କରୋନା ଭାଇରସର ତାଣ୍ଡବ ଭାରତରେ ଅଟକିବାର ନାଁ ଧରୁନି। ଏହି ମହାମାରୀ ବର୍ତ୍ତମାନ ତୀବ୍ରତାର ସହିତ ନିଜର କାୟା ବିସ୍ତାର କରୁଛି। ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତିଙ୍କ ପରିଚିତ ଲୋକଙ୍କୁ କରୋନା ହେଉଛି। ଏହି ତାଲିକାରେ ବଲିଉଡ ଏବଂ ଟିଭିର ତାରକା ମଧ୍ୟ ଶାମିଲ ରହିଛନ୍ତି। ନିକଟରେ ହିଁ ଟିଭିର ଫେମସ ଯୋଡି ଦେବୀନା ବୋନର୍ଜୀ ଏବଂ ଗୁରମିତ ଚୌଧୁରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି କଥାର ସୂଚନା ଉଭୟ ସୋସିଆଲ ମିଡଆ ମାଧ୍ୟମରେ ପ୍ରଶଂସକ ମାନଙ୍କୁ ଦେଇଛନ୍ତି।
ହୋମ ଆଇସୋଲେସନରେ ଅଛନ୍ତି ଦମ୍ପତି:
https://www.instagram.com/p/CFwTpDGgRB2/?utm_source=ig_web_copy_link
ଦେବୀନା ବୋନର୍ଜୀ ନିଜର ଆଧିକାରୀକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ- ମୁଁ ଏବଂ ମୋ ସ୍ୱାମୀ ଗୁରମିତ ଆଜି କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆମେ ଠିକ ଅଛୁ ଏବଂ ଜରୁରୀ ସାବଧାନତା ଗୁଡ଼ିକୁ ପାଳନ କରୁଛୁ। ଆମେ ହୋମ କ୍ୱାରେଣ୍ଟିନରେ ରହିଛୁ। ମୋର ଆପଣ ସମସ୍ତଙ୍କୁ ଅନୁରୋଧ ଯେ ଆମ ସମ୍ପର୍କରେ ଯେଉଁ ଲୋକମାନେ ଆସିଛନ୍ତି ସେମାନେ ମଧ୍ୟ ନିଜର ଯତ୍ନ ନିଅନ୍ତୁ। ଆପଣ ସମସ୍ତଙ୍କର ଭଲ ପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ।
ଗୁରମିତ ମଧ୍ୟ ଦେଇଛନ୍ତି ସୂଚନା:
https://twitter.com/gurruchoudhary/status/1311217795896455169?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1311217795896455169%7Ctwgr%5Eshare_3&ref_url=https%3A%2F%2Fwww.newstrend.news%2F400501%2Fdebina-bonnerjee-and-gurmeet-choudhary-becomes-corona-positive%2F
ଦେବୀନା ବୋନର୍ଜୀଙ୍କ ପରି ଗୁରମିତ ଚୌଧୁରୀ ମଧ୍ୟ ନିଜର କରୋନା ପଜିଟିଭ ହେବାକୁ ନେଇ ପ୍ରଶଂସକ ମାନଙ୍କୁ ଟ୍ୱିଟରରେ ସୂଚନା ଦେଇଛନ୍ତି। ଏହି କପଲଙ୍କର କରୋନା ସଂକ୍ରମିତ ହେବାର ଖବର ଆସିବା ମାତ୍ରେ ସମସ୍ତେ ଶୀଘ୍ର ଠିକ ହୋଇଯିବା ପାଇଁ ଶୁଭକାମନା ଦେବା ଆରମ୍ଭ କରି ଦେଇଛନ୍ତି। ପ୍ରଶଂସକଙ୍କ ଠାରୁ ନେଇ ଟିଭି ସେଲିବ୍ରେଟି ମାନଙ୍କ ପର୍ଯ୍ୟନ୍ତ ତାଙ୍କୁ ଶୀଘ୍ର ଠିକ ହେବାକୁ ପାର୍ଥନା କରିଛନ୍ତି। ଏମାନଙ୍କ ମଧ୍ୟରେ ମୌନୀ ରାୟ, ରଶ୍ମି ଦେଶାଇ ଏବଂ ଜୟା ଭାନୁଶାଳୀ ପରି ତାରକା ମଧ୍ୟ ଶାମିଲ ରହିଛନ୍ତି।
ଏମାନଙ୍କୁ ମଧ୍ୟ ହୋଇଛି କରୋନା:
ସୂଚନାଯୋଗ୍ୟ ଯେ, ଟେଲିଭିଜନ ଦୁନିଆରେ ବର୍ତ୍ତମାନ ଅନେକ ଲୋକ ମାନଙ୍କୁ କରୋନା ହୋଇ ଯାଇଛି। କିଛି ଦିନ ପୂର୍ବରୁ ଅଭିନେତ୍ରୀ ଶ୍ୱେତା ତିୱାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାଛଡା ପାର୍ଥ ସମଥାନ, ସଚିନ ତ୍ୟାଗୀ, ରାଜେଶ କୁମାର, ନବୀନା ବୋଲେ, ସାରା ଖାନ, ଆଦିତି ଗୁପ୍ତା, ଶ୍ରେଣୁ ପାରିଖ, ଦିଶା ପରମାରଙ୍କ ସହିତ ଆହୁରି ମଧ୍ୟ ଅନେକ ତାରକା କୋଭିଡ-୧୯ରେ ସଂକ୍ରମିତ ହୋଇ ସାରିଛନ୍ତି। ସେହିପରି ବଲିଉଡର କଥା କହିବାକୁ ଗଲେ ମଲାଇକା ଆରୋରା, ଅର୍ଜୁନ କପୁର, ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଆରାଧ୍ୟା ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପରି ତାରକା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇ ସାରିଛନ୍ତି।
କରୋନା ମହାମାରୀର ଏହି ସ୍ଥିତିରେ ଆପଣ ମଧ୍ୟ ନିଜର ଯତ୍ନ ନିଅନ୍ତୁ। ପ୍ରତ୍ୟେକ ଜରୁରୀ ସାବଧାନତା ଅବଲମ୍ବନ କରନ୍ତୁ। ମାସ୍କ ପିନ୍ଧିବା ସହିତ ସାନିଟାଇଜର ବ୍ୟବହାର କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।