କରୋନା ଭାଇରସ ମଣିଷରୁ ମଣିଷକୁ ବ୍ୟାପିଥାଏ। ସେଥିପାଇଁ ମୌସୁମୀ ଯୋଗୁଁ ଏହାର ପ୍ରଭାବ କଣ ରହିବ ତାହା କହିବା ଅସମ୍ଭବ। ଏପରି ଭାବୁଛନ୍ତି ବିଶେଷଜ୍ଞ…
କରୋନାକୁ ଅଟକାଇବା ପାଇଁ ଖରା ଓ ଶୀତ ସକ୍ଷମ ହୋଇନାହିଁ। ଏବେ ମୌସୁମୀର ପାଳି। ସ୍ୱାସ୍ଥ୍ୟ ଏବଂ ସଂକ୍ରମଣ ବିଶେଷଜ୍ଞ ମାନେ ଏହି ଭାଇରସକୁ ଭଲସେ ବୁଝିପାରି ନାହାଁନ୍ତି। ଡାକ୍ତର କହିଛନ୍ତି ଏହା ନୂଆ ଅଟେ ଏହାକୁ ହେବା ଏକ ବର୍ଷ ହେଇନାହିଁ। ଏହା ଉପରେ ବର୍ତ୍ତମାନ ବି ଅଧ୍ୟୟନ ଚାଲିଛି। ଥଣ୍ଡା କି ଗରମ ଏହା ଉପରେ ପ୍ରଭାବ ପକାଇ ନଥିବାରୁ। ମୌସୁମୀ ଏହା ଉପରେ କୌଣସି ପ୍ରଭାବ ପକାଇବନି।
LNJP ବିଭାଗ ମାଇକ୍ରୋବାୟୋଲୋଜିଷ୍ଟ ବିଭାଗର HOD ଡାକ୍ତର ସୋନାଲ ସାକ୍ସେନା କହିଛନ୍ତି ମୌସୁମୀରେ ଏହାର ପ୍ରଭାବ କିପରି ରହିବ କହିବା କଷ୍ଟକର କିନ୍ତୁ ଏବେ ପର୍ଯ୍ୟନ୍ତ ଏହି ଭାଇରସ ଉପରେ ଜଳବାୟୁର କୌଣସି ପ୍ରଭାବ ପଡିନାହିଁ। ଡାକ୍ତର ସୋନାଲ କହିଛନ୍ତି ବର୍ଷା ଯୋଗୁଁ ଡେଙ୍ଗୁ ମଶା ଅଧିକ ବ୍ୟାପି ପାରନ୍ତି କିନ୍ତୁ ଏହି ଭାଇରସ ମଣିଷ ଠୁ ମଣିଷ ବ୍ୟାପିଥାଏ ,ତେଣୁ ମୌସୁମୀର ଏହାର ପ୍ରଭାବ କଣ ରହିବ କହିବା କଷ୍ଟକର। ଏହା ମନ୍ଥର ଗତି କରିବ ବା ଅଧିକ ବ୍ୟାପିବ କହିବା କଷ୍ଟ।
ମାଇକ୍ରୋବାୟୋଲୋଜିଷ୍ଟ ତଥା ସଂକ୍ରମଣ ବିଶେଷଜ୍ଞ ମଧ୍ୟ ସମାନ କଥା କହିଛନ୍ତି। ସେ କହିଛନ୍ତି କି ଆଦ୍ରତାରେ ଏହା କୌଣସି ପ୍ରଭାବ ପକାଇବନି। ଯେବେ ମୌସୁମୀରେ ଆଦ୍ରତାରେ ବୃଦ୍ଧି ହେବ ଏହି ଭାଇରସ ସେହିପରି ରହିବ।ସେ କହିଛନ୍ତି ଏହି ଭାଇରସ କେବଳ ମଣିଷରୁ ମଣିଷ ବ୍ୟାପିଥାଏ ତେଣୁ ଏହା ବ୍ୟତୀତ ଏହା ବ୍ୟାପିପାରିବ ନାହିଁ। ଏପରି ପରିସ୍ଥିତିରେ ଆଦ୍ରତାରେ କୌଣସି ପ୍ରଭାବ ପଡିବନି। ଓ ମୌସୁମୀ ସକ୍ରିୟ ହେବା ପର୍ଯ୍ୟନ୍ତ ଏହା ବିଷୟରେ ଆଉ କିଛି କୁହାଯାଇ ପାରିବ ନାହିଁ।
ମୌସୁମୀରେ ଏକା ସାଙ୍ଗରେ ଅନେକ ଭାଇରସ ସକ୍ରିୟ ହୋଇପାରନ୍ତି:
ଏହା ଉପରେ, BLK ସୁପର ସ୍ପେସିଆଲିଟି ହସ୍ପିଟାଲର ମାଇକ୍ରୋବାୟୋଲୋଜିଷ୍ଟ୍ ବିଭାଗର HOD ଡାକ୍ତର ପୁରବୀ ବର୍ମନ୍ କହିଛନ୍ତି। ଖରାଦିନେ ଏହି ଭାଇରସ କମିବ ବୋଲି ଶୁଣାଯାଉଥିଲା କିନ୍ତୁ ସେପରି କିଛି ହେଲାନାହିଁ। ହଁ ମୌସୁମୀରେ ଏହା ସମସ୍ୟା ହେବ ଯେ ଏହି ଭାଇରସ ସହ ଅନ୍ୟ ଭାଇରସ ବି ଏହି ସମୟରେ ସକ୍ରିୟ ହେବେ। ଏହି ସମୟରେ ଡେଙ୍ଗୁ, ମ୍ୟାଲେରିଆ,ଚିକେନଗୁନିଆ ଆଦି ବ୍ୟାପିପାରେ। ଆଦ୍ରତାରେ କରୋନା ବୃଦ୍ଧି ପାଇପାରିବ ନାହିଁ କିନ୍ତୁ ଏହାର ବ୍ୟବହାର କିପରି ରହିବ କହି ହେବ ନାହିଁ। ଏଥି ସହିତ ଜେନଷ୍ଟ୍ରିଙ୍ଗ୍ସ ଡାଇଗ୍ନୋଷ୍ଟିକ୍ ଲ୍ୟାବ ମୁଖ୍ୟ ଆଲପାନା ରାଜଦାନା କହିଛନ୍ତି ଅନ୍ୟ ଭାଇରସ ମାନେ ହେଲେ ଏହାକୁ ଅଧିକ ଶକ୍ତିଶାଳୀ କରିପାରନ୍ତି। ଏହି ଭାଇରସ ସହ ଏହା ଘଟିବକି ନାହିଁ ତାହା କୁହାଯାଇ ପାରିବ ନାହିଁ।