କଣ କୁହେ ଅପଣଙ୍କ ହାତର ମଣିବନ୍ଦ ରେଖା ? ଏହାକୁ ଦେଖି କେମିତି ଜାଣିବେ ନିଜର ଭବିଷ୍ୟତ ?

ଜ୍ୟୋତିଷ ଶାସ୍ତ୍ରରେ ହାତର ମଣିବନ୍ଦ ରେଖା ଦେଖି ବ୍ୟକ୍ତିର ବୟସ ମଧ୍ୟ ଜାଣିପାରବେ। ସବୁ ଲୋକଙ୍କ ହାତର ମଣିବନ୍ଦ ସଂଖ୍ୟା ମଧ୍ୟ ଭିନ୍ନ ରହିଥାଏ। କିଛି ଲୋକଙ୍କ ହାତର ଗୋଟିଏ ମଣିବନ୍ଦ ରେଖା ଥାଏ ତ ଆଉ କିଛି ଲୋକଙ୍କର ଦୁଇ କିମ୍ବା ଦୁଇଟି ରୁ ଅଧିକ ରେଖା ରହିଥାଏ। ଅସନ୍ତୁ ଜାଣିବା ମଣିବନ୍ଦ ଦେଖି କିପରି ଜାଣି ପାରିବେ ନିଜର ଭାଗ୍ୟ ଏବଂ ବୟସ ।

ମଣିବନ୍ଦରେ ଗୋଟିଏ ରେଖା ଥିଲେ:

ଯଦି କୌଣସି ବ୍ୟକ୍ତିର ହାଥରେ ଗୋଟିଏ ରେଖା ରହିଥାଏ ତେବେ ଏହା ସୁଖ ଦୃଷ୍ଟିରୁ ଶୁଭ ହୋଇଥାଏ। ଏହି ବ୍ୟକ୍ତିମାନେ ଶ୍ରେଷ୍ଠ ଗୁଣ ବିଶିଷ୍ଠ ଚରିତ୍ରରେ ମଣ୍ଡିତ ହୋଇଥାନ୍ତି। ମଣିବନ୍ଦର ଶୁଭ ହେବାର ଅର୍ଥ ହେଉଛି ଯେଉଁ ରେଖା ଛିଡି ନଥିବ। ଯଦି ଏମିତ ରେଖା କୌଣସି ବ୍ୟକ୍ତି ପାପୁଲିରେ ରହିଥାଏ ତେବେ ସେ ନିଜ ଜୀବନକାଳରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଥାଏ। ଏହି ବ୍ୟକ୍ତିମାନଙ୍କୁ ଧନ ସମ୍ପତ୍ତି କ୍ଷେତ୍ରରେ ମଧ୍ୟ ସୁଖ ପ୍ରାପ୍ତି ହୋଇଥାଏ।

ମଣିବନ୍ଦରେ ଦୁଇଟି ରେଖା ଥିଲେ:

ଯଦି କୌଣସି ବ୍ୟକ୍ତିଙ୍କ ହାତରେ ମଣିବନ୍ଦ ଉପରେ ଦୁଇଟି ରେଖା ଥାଏ ଏବଂ ତାହା ଛିଡି ନଥାଏ ଏଥିସହିତ ମଣିବନ୍ଦର ଚାରି ପାଖରେ ରହିଥାଏ ତେବେ ଏହା ଶୁଭ ଲକ୍ଷଣ ହୋଇଥାଏ। ଏପରି ବ୍ୟକ୍ତିଙ୍କ ଜିବନରେ ସମସ୍ତ ପ୍ରକାରର ସୁଖ ସୁବିଧା ରହିଥାଏ। ଯଦି କୌଣସି ବ୍ୟକ୍ତିର ମଣିବନ୍ଦରେ ଦୁଇଟି ରେଖା ରହିଥାଇ ମଧ୍ୟ ସେ କୌଣସି ସୁଖ ସୁବିଧା ଉପଭୋଗ କରିପାରୁ ନାହିଁ। ତାହେଲେ ବ୍ୟକ୍ତିର ଜୀବନରେ କଠିନ ପରିଶ୍ରମ ରହିଛି।

ମଣିବନ୍ଦରେ ତିନୋଟି ରେଖା ଥିଲେ:

ଯଦି କୌଣସି ବ୍ୟକ୍ତିର ହାତରେ ଥିବା ମଣିବନ୍ଦରେ ତିନୋଟି ରେଖା ରହିଥାଏ ଏବଂ ଏହା କୌଣସି ସ୍ଥାନରେ ଛିଡି ନଥାଏ ତେବେ ସେ ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ। ଏପରି ରେଖା ରହିଥିବା ଲୋକ ସମସ୍ତ ସୁଖ ପ୍ରାପ୍ତି କରିଥାଏ। ମାତ୍ର ଯଦି ମଣିବନ୍ଦରେ ତିନୋଟି ରେଖା ଥାଇ ମଧ୍ୟ ଏହା କୌଣସି ସ୍ଥାନରେ ଛିଡି ଯାଇଥାଏ ତେବେ ଏହା ଏକ ଅଶୁଭ ଲକ୍ଷଣ ହୋଇଥାଏ। ଏପରି ରେଖା ଯେଉଁ ବ୍ୟକ୍ତିଙ୍କ ହାତରେ ରହିଥାଏ ସେମାନେ ଅତ୍ୟଧିକ ପରିଶ୍ରମ କରିବା ପରେ କିଛି ସୁଫଳ ପାଇଁ ପରିଥାନ୍ତି। ଏମାନଙ୍କ ଜୀବନ ସଙ୍ଘର୍ଷମୟ ହୋଇଥାଏ।

ଆବଶ୍ୟକୀୟ ଉପଦେଶ:

1.ମନେ ରଖନ୍ତୁ ଭାଗ୍ୟବାନ ହେବ ପାଇଁ କେବଳ ରେଖା ରହିବ ଯଥେଷ୍ଟ ନୁହଁ ରେଖା ଗୁଡିକର ସୁନ୍ଦର ଭାବରେ ପରସ୍ପର ସହିତ ସଂଯୁକ୍ତ ଥିବା ପରି ଦେଖାଯିବା ଆବଶ୍ୟକ। 2.ଏହା ଛୋଟ ବଡ଼ ହେଲେ କିମ୍ବା ମଣିବନ୍ଦର ଚାରିପାଖରେ ନରହିଲେ ଏହାର ଶୁଭ ପ୍ରଭାବ ହ୍ରାସ ହୋଇଯାଇଥାଏ। 3.ମଣିବନ୍ଦରେ ଥିବା ରେଖା ସହିତ ଅନ୍ୟ ରେଖା ଗୁଡିକର ମଧ୍ୟ ଅଧ୍ୟୟନ କରିବା ଉଚିତ।ଅନ୍ୟ ରେଖାର ଶୁଭ ଅଶୁଭ ପ୍ରଭାବ ହେତୁ ମଣିବନ୍ଦ ରେଖାର ପ୍ରଭାବ ବଦଳି ଯାଇଥାଏ।

Leave a Reply

Your email address will not be published. Required fields are marked *