୨୦୨୦ ମସିହାରେ ମନୁଷ୍ୟ କୁ କୌଣସି ପାଖରୁ ଛାଡୁନାହିଁ । ଏହି ବର୍ଷ କୁ ଆଗରୁ ଖରାପ ବୋଲି ଘୋଷଣା କରାଯାଇ ସରିଛି । ଗୋଟେ ପରେ ଗୋଟେ ଅସୁବିଧା ର ସାମ୍ନା କରିବାକୁ ପଡୁଛି ଲୋକ ମାନଙ୍କୁ । ଏବେ ଦୁନିଆ କରୋନା ସହ କ୍ଷୁଦ୍ଧ ଲଢ଼ୁଛି । କରୋନା ରେ କ୍ଷତିଗ୍ରସ୍ତ ଦେଶ ମଧ୍ୟରେ ୟୁକେ ମଧ୍ୟ ସାମିଲ ଅଛି । କିନ୍ତୁ ଏବେ ବ୍ରିଟେନବାସୀ ଙ୍କ ପାଇଁ କରୋନା ଛଡା ମଧ୍ୟ ଏକ ବଡ଼ ସଙ୍କଟ ଦେଖିବା କୁ ମିଳୁଛି ।
ଏହି ଦେଶ ରେ ରକ୍ତ ଶୋଷୁଥିବା ମାଛି ଆକ୍ରମଣ କରିଛନ୍ତି । ଏହି ମାଛି ବ୍ରିଟେନ ର ଗରମ ମୌସୁମୀ ରେ ବହୁଳ ମାତ୍ରା ରେ ପ୍ରଜନନ କରୁଛନ୍ତି । ସାଥିରେ ଯେମିତି ଲୋକ ମାନେ ବାହାରେ ଆସୁଛନ୍ତି ସେମାନେ କାମୁଡି ତାଙ୍କର ରକ୍ତ ଶୋଷି ନେଉଛନ୍ତି । ଲକଡାଉନ ରେ ଏମାନଙ୍କ ଆତଙ୍କ ଲୋକ ଙ୍କୁ ଚିନ୍ତା ରେ ପକାଇ ଦେଇଛି ।
ତାଜା ଖବର ଅନୁସାରେ ବ୍ରିଟେନ ରେ ରକ୍ତ ଶୋଷୁଥିବା ମାଛି ଆକ୍ରମଣ କରୁଛନ୍ତି । ଏଠାରେ ଲୋକ ଙ୍କୁ ଆକ୍ରମଣ କରି ରକ୍ତ ଶୋଷୁଛନ୍ତି ।
ଏହି ମାରାତ୍ମକ ମାଛି ଲକଡାଉନ ରେ ବାହାରକୁ ବାହାରୁଥିବା ଲୋକ ଙ୍କୁ ଲକ୍ଷ୍ୟ କରି ତାଙ୍କର ରକ୍ତ ଶୋଷୁଛନ୍ତି । ରକ୍ତ ଶୋଷିବା ଫଳରେ ଲୋକ ମାନେ କ୍ଷତାକ୍ତ ହେଉଛନ୍ତି । ତାଙ୍କର ଶରୀର ରେ ଫୋଟକା ଭଳି ହେଉଛି ।
ଏହି ମାଛି ସେହି ଲୋକଙ୍କୁ ଅଧିକ ଆକ୍ରମଣ କରୁଛି ଯେଉଁ ମାନେ ଘରୁ ବାହାରି ପାର୍କ ବା ଗାର୍ଡେନ ରେ ସମୟ କାଟୁଛନ୍ତି । ଯେମିତି ଖୋଲା ସ୍ଥାନ ରେ ଆରାମ କରିବା ପାଇଁ ବସୁଛନ୍ତି ମାଛି ମାନେ ତାଙ୍କ ଉପରକୁ ଆକ୍ରମଣ କରି ଦେଉଛନ୍ତି ।
ଏହି ମାଛି ବହୁତ କ୍ଷତିକାରକ ଅଟେ । ଏମାନଙ୍କ ର ଛୁରୀ ଭଳି ଧାରୁଆ ଶୁଙ୍ଗ ମନୁଷ୍ୟ ର ଚର୍ମ କୁ କାଟି ଦେଇଥାଏ । ଏହା ପରେ ଶରୀର ଭିତର କୁ ଅଧା ରୁ ଅଧିକ ପଶି ରକ୍ତ ଶୋଷିବା କୁ ଲାଗିଥାଏ ।
ଏମାନେ କାଟି ଦେବା ପରେ ସଲ୍ୟୁଲିଟିସ ନାମକ ଇନଫେକ୍ସନ ହୋଇଥାଏ । ଏହା ଦ୍ବାରା ଶରୀର ଫୁଲି ଯାଇଥାଏ । ଶରୀର ରେ ଲାଲ ରଙ୍ଗ ର ଫୋଟକା ହୋଇଯାଇଥାଏ । ମାଛି ଙ୍କ ର କାଟିବା ଫଳରେ ବହୁତ ବ୍ୟଥା ହୋଇଥାଏ । ଯାହାର ଚିକିତ୍ସା ହସ୍ପିଟାଲ ରେ କରିବାକୁ ପଡ଼ିଥାଏ ।
ଏହି ମାଛି ବଡ଼ ଓ ଗାଢ଼ ରଙ୍ଗ ର ହୋଇଥାନ୍ତି । ଏମାନଙ୍କ ର ଆକାର ୧ ସେଣ୍ଟିମିଟର ରୁ ଦେଢ଼ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇପାରେ । ଏମାନେ ପାଣି ପାଖରେ ଓ ଘାସ ରେ ରୁହନ୍ତି ।
ପ୍ରଶାସନ ଲୋକଙ୍କୁ ଏହି ମାଛି ଙ୍କ ଠାରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି । ସାଥିରେ ବାହାରକୁ ବାହାରିଲେ ଯେତେ ସମ୍ଭବ ଘୋଡାଇ ବାହାରନ୍ତୁ । କୁହା ଯାଇଛି କି ଏହି ମାଛି ଘୋଡା ଙ୍କୁ କରିଥାନ୍ତି କିନ୍ତୁ ଏବେ ଏମାନେ ମନୁଷ୍ୟ ଉପରେ ଆକ୍ରମଣ କରୁଛନ୍ତି ।