ଭାରତୀୟ ମାନଙ୍କ ଘରେ ମଧ୍ୟ ଲବଙ୍ଗର ପ୍ରାୟତଃ ଖାଇବା କୁ ସୁଗନ୍ଧିତ କରିବା ପାଇଁ ବ୍ୟବହୃତ ହୁଏ। ଖାଇବା ର ସ୍ଵାଦ ବଢ଼ାଇବା ବ୍ୟତୀତ କ’ଣ ଆପଣ ଜାଣିଛନ୍ତି ଏହା ମୋଟା କମେଇବାରେ ବି ସାହାଯ୍ୟ କରେ। ଏହି ସୁଗନ୍ଧିତ ମସଲା ଶରୀରରେ ବଢ଼ି ଥିବା ଚର୍ବି କୁ ମିଳେଇବାରେ ସାହାଯ୍ୟ କରେ। ଏଥିରେ ପ୍ରୋଟିନ୍, ଆଇରନ୍, କାର୍ଵନ୍ ହାଇଡ୍ରଅକ୍ସସାଇଡ୍, କ୍ୟାଲ୍ସିୟମ୍, ଫସ୍ଫରସ୍, ପଟାସିୟମ୍, ସଡ଼ିୟମ୍, ଓ ହାଇଡ୍ରକ୍ଲରିକ୍ ଏସିଡ୍ ଭରପୁର୍ ମାତ୍ରା ରେ ମିଳେ। ଏହା କେଵଳ ମୋଟା କମ୍ କରେ ନାହିଁ ବରଂ ଶରୀରକୁ କୌଣସି ରୋଗରୁ ଅସୁସ୍ଥ ହେବାରୁ ଦୂରେଇ ରଖିଥାଏ। ଆସନ୍ତୁ ଜାଣିବା ଲଵଙ୍ଗର ବ୍ୟବହାର ଦ୍ୱାରା ଆପଣ ମୋଟାପଣ କେମିତି ଦୂର କରି ପାରିବେ ଓ ଏହାକୁ ବ୍ୟବହାର କରିବର ପ୍ରଣାଳୀ।
ଲଵଙ୍ଗ କେମିତି ମୋଟା କମେଇପାରେ :

ଲଵଙ୍ଗ ଶରୀରର ମେଟାୱଲିଜ୍ୟମ୍ କୁ ଉତ୍ତେଜିତ କରେ, ଯାହା ଦ୍ୱାରା ଏହା ଓଜନ କମ୍ କରିବାରେ ସାହାଯ୍ୟ କରେ। ଏହି ମସଲା ରେ ଏଣ୍ଟିକୋଲେସ୍ଟିକ୍ ଏବଂ ଏଣ୍ଟି- ଲିପିଡ୍ ଗୁଣ ବି ରହିଥାଏ। ଯେବେ ଏହି ଶକ୍ତିଶାଳୀ ମସଲାକୁ ଗୋଲମରିଚ, ଡ଼ାଲ୍ ଚିନି ,ଓ ଜୀରା ସହ ମିଶାଇ ଦିଆଯାଏ, ତ ଏହା ଶରୀରର ମେଟାୱଲିକ୍ ର ହାର କୁ ବହୁତ ବେଶି ବଢ଼ିବାରେ ସାହାଯ୍ୟ କରେ। ଏହା ବ୍ୟତିତ ଏଣ୍ଟିଅକ୍ସିଡ଼େନ୍ଟ ବି ରହିଥାଏ ,ଯାହା ଅକ୍ସିଡ଼େଣ୍ଟିବ୍ ସ୍ଟେସ୍ କୁ କମ୍ କରେ। କମ୍ ଅକ୍ସିଡ଼େଣ୍ଟିବ୍ ସ୍ଟେସ୍ ରେ ରୋଗର ଭୟ କମ୍ ହୋଇଥାଏ। ଲଵଙ୍ଗ ରକ୍ତରେ ଶର୍କରା କୁ ମଧ୍ୟ ଆୟତ୍ତ କରି ରଖେ। ଆସନ୍ତୁ ଜାଣିବା ଏହି ସର୍ବତ୍ କୁ କେମିତି ବନେଇବା।
ଲଵଙ୍ଗ ପାଣି ପିଇବା ଦ୍ୱାରା କମ୍ ହୋଇଥାଏ ଅଣ୍ଟା ର ଚର୍ବି।
ସାମଗ୍ରୀ: 50 ଗ୍ରାମ୍ ଲଵଙ୍ଗ, 50 ଗ୍ରାମ୍ ଡ଼ାଲ୍ ଚିନି, 50 ଗ୍ରାମ୍ ଜୀରା
କେମିତି ବନେଇବେ :

ଗୋଟିଏ ପାତ୍ରରେ ଲଵଙ୍ଗ, ଡ଼ାଲ୍ ଚିନି ଏବଂ ଜୀରା କୁ ସେତେ ପର୍ଯ୍ୟନ୍ତ ଭାଜନ୍ତୁ ଯେତେ ପର୍ଯ୍ୟନ୍ତ ସେଥିରେ ବାସ୍ନା ନ ଆସିଛି। ଏବେ ଏହାକୁ ଭଲ ଭାବେ ଗୁଣ୍ଡ କରି ପଵନ ଯାଇ ପାରୁନଥିବା ଏକ ଡବାରେ ରଖି ଦିଅନ୍ତୁ।
କେମିତି ଖାଇବେ:
ଏହି ମିଶ୍ରଣରୁ ଏକ ଚାମଚ୍ ଏକ ଗ୍ଲାସ ପାଣିରେ ଫୁଟାନ୍ତୁ ଏବଂ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ। ଏବେ ଏଥିରେ ଏକ ଚାମଚ୍ ମହୁ ମିଶାନ୍ତୁ ଏବଂ ଏହାକୁ ପ୍ରତିଦିନ ଖାଲି ପେଟ ରେ ଖାଆନ୍ତୁ। ଏହା ସହିତ ଆପଣଙ୍କୁ ନିୟମିତ ବ୍ୟାୟାମ ଓ ସୁସ୍ଥ ଖାଦ୍ୟ ଖାଇବା ପାଇଁ ପଡ଼ିବ। ତେବେ ଆପଣ ସଠିକ୍ ଫଳ ପାଇ ପାରିବେ।