ଆମେରିକା ରେ କରୋନା ଭାଇରସ ସଂକ୍ରମଣ ଲଗାତାର ବଢିବା କାରଣରୁ ଚୀନ ପ୍ରତି ରାଷ୍ଟ୍ରପତିଙ୍କ କ୍ରୋଧ ବଢ଼ିବାରେ ଲାଗିଛି । ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀ ଚେତାବନୀ ଦେଇଛନ୍ତି କି ସେମାନେ ମହାମାରୀକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ସ୍ଥିତିରେ ନାହାନ୍ତି ।
ଟ୍ରମ୍ପ ମଙ୍ଗଳବାର ଦିନ ଟ୍ୱିଟ କରି କହିଛନ୍ତି-ଯେପରି ପୂରା ବିଶ୍ଵରେ ମହାମାରୀକୁ ବ୍ୟାପିବାର ଦେଖୁଛି ଯାହାଦ୍ୱାରା ଆମେରିକା କୁ ମହାମାରୀ ଦ୍ୱାରା ବଡ କ୍ଷତି ମଧ୍ୟ ହୋଇଛି ଯାହା ଫଳରେ ଚୀନ ଉପରେ ମୋର କ୍ରୋଧ ବଢିଚାଲିଛି।
କରୋନା ଭାଇରସ କୁ ବୈଶିକ ମହାମାରୀ ପାଇଁ ଟ୍ରମ୍ପ ବିଜିଙ୍ଗି କୁ ଦୋଷୀ କହୁଛନ୍ତି। ଦୁଇ ଦେଶ ମଧ୍ୟରେ କରୋନା ମହାମାରୀ ଏକ ଚିନ୍ତାର ବିଷୟ ହୋଇଛି ।
ଆମେରିକା ରେ କରୋନା ଭାଇରସ ସଂକ୍ରମଣ ର ମାମଲା ଦିନକୁ ଦିନ ବଢି ଚାଲିଛି । ସଂକ୍ରମଣ ରୋଗର ବିଶେଷଜ୍ଞ ଡ଼ ଏନ୍ଥନି ଫାଉଚି ମଙ୍ଗଳବାର ଦିନ କଂଗ୍ରେସକୁ କହିଛନ୍ତି କି ଏସବୁ ଜିନିଷ ଭୁଲ ମାର୍ଗରେ ଆଗକୁ ବଢ଼ିବାରେ ଲାଗିଛି ଏବଂ ସଫା ସଫା କହିବାକୁ ଗଲେ ଏହାକୁ ଆମେ ନିୟନ୍ତ୍ରଣ କରିବା ସ୍ଥିତିରେ ନାହୁଁ ।
ସେ ଚେତାବନୀ ଦେଇଛନ୍ତି କି ଯଦି ପ୍ରଶାସନ ଏବଂ ଜନତା ମହାମାରୀର ନିବାରଣ ପାଇଁ ଜରୁରୀ ପଦକ୍ଷେପ ନେବାରେ ଅସଫଳ ରହୁଛି ତାହାଲେ ଆମେରିକାରେ ପ୍ରତିଦିନ ଏକ ଲକ୍ଷ ମାମଲା ସାମ୍ନାକୁ ଆସିପାରେ ।
ଟ୍ରମ୍ପ ପ୍ରଶାସନ ମହାମାରୀର ରାଜନୀତି କରଣ କରୁଛି ଚୀନ ଏପରି କିଛି ଆରୋପ ଲଗାଇଛି । ଚୀନ କହିଥିଲା କି ଆମେରିକା ନିଜ ଦେଶରେ ବ୍ୟାପିଥିବା ମହାମାରୀକୁ ଅକ୍ତିଆର ନକରି ପାରିବା କାରଣରୁ ଜନତାଙ୍କୁ ଭୁଆଁ ବୁଲାଇବା ପାଇଁ ଏପରି ଆରୋପ ଲଗାଉଛି । ସେଠି ଆମେରିକାର ଅଧିକାରୀ ମାନେ ଚୀନ କୁ ନିଜର ପାରଦର୍ଶିତା ଉପରେ ଧ୍ୟାନ ଦେବାକୁ ଦାବିକରିଛନ୍ତି ।
ଆମେରିକା ରାଷ୍ଟ୍ରପତି ଚୀନ ସହିତ ସମସ୍ତ ସମ୍ବନ୍ଧ ଛିନ୍ନ କରିବାର ଧମକ ମଧ୍ୟ ଦେଇସାରିଛନ୍ତି । ଟ୍ରମ୍ପ କହିଛନ୍ତି କି
ଚୀନ ରୁ ସମ୍ବନ୍ଧ ଛିନ୍ନ କରିବା ଦ୍ୱାରା ଆମେରିକା କୁ ଫାଇଦା ହେବ ।