କଣ ମାନବ ପ୍ରେମୀ ଆଦିତ୍ୟ ଦାସ ଆତ୍ମହତ୍ୟା କରିଛନ୍ତି? ଜିଆରେସ ପୋଲିସ ଦେଲା ବଡ଼ ବୟାନ …

ମାନବ ପ୍ରେମୀ ଆଦିତ୍ୟ ଦାସ ଙ୍କ ମୃତୁ କୁ ନେଇ ପ୍ରତିଦିନ ନୂଆ ନୁଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ଜିଆରେସ ପୋଲିସ ର କହିବା ମୁତାବକ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କୁ ଏକ ସିସିଟିଭି କ୍ୟାମେରା ରେ ଦେଖା ଯାଇଛି ଯାହା ରେଳ ଷ୍ଟେସନ ପାଖରେ । ସେ ସେଥିରେ ଏକାକୀ ଚାଲି ଚାଲି ଯାଇଥିଲେ ଏବଂ ଷ୍ଟେସନ ରେ ସେ ରାତି ୮/୯ ରେ ଆତ୍ମହତ୍ୟା କରିଥାଇ ପାରନ୍ତି। ସେହି ସମୟରେ ପୁରୁଷୋତ୍ତମ ଏସ୍ପେଶ୍ ସେହି ରାସ୍ତା ଦେଇ ଯାଇଥିଲା।

ବନ୍ଧୁଗଣ ଏଠାରେ ଆପଣଙ୍କୁ କହି ରଖୁଛୁ କୁ ସେ ଯେଉଁ ସିସିଟିଭି ଫୁଟେଜ କଥା କହୁଛନ୍ତି ସେଇଟା ଏକ ଘରୋଇ ଲୋକଙ୍କର ଯାହା ୨୦୦ ମିଟର ଦୂରତା ର ଫୁଟେଜ ଅଟେ । ଏଠାରେ ଆଉ ଏକ ବଡ଼ କଥା କି ଯଦି କେବେ କୌଣସି ଟ୍ରେନ୍ ଆଗରେ କିଏ ମୃତୁ ବରଣ କରେ ପାଇଲଟ୍ ତରଫରୁ ଏକ ରିପୋ୍ଟ ଦାଖଲ ହୋଇଥାଏ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ସେ ଦିନ କୌଣସି ରିପୋଟା ଲିଖିତ ହୋଇନାହିଁ।

ଅନ୍ୟ ପକ୍ଷରେ ଆଦିତ୍ୟଙ୍କ ଉପରେ ଘୋଡ଼ା ହୋଇଥିବା ଲୁଙ୍ଗିକୁ ନେଇ ଚର୍ଚ୍ଚା ଜୋର ଧରିଛି କଣ ଆଦିତ୍ୟ ଲୁଙ୍ଗି ସାଙ୍ଗରେ ଧରିକି ଯାଇଥିଲେ । ଅଥବା ତାଙ୍କୁ କେହି ମାରି ଲୁଙ୍ଗି ଘୋଡାଇ ଦେଇଛନ୍ତି? ପୋଲିସ ର କହିବା ମୁତାବକ ପୋଷ୍ଟ ମୋଟମ ରିପୋର୍ଟ ରେ ଆଦିତ୍ୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ମୃତୁ ଘଟିଛି ଏବଂ ସନ୍ଧ୍ୟା ୮/୯ ସମୟରେ ବୋଲି ପୋଲିସ ସୂଚନା ଦେଇଛି।

ସେପଟେ ବହୁ ଚର୍ଚ୍ଚିତ ଡାଏରୀ ର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଫରେଂସିକ୍ ଟେଷ୍ଟ ରିପୋର୍ଟ ଆସିନାହିଁ । ଯଦି ବି ସେ ଲେଖି ଛନ୍ତି ସେହି ନୋଟ ଏବଂ ଯଦି ବି ସେ ଆତ୍ମହତ୍ୟା କରିଛନ୍ତି ଏଥି ପାଇଁ ଦାୟୀ କିଏ? କାରଣ ସେହି ନୋଟ ରେ ଏ କଥା ବି ଲେଖା ଯାଇଛି କି ” ଯଦି ମୁଁ ଆଜି ଆତ୍ମହତ୍ୟା କରିନପାରେ କାଲି ମାେ ବାପା ମା ଆସିଲେ ତାଙ୍କୁ ଦେଖି ଆଉ କରି ପାରିବି ନାହିଁ” ତାହାଲେ ଏମିତି କଣ ଘଟିଲା ଆଦିତ୍ୟ ଏମିତି ଚରମ ନିଷ୍ପତି ନେବାକୁ ବାଧ୍ୟ ହେଲେ?

ଅନ୍ୟ ପକ୍ଷରେ ହୋଇ ପାରେ ଆଦିତ୍ୟ ଙ୍କୁ ଦେଖା ଦେଇଥିବା ସିସିଟିଭି ଫୁଟେଜ ରେ ସେ କାହାକୁ ଦେଖା କରିବାକୁ ଯାଉ ଥିବେ। ହୁଏତ ତାଙ୍କୁ ସେଠାକୁ କେହି ଡାକି ଥାଉ ପାରନ୍ତି ଏବଂ ସେଠାରେ ହତ୍ୟା କରି ଲୁଙ୍ଗି ଘୋଡେଇ ଦେଇ ଥାଇ ପାରନ୍ତି ?

Leave a Reply

Your email address will not be published. Required fields are marked *