କରୋନା କାଳରେ ସାରା ବିଶ୍ୱରେ ହାକାର ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ଭାରତ ଖୁସି ଖବର ଆସିଛି । ଭାରତ ସରକାର କରୋନା ଭାଇରସ ର ଆଉ ଏକ ଔଷଧକୁ ମଞ୍ଜୁରୀ ପ୍ରଦାନ କରୁଛନ୍ତି। ଔଷଧ କମ୍ପାନୀ ହେଟେରୋ ରବିବାର ଦିନ କୋଭିଡ-୧୯ ଚିକିତ୍ସା ପାଇଁ ଔଷଧ ଇନଭେଷ୍ଟିଗେସନ୍ ଆଣ୍ଟିଭାଇରାଲ୍ ଡ୍ରଗ୍ ରେମଡେସିଭର୍ ଆରମ୍ଭ କରିବାକୁ ଯାଉଛି।
ସମ୍ବାଦ ଦାତା କହିବା କହିବାମୂତାବିକ ଏହି କମ୍ପାନୀ କହିଛି କି ଏହି ଔଷଧକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DGCHI) ରୁ କମ୍ପାନୀକୁ ଅନୁମତି ମିଳିସାରିଛି। ଏହି ଔଷଧ “କୋଭିଫୋର” ନାମରେ ବିକ୍ରି ଆରମ୍ଭ ହୋଇଯିବ। ହେଟେରୋ ଗ୍ରୁପ ର ଚ୍ୟାରମ୍ୟାନ ପାର୍ଥ ସାରଥୀ ରେଡି କହିଛନ୍ତିି କି ଏହି ଔଷଧ ଭାରତରେ ଏହି ବିପଦ କାଳରେ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇପାରେ। ଏହା ପ୍ରାଥମିକ ସ୍ଥରରେ କ୍ଲିନିକାଲି ଏହାକୁ ସଫଳ ମିଳି ସାରିଛି।
ଏହା ସୂଚନା ଦିଆଯାଇଛି କି ଏହି ଔଷଧକୁ ସରକାରଙ୍କ ତରଫରୁ ଛୋଟ ପିଲା ଏବଂ ବୟସ୍କ ଲୋକ ମାନେଙ୍କ କ୍ଷେତ୍ରରେ ଏହା ବ୍ୟବହାର ହୋଇପାରିବ। କୋଭିଡ-୧୯ ରେ ପୀଡ଼ିତ ହୋଇଥିବା ଲୋକଙ୍କ ସହିତ ନୂଆ ଆଶଙ୍କା କରୁଥିବା ଲୋକଙ୍କୁ ମଧ୍ୟ ଏହି ଔଷଧ ଦିଆଯାଇପାରିବ।
କମ୍ପାନୀର ଚ୍ୟାର ମ୍ୟାନ ରେଡି କହିଛନ୍ତି କି ଦେଶ ସାରା କରୋନା ସଂକ୍ରମଣ ଅବସ୍ଥା କୁ ନଜରରେ ରଖି ସେହି ପରିମାଣରେ ଔଷଧ ପ୍ରସ୍ତୁତ କରାଯାଉଛି ଯେମିତି କିଛି ଦିନରେ ପୁରା ଦେଶରେ ସବୁଠାରେ ପହଞ୍ଚି ପାରିବ । ଏବଂ ଏହି ଔଷଧ ୧୦୦ ଏମଜି ଇଞ୍ଜେସନ ଆକାରରେ ମିଳିବ।
ଏଠାରେ ଆପଣଙ୍କୁ କହି ରଖିବୁ କି ଏହି ଔଷଧ କୁ ଅନୁମତି ଦେବାର ଗୋଟିଏ ଦିନ ପୂର୍ବରୁ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ତରଫରୁ ଏକ ଔଷଧକୁ କରୋନା ଲକ୍ଷଣ ଥିବା ଲୋକଙ୍କୁ ଦେବାକୁ ଅନୁମତି ମିଳିଥିଲା। ଏହି ଔଷଧର ଫେବିଫ୍ଲୁ ନାମରେ ବଜାରରେ ବିକ୍ରି ହେବ।
ସବୁଠାରୁ ଆଶ୍ଚର୍ଯ୍ୟଜନକ ଅଥବା ଏହାକୁ ଖୁସି ଖବର କହି ପାରନ୍ତି ଭାରତରେ ଏକା ସାଙ୍ଗରେ ୨ଟି ଔଷଧକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଯେତେବେଳେ ଭାରତରେ ବହୁ ମାତ୍ରାରେ ନୂଆ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।
ସାରା ବିଶ୍ବରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଔଷଧ କେହି ବି ଦେଶ ବନେଇ ପାରିନାହାନ୍ତି। ରୋଗୀଙ୍କର ଲକ୍ଷଣ ଦେଖି ସେହି ହିସାବରେ ତାଙ୍କୁ ବିଭିନ୍ନ ପ୍ରକାର ଔଷଧ ମାଧ୍ୟମରେ ଚିକିତ୍ସା ଜାରି ରହିଛି ଏଥିରେ କିଛି ଲୋକ ସୁସ୍ଥ ହେଉଥିବା ବେଳେ କିଛି ଲୋକ ମୃତିବରଣ ମଧ୍ୟ କରୁଛନ୍ତି। ଅନେକ ଦେଶରେ ଏହି କୋଭିଡ- ୧୯ ର ଟୀକା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି।
osm