ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ ବିଶଷଜ୍ଞମାନେ ସତର୍କ ସୂଚନା ଜାରି କରିଛନ୍ତି । ସମୁଦ୍ର ଭିତରେ ୦.୯ ରି ୭.୬ କିଲୋିଟର ଭିତରେ ଦକ୍ଷିଣ ଦିଗରେ ଏକ ସାଇକ୍ଲୋନ ଦେଖା ଦେଇଛି । ପାଣିପାଗ ବିଭାଗ ଅଧିକାରୀଙ୍କ କହିବା ମୁତାବକ ଆସନ୍ତା ୩ ଦିନରେ ଏହି ଝଡ଼ ଉତ୍ତର ପଶ୍ଚିମ ଦିଗକୁ ବଢିବ।
କିଛି ଦିନ ତଳେ ଓଡ଼ିଶାର ଉପକୂଳରେ ଅମ୍ଫନ୍ ର ପ୍ରବେଶ ହୋଇଥିବା ବେଳେ ବର୍ତ୍ତମାନ ପୁଣିଥରେ ଓଡ଼ିଶା କୁ ଆଉ ଏକ ବିପଦ ମାଡ଼ି ଆସୁଥିବାର ପାଣିପାଗ ବିଶେଷଜ୍ଞ ସତର୍କ ସୂଚନା ଯାରିକରିଛନ୍ତି। ଅଧିକାରୀ ମାନେ ନିଜେ ଏହା ଉପରେ ନଜର ରଖିଛନ୍ତି ।
ସୋମବାର ଦିନ ପାଣି ପାଗ ବିଭାଗ ତରଫରୁ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ସୂଚନା ଦେଇଛନ୍ତି । ଓଡ଼ିଶାର ଭିତର ଅଞ୍ଚଳ ଓ ଏହାର ଆଖା ପାଖ ଅଞ୍ଚଳ ଓ ସାମୁଦ୍ରିକ କ୍ଷେତ୍ରରେ ୦୯ କିଲୋମଟର ରୁ ୭.୬ କିଲୋମିଟର ଭିତର ଦକ୍ଷିଣ ଦିଗରେ ଏକ ଘୂର୍ଣ୍ଣିବଳୟ ଦେଖିବାକୁ ମିଳିଛି। ଏହା ୩ ଦିନରେ ଉତ୍ତର ପଶ୍ଚିମାିମୁଖୀ ହୋଇ ପାରେ।
ଆପଣଙ୍କୁ ଏଠାରେ କହି ରଖିବୁ କି କିଛି ଦିନ ତଳେ ଆସିଥିବା ଆମ୍ଫାନ୍ ଓଡ଼ିଶାରେ ବହୁତ ଖୟ କ୍ଷତି କରିବା ସହିତ ଜୀବନ ମଧ୍ୟ ନେଇଥିଲା। କିନ୍ତୁ ଓଡ଼ିଶା ଭିତରକୁ ପ୍ରବେଶ ନ କରି ଅଳ୍ପକେ କଲିକାତ କୁ ଚାଲିଯାଉଥିଲା ଯାହା ଫଳରେ କ୍ଷୟ କ୍ଷତି କଲିକତା ତୁଳନାରେ ରେ ଅଧିକ ହୋଇନଥିଲା। କିନ୍ତୁ ଆମ୍ଫନ୍ ଯୋଗୁ ବିଦ୍ୟୁତ ବିଭାଗ ବହୁତ କ୍ଷତି ଘଟିଥିଲା। ଏହା ସହିତ ଉପକୂଳବର୍ତ୍ତୀ ଅଞ୍ଚଳରେ ବହୁତ କ୍ଷୟକ୍ଷତି ଦେଖିବାକୁ ମିଳିଥିଲା। ଘର ଦ୍ବାର ବଡ଼ ବଡ଼ ମଧ୍ୟ ଭାଙ୍ଗି ପଡିଥିବା ବେଳେ କେତେ ଲୋକଙ୍କର ଜୀବନ ମଧ୍ୟ ଯାଇଥିଲା।
ସରକାର ଙ୍କ ତରଫରୁ ସବୁ ପ୍ରକାରର ଆଗୁଆ ସତର୍କତା ଅବଲମ୍ବନ କରାଯାଇ ତଳି ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ସ୍ଥାନାନ୍ତର କରାଯାଇଥିଲା ସେଥି ପାଇଁ ବହୁ ଲୋକଙ୍କ ଜୀବନ ମଧ୍ୟ ରକ୍ଷା ହୋଇଯାଇଥିଲା।