ପ୍ରାୟତଃ ଆମେ ଅନେକ ଚମତ୍କାର ଗୁଡିକ ବିଷୟରେ ଦେଖିଥାନ୍ତି ଏବଂ ଶୁଣିଥାନ୍ତି। କିଛି ଏମିତି ହିଁ ଚମତ୍କାର ହୋଇଛି ଚୀନର ଗୁଇଝୋଉ ଗାଁରେ। ଏଠାରେ ଗୋଟିଏ ଗାଈ ଏକ ଅନନ୍ୟ ବାଛୁରୀକୁ ଜନ୍ମ ଦେଇଛି, ଯାହାର ଦୁଇଟି ମୁଣ୍ଡ ଏବଂ ଚାରୋଟି କାନ ରହିଛି। ଏହି ବାଛୁରୀକୁ କେହି କେହି ଭଗବାନଙ୍କ ଚମତ୍କାର କହିଛନ୍ତି ତ ସେହିପରି ଅନ୍ୟ କେହି ଏହାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖୁଛନ୍ତି। ତେବେ ଡାକ୍ତରଙ୍କ କହିବା କଥା ଯେ, ଯେତେବେଳେ ଗାଈର ପିଲାଟି ତା’ ଗର୍ଭରେ ଥିଲା ସେତେବେଳେ ଅସ୍ୱାଭାବିକ ପ୍ରକ୍ରିୟାରେ ତାର ଦୁଇଟି ମୁଣ୍ଡ ହୋଇଯାଇଛି। ଏହି ବାଛୁରୀର ଜନ୍ମ ପରେ ହିଁ ହଜାର ହଜାର ଲୋକ ଏହାକୁ ଦେଖିବା ପାଇଁ ଆସୁଛନ୍ତି।
୧୫ ଅଗଷ୍ଟକୁ ଚାଇନାର ଏକ ଗାଁରେ ଚାରୋଟି କାନ, ଦୁଇଟି ମୁହଁ, ଚାରୋଟି ଆଖି ଥିବା ଏପରି ଏକ ଅନନ୍ୟ ବାଛୁରୀକୁ ଜନ୍ମ ଦେଇଥିଲେ ଗୋଟିଏ ଗାଈ।
ଏହି ଗାଈ ଓ ବାଛୁରୀର ମାଲିକ କହିଛନ୍ତି ଯେ, ଏହି ବାଛୁରୀ ଦୁଇଟି ମୁହଁରେ ଏକା ସାଙ୍ଗରେ କ୍ଷୀର ପିଇ ପାରୁଛି କିନ୍ତୁ ଦୁଇଟି ମୁହଁ ଥିବା କାରଣରୁ ଗାଈଟି ଠିଆ ହୋଇ ପାରୁ ନାହିଁ।
ଚାଇନାର ଗୁଇଝୋଉରେ ଏକ ଗାଁରେ ଜନ୍ମ ଗ୍ରହଣ କରିଥିବା ଏହି ଅନନ୍ୟ ବାଛୁରୀକୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି।
ଡାକ୍ତରଙ୍କ ମୁତାବକ, ବାଛୁରୀର ମୁଣ୍ଡ ମାଆ ଗାଈର ପେଟରେ ଅସ୍ୱାଭାବିକ ପ୍ରକ୍ରିୟାରେ ତିଆରି ହୋଇଥିଲା। ଯାହାକୁ ବୈଜ୍ଞାନିକ ଭାଷାରେ ଜେନେଟିକ ମ୍ୟୁଟେଶନ କୁହାଯାଇଥାଏ।
ବାଛୁରୀର ମାଲିକ ଝାଙ୍ଗଙ୍କ କହିବା କଥା ଯେ ୭୦ ବର୍ଷରୁ ଅଧିକ ବୟସ ମୋର କିନ୍ତୁ ମୁଁ ମୋ ଜୀବନ କାଳ ମଧ୍ୟରେ କେବେହେଲେ ଏହି ପ୍ରକାରର ଗାଈ ଦେଖି ନାହିଁ।
ବିଶେଷଜ୍ଞ କହିଛନ୍ତି ଯେ, ଦୁଇଟି ମୁଣ୍ଡ ଥିବା ଗାଈର ଗୋଟିଏ ହିଁ ଗଳା ରହିଛି। ସେ ଦାବି କରିଛନ୍ତି ଯେ, ବାଛୁରୀ ସୁସ୍ଥ ରହିଛନ୍ତି ଏବଂ ଆଶା ରହିଛି ଯେ ଏହା କିଛି ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରିବ।
ସୂଚନାଯୋଗ୍ୟ ଯେ, ଦୁଇଟି ମୁଣ୍ଡ ଥିବା ପଶୁ ମାନଙ୍କ ଠାରେ ପଲିସେଫଲିକ ନାମକ ରୋଗ ରହିଥାଏ। ଦୁଇଟି ମୁଣ୍ଡ ଥିବା ପଶୁକୁ ବାଇସଫିଲିକ ବା ଡାଇସଫିଲିକ କୁହାଯାଇଥାଏ ଏବଂ ତିନୋଟି ମୁଣ୍ଡ ଥିବା ପଶୁକୁ ଟ୍ରାଇସାଇଫିଲିକ କୁହାଯାଇଥାଏ।
ଏକ ପଲିସେଫିଲିକ ପଶୁର ପ୍ରତ୍ୟେକ ମୁଣ୍ଡରେ ଭିନ୍ନ ମସ୍ତିଷ୍କ ରହିଥାଏ, ଯାହାଦ୍ୱାରା ଅନ୍ୟ ଅଙ୍ଗ ଗୁଡ଼ିକ ଉପରେ ସେ ନିୟନ୍ତ୍ରଣ କରିଥାନ୍ତି।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |