିପିଟି ଯଦି ଆପଣଙ୍କ ଡାହାଣ କାନ୍ଧ କିମ୍ବା କାନ ଉପରେ ଆସି ଖସିପଡ଼େ ତାହେଲେ ଅତ୍ୟନ୍ତ ଶୁଭ ହୋଇଥାଏ।ବ୍ୟବସାୟରେ ଲାଭ ଏବଂ ଦୂର ଯାତ୍ରା ପରି ଶୁଭ ସମାଚାର ମିଳିଥାଏ।
7-ଡାହାଣ ହାତର ପାପୁଲି ମଧ୍ୟ କୁଣ୍ଡାଇ ହେବା ଧନ ଆସିବାର ସଂକେତ ହୋଇଥାଏ।
8-ସକାଳର ନିଦ ଯଦି କୌଣସି ଖରାପ ସ୍ବପ୍ନ ଦ୍ୱାରା ଭାଙ୍ଗିଥାଏ ତେବେ ତାହା ଅମଙ୍ଗଳ ହୋଇଥାଏ ସେଦିନ କିଛି ବି ଶୁଭ କାମ ହୋଇ ପାରିନଥାଏ।
9-କେବେ ଦୂର ଯାତ୍ରା କରିବା ସମୟରେ ଯଦି ଆପଣଙ୍କ ଆଖି ସହ ବିଲେଇ ଆଖି ମିଶାଇ ବିକଟଳିଆ ରାବ ଦେଇଥାଏ ତେବେ ସେହି ଯାତ୍ରାରେ ସମସ୍ୟା ଆସିଥାଏ,ବିପଦପୂର୍ଣ୍ଣ ରହିଥାଏ ଏବଂ ଯାତ୍ରା ଆରମ୍ଭ ସମୟରେ ଯଦି ବିଲେଇ ତା ଛୁଆ ସହ ଖେଳୁଥିବାର ଦୃଶ୍ୟ ଦେଖିବା ଆପଣଙ୍କ ପାଇଁ ଶୁଭ ହୋଇଥାଏ।
10-ଘର ବାହାରେ ଗାଈ/ଗୋ-ମାତା ଯଦି ଖାଦ୍ୟ ଖାଇବା ପାଇଁ ଆସି ଛିଡା ହୁଅନ୍ତି ତେବେ ଏହାର ଅର୍ଥ ଘରର ସ୍ଥିତି ବଦଳିବାକୁ ଯାଉଛି।ଘର ଉନ୍ନତି ମାର୍ଗରେ ରହିବା ସହିତ ଧନ ପ୍ରାପ୍ତିର ସଙ୍କେତ ଦେଇଥାଏ।କିନ୍ତୁ ଅନେଜ ସମୟରେ ଘର ଭିତରେ ଚାଲୁଥିବା ସମୟରେ ଘରର ଦୁଆର ବନ୍ଧରେ କାନ୍ଧ ମାଡ଼ ହେବା ପରିସ୍ଥିତି ଆଗକୁ ବିଗିଡିବାକୁ ଯାଉଛି ତାହା ଦର୍ଶାଇଥାଏ।
ପ୍ରତ୍ୟକଙ୍କ ଜୀବନରେ କିଛି ନା କିଛି ଦୁଃଖ ଏବଂ ସୁଖ ଭରି ରହିଥାଏ। ଏହି ଛୋଟ ଛୋଟ ସଂକେତ କେବଳ ଆପଣଙ୍କୁ ପୂର୍ବ ସୂଚନା ଦେଇଥାଏ।ଜୀବବନରେ ଏହି ଶୁଭ ଏବଂ ଅଶୁଭ ଘଟଣାକୁ ଆପଣଙ୍କୁ ହିଁ କାଟିବାକୁ ପଡେ।ସର୍ବଦା ଈଶ୍ୱରଙ୍କ ଉପରେ ଭରଷା ଏବଂ ବିଶ୍ୱାସ ରଖନ୍ତୁ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |