ଏହି ଭୟ କାରଣରୁ ବିଗ ବସ୍ ୧୪କୁ ମନା କରିଦେଇଥିଲେ ନିୟା ଶର୍ମା, ରାତାରାତି ଶୋ’ରୁ ଦୂରେଇ ଗଲେ ନିୟା

ବିଗ ବସ୍ ଏମିତି ଏକ ରିୟାଲିଟି ଶୋ’ ଅଟେ ଯାହାର ଅପେକ୍ଷା ସମସ୍ତଙ୍କୁ ରହିଥାଏ। ପ୍ରତ୍ୟେକ ବର୍ଷ ଏହି ଶୋ’ରେ ଜଣାଶୁଣା ତାରକା ମାନେ ଆସିଥାନ୍ତି ଏବଂ କିଛି ନୂତନ କରି ଯାଇଥାନ୍ତି। ଏବର୍ଷ ବିଗ ବସ୍ ୧୩ ବହୁତ ଚର୍ଚ୍ଚାରେ ରହିଥିଲା। ଏମିତିରେ ବର୍ତ୍ତମାନ ଆସନ୍ତା ମାସରେ ବିଗ ବସର ସିଜିନ ୧୪ ଆରମ୍ଭ ହେବାକୁ ଯାଉଛି। ୪ ଅକ୍ଟୋବରକୁ ବିଗ ବସ୍ ୧୪ର ପ୍ରିମିୟର ହେବ। ନିର୍ମାତା ପୂର୍ଣ୍ଣ ଚେଷ୍ଟା କରିଛନ୍ତି ଯେ ଶୋ’ ଆରମ୍ଭ ହେବା ପୂର୍ବରୁ ନିଜର ସମସ୍ତ କାର୍ଯ୍ୟକୁ ଯେପରି ସମାପ୍ତ କାରି ପାରିବେ।

ବିଗ ବସ୍ ୧୪ର ଘର ମଧ୍ୟ ଶିଘ୍ରତାରେ ସହିତ ନିର୍ମାଣ କରାଯାଉଛି। ଗତ ୫ ମାସରୁ ହିଁ ବହୁତ ଟେଲିଭିଜନ ଏବଂ ବଲିଉଡ ସେଲିବ୍ରେଟିକୁ ଶୋ’ରେ ଆସିବାର ନିୟନ୍ତ୍ରଣ ମିଳି ସାରିଛି। କିନ୍ତୁ ଅନେକ ତାରକା ଏହି ଶୋ’ରେ ଭାଗ ନେବାକୁ ମନା କରି ଦେଇଛନ୍ତି। ଏଥର ତାରକାଙ୍କ ବିଗ ବସ୍ ୧୪ରେ ଭାଗ ନେବାର ଆଗ୍ରହ ବହୁତ କମ ରହିଛି। ମଝିରେ ଏହି ଖବର ମଧ୍ୟ ଆସିଥିଲା ଯେ, ନାଗିନ ଫେମ ନିୟା ଶର୍ମା ମଧ୍ୟ ବିଗ ବସ୍ ୧୪ର ଅଂଶଗ୍ରହଣ କରିପାରନ୍ତି। ତେବେ ଲେଟେଷ୍ଟ ମିଳିଥିବା ସୂଚନା ଅନୁସାରେ ନିୟା ବିଗ ବସ୍ ୧୪ରେ ଭାଗ ନେବାକୁ ଚାହୁଁନାହାନ୍ତି।

ନିୟା ଶର୍ମାଙ୍କୁ ଡରାଉଛୁ ଏହି କଥାର ଭୟ:

ବାସ୍ତବରେ ନିୟାଙ୍କୁ ଡର ରହିଛି ଯେ ବିଗ ବସର ଘରେ ଗଲେ ତାଙ୍କର ଛବି ଉପରେ ପ୍ରଭାବ ପଡିପାରେ। ସୂଚନାଯୋଗ୍ୟ ଯେ, ନିକଟରେ ହିଁ ନିୟା ଖତରୋନ କେ ଖିଲାଡ଼ିର ବିଜେତା ଟ୍ରଫି ମଧ୍ୟ ନିଜ ନାମରେ କରାଇ ନେଇଛନ୍ତି। ନିୟାଙ୍କ କହିବା କଥା ଯେ, ତାଙ୍କ କ୍ରୋଧ ବହୁତ ତୀବ୍ର ଅଟେ, ଏମିତିରେ ଯଦି ସେ ବିଗ ବସ୍ ଘରୁ ଗଲେ ତେବେ ତାଙ୍କ କ୍ରୋଧ କାରଣରୁ ବହୁତ ହଙ୍ଗାମା ହୋଇପାରେ। ନିୟାଙ୍କୁ ଜଣା ଅଛି ଯେ, ବିଗ ବସର ଘରେ ଶାନ୍ତି ରହି ନଥାଏ। ସେଠାରେ ସବୁବେଳେ କୌଣସି ନା କୌଣସି କଥାକୁ ନେଇ ବିବାଦ ହୋଇଥାଏ। ଏହି ଝଗଡାର ବିବାଦ ପ୍ରତିଯୋଗିତାଙ୍କର ଛବି ଉପରେ ମଧ୍ୟ ପଡିଥାଏ।

କରୋନା ଭାଇରସର ମଧ୍ୟ ରହିଛି ଭୟ:

ସେହିପରି ନିୟା କରୋନା ଭାଇରସକୁ ନେଇ ମଧ୍ୟ ବହୁତ ଡରୁଛନ୍ତି। ବିଗତ ବର୍ଷ ଯେଉଁ ପ୍ରକାରର ଘରେ ଯେପରି ଉତ୍ତେଜନା ଦେଖିବାକୁ ମିଳିଥିଲା, ତାକୁ ଦେଖି ନିୟା ଚିନ୍ତାରେ ପଡ଼ି ଯାଇଛନ୍ତି। ସିଦ୍ଧାର୍ଥ ଶୁକ୍ଳା ଏବଂ ରଶ୍ମି ଦେସାଇଙ୍କ ଝଗଡା ତାଙ୍କର ଆଜି ପର୍ଯ୍ୟନ୍ତ ମନେରହିଛି। କେଉଁପ୍ରକାରର।ଏହି ଦୁଇଜଣଙ୍କୁ ବିବାଦର ସାମ୍ନା କରିବାକୁ ପଡିଥିଲା, ନିୟାଙ୍କୁ ଭୟ ରହିଛି ଯେ ତାଙ୍କ ସହିତ ମଧ୍ୟ ଏପରି ନହେଉ। ତେବେ ନିୟାଙ୍କର ପ୍ରଶଂସକ ତାଙ୍କୁ ବିଗ ବସ୍ ଘରେ ଦେଖିବା ପାଇଁ ବହୁତ ଉତ୍ସୁକ ଅଛନ୍ତି। ଯଦି ସେ ଶୋ’ରେ ଅଂଶଗ୍ରହଣ କରୁ ନାହାନ୍ତି ତେବେ ତାଙ୍କ ପ୍ରଶଂସକ ନିରାଶ ହୋଇଯିବେ।

ବିଗ ବସକୁ ମନା କଲେ ଏହି ତାରକା:

ନିୟା ଶର୍ମା ଏପରି ପ୍ରଥମ କଳାକାର ନୁହନ୍ତି ଯିଏ ନିଜର ଛବିକୁ ନେଇ ଭୟ କରୁଛନ୍ତି। ଏହାପୂର୍ବରୁ ମଧ୍ୟ ଏପରି ଅନେକ ନାମ ଆସି ସାରିଛି ଯେଉଁମାନେ ବିଗ ବସରେ ହେଉଥିବା ବିବାଦ କାରଣରୁ ବିଗ ବସ୍ ୧୪କୁ ଆସିବାକୁ ମନା କରିଦେଇଛନ୍ତି। ନିକଟରେ ଖବର ଆସିଥିଲା ଯେ, ପର୍ଲ ବି ପୁରୀ, ଚାହତ ଖାନ୍ନା, ଆଶା ନେଗୀ ଏବଂ ଜେନିଫର ବିଂଗେଟଙ୍କ ପରି ତାରକା ବିଗ ବସ୍ ୧୪ର ଅଫରକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଶୋ’ ବିଷୟରେ କହିବାକୁ ଗଲେ ଏବର୍ଷ ବିଗ ବସ୍ ୧୩ର ଟ୍ରଫି ସିଦ୍ଧାର୍ଥ ଶୁକ୍ଳା ନିଜ ନାମରେ କରିଥିଲେ। ସେହିପରି ଦ୍ଵିତୀୟ ସ୍ଥାନରେ ଆସିମ ରିୟାଜ ଏବଂ ତୃତୀୟ ସ୍ଥାନରେ ଶହନାଜ କୌର ଗିଲ ରହିଥିଲେ।

ଟେଲିଭିଜନର ସବୁଠୁ ପ୍ରତିଷ୍ଠିତ ଅଭିନେତ୍ରୀ ଅଟନ୍ତି ନିୟା:

ନିୟା ଶର୍ମାଙ୍କ ନାମ ଟେଲିଭିଜନ ଜଗତର ସେହି ନାମିଦାମୀ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଆସିଥାନ୍ତି, ଯିଏ ଭାରତରେ ପ୍ରତିଷ୍ଠିତ ହେବା ସହିତ ବାହାରେ ମଧ୍ୟ ବେଶ ଜଣାଶୁଣା ଅଟନ୍ତି। ନିୟା ଶର୍ମା ଆଜି ଛୋଟ ପରଦାର ସବୁଠୁ ପ୍ରତିଷ୍ଠିତ ଏବଂ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ଅଟନ୍ତି। ନିୟା ସୁନ୍ଦର ହେବା ସହିତ ବହୁତ ହଟ ମଧ୍ୟ ଅଟନ୍ତି। ସେ ସବୁବେଳେ ନିଜର ନୂତନ ଏବଂ ବୋଲ୍ଡ ଭାବ ଭଙ୍ଗୀ ପାଇଁ ବେଶ ଜଣାଶୁଣା। ନିୟା ପ୍ରାୟତଃ ନିଜର ହଟ ଲୁକରେ ଚର୍ଚ୍ଚାରେ ରହିଥାନ୍ତି। ନିୟା “ଏକ ହଜାରୋନ ମେ ମେରି ବେହେନା ହେ” ଏବଂ “ଜମାଇ ରାଜା” ପରି ଲୋକପ୍ରିୟ ସିରିୟଲରେ କାମ କରି ସାରିଛନ୍ତି। ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ନିୟାଙ୍କୁ ଏସିଆର ସବୁଠୁ ସେକ୍ସି ଷ୍ଟାର ମହିଳାର ଆଖ୍ୟା ମିଳି ସାରିଛି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *