ତେବେ ଆସନ୍ତୁ ନଜର ପକାଇବା କଳାଲୁଣ ବ୍ୟବହାର କରିବା ଦ୍ୱାରା ଆମକୁ କେଉଁ ଲାଭ ମିଳିଥାଏ ଏବଂ କେଉଁ ରୋଗ ଆମ ଠାରୁ ଦୂରେଇ ଯାଇଥାଏ ।
ଶରୀର ପାଇଁ ଲୁଣ ଅତ୍ୟନ୍ତ ଆବଶ୍ୟକ ଏବଂ ଅଧିକାଂଶ ଲୋକ ଖାଦ୍ୟରେ ଧଳା ଲୁଣ ବ୍ୟବହାର କରୁଥିବା ଦେଖିବାକୁ ମିଳେ । ଆୟୁର୍ବେଦରେ କଳା ଲୁଣ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ ଏବଂ ପ୍ରତିଦିନ ଟିକେ କଳା ଲୁଣ ଖାଇବା ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ । ତେଣୁ, ଧଳା ଲୁଣ ସହିତ ଆମେ କଳା ଲୁଣ ମଧ୍ୟ ବ୍ୟବହାର କରିବା ଉଚିତ୍।
ଖାଦ୍ୟରେ କଳା ଲୁଣ ମିଶାଇ ଖାଆନ୍ତୁ ଦେଖିବେ ଗ୍ୟାସ ଆପଣଙ୍କ ଠାରୁ ବହୁତ ଦୂରରେ ରହିବ
କଳା ଲୁଣ ଖାଇବା ଦ୍ୱାରା ପେଟ ସୁସ୍ଥ ରହିଥାଏ ଏବଂ ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିଥାଏ | ଯେଉଁମାନଙ୍କର ଅଧିକ ଗ୍ୟାସ୍ ଥାଏ, ସେମାନଙ୍କ ଖାଦ୍ୟରେ କଳା ଲୁଣ ମିଶାଇ ପ୍ରତିଦିନ ଖାଇଲେ ଗ୍ୟାସ ସମସ୍ୟା ଦୂର ହୋଇଯାଇଥାଏ । କଳା ଲୁଣ ଅମ୍ଳତା ଏବଂ କୋଷ୍ଠକାଠିନ୍ୟ ପାଇଁ ଉପକାରୀ ବୋଲି ବିବେଚନା କରାଯାଏ ।
ପେଟ କାଟିବା ସମସ୍ୟା ରୁ ମୁକ୍ତି ମିଳିଥାଏ
ଯଦି ଆପଣଙ୍କର ପେଟ ଯନ୍ତ୍ରଣା ହେଉଛି, ତାହାଲେ ଏକତ୍ର କଳାଲୁଣ ଏବଂ ଜୁଆଣି ନିଅନ୍ତୁ । ଜୁଆଣିକୁ ଗୁଣ୍ଡକରି ପାଣି ସହିତ ସେବନ କରନ୍ତୁ । ଏହି ଗୁଣ୍ଡ ସେବନ କରିବା ଦ୍ୱାରା ପେଟ ଯନ୍ତ୍ରଣା ରୁ ମୁକ୍ତି ମିଳିଥାଏ ।
ଚାପରୁ ମୁକ୍ତି
ସେହିପରି କଳା ଲୁଣ ମଧ୍ୟ ଚାପରୁ ମୁକ୍ତି ଦେଇଥାଏ ଏବଂ ଏହାକୁ ଖାଇବା ଦ୍ୱାରା ମନଶାନ୍ତି ରହିଥାଏ । ଯଦି ଆପଣ ଚାପରେ ଅଛନ୍ତି, ତେବେ ଶୋଇବା ପୂର୍ବରୁ ପ୍ରତିଦିନ ରାତିରେ ହାଲୁକା କଳା ଲୁଣକୁ ଖାଇ ଦିଅନ୍ତୁ । ଦେଖିବେ ଆପଣଙ୍କୁ ବିଶ୍ରାମ ମିଳିବ । ବାସ୍ତବରେ, ସେରାଟୋନିନ୍ ହରମୋନ୍ ବୃଦ୍ଧି କରି ଆମ ଶରୀରରେ କଳା ଲୁଣ କାମ କରେ | ଯାହାଦ୍ୱାରା କୌଣସି ଚିନ୍ତା ରହିନଥାଏ | ସେହିଭଳି, ଅନିଦ୍ରା କ୍ଷେତ୍ରରେ କଳା ଲୁଣ ଖାଇବା ଲାଭଦାୟକ ଅଟେ, ଏବଂ ଏହାକୁ ଖାଇବା ଦ୍ୱାରା ନିଦ୍ରାହୀନତା ଦୂର ହୋଇଥାଏ ।
ଫୁଲିବା କମ କରେ
ଯଦି ଆପଣଙ୍କ ଶରୀରର କୌଣସି ଜାଗା ଫୁଲୁଛି ତାହାଲେ ମଧ୍ୟ କଳା ଲୁଣ ବ୍ୟବହାର କରନ୍ତୁ କାରଣ କଳା ଲୁଣ ଫୁଲାକୁ ସମ୍ପୂର୍ଣ୍ଣ ରୂପେ ଭଲ କରିଦେଇଥାଏ । ଯଦି ପାଦ ଏବଂ ଗଣ୍ଠିରେ ଯନ୍ତ୍ରଣା କିମ୍ୱା ଫୁଲ ଥାଏ,ତେବେ କଳା ଲୁଣକୁ ସେହି ସ୍ଥାନରେ ଘସନ୍ତୁ ।ଏକ ବଡ଼ ପାତ୍ରରେ କଳା ଲୁଣ ପକାଇ ଭଲ ଭାବରେ ଗରମ କରନ୍ତୁ
ତା’ପରେ ଏହାକୁ ଏକ ସୂତା କପଡ଼ାରେ ବାନ୍ଧି ଏହି କପଡାକୁ ଫୁଲିଯାଇଥିବା କିମ୍ବା ଯନ୍ତ୍ରଣାଦାୟକ ସ୍ଥାନରେ ରଖି ସେକ ଦିଅନ୍ତୁ । ଦେଖିବେ ଫୁଲା ଏବଂ ଯନ୍ତ୍ରଣା ଦୂର ହେବ ଏବଂ ଆପଙ୍କୁ ଯନ୍ତ୍ରଣା ରୁ ଆରାମ ମିଳିବ ।
ଓଜନ ହ୍ରାସ କରିବାରେ ସାହାଯ୍ୟ କାରୀ
ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି , ସେମାନେ ଧଳା ଲୁଣ ବଦଳରେ କଳା ଲୁଣ ବ୍ୟବହାର କରିବା ଉଚିତ୍ । କାରଣ କଳା ଲୁଣରେ କମ୍ ସୋଡିୟମ୍ ଥାଏ । ଯେଉଁଥିପାଇଁ ଏହା ଖାଇବା ଦ୍ୱାରା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
କଳା ଲୁଣର ଅପକାରିତା
ଅଧିକ ମାତ୍ରାରେ କଳା ଲୁଣ ଖାଇବା ଦ୍ୱାରା ଶରୀର ପାଇଁ ଅନେକ କ୍ଷତି ହୋଇପାରେ | ତେଣୁ ଏହାକୁ ବହୁ ପରିମାଣରେ ଖାଇବା ଠାରୁ ଦୂରେଇ ରୁହନ୍ତୁ | କଳା ଲୁଣକୁ ଅଧିକ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ, ହୃଦରୋଗ, କିଡନୀ ସମସ୍ୟା, ପଥର, ଷ୍ଟ୍ରୋକ୍ ଏବଂ କୋଲୋନ୍ କର୍କଟ ହେବାର ଆଶଙ୍କା ଅଧିକ ।
କଳା ଲୁଣ କିପରି ଖାଇବେ
କଳା ଲୁଣକୁ ପନିପରିବାରେ ମିଶାଇ ଖାଇ ପାରିବେ । ଅନେକ ଲୋକ ଏହାକୁ ଦହିରେ ମିଶାଇ ଖାଇବାକୁ ପସନ୍ଦ କରନ୍ତି। ତେଣୁ ଆପଣ ମଧ୍ଯ ଏହାକୁ ଦହି ସହିତ ମିଶାଇ ଖାଇ ପାରିବେ । ଏହାକୁ କଦଳୀରେ ମଧ୍ୟ ମିଶାଇ ଖାଇପାରିବେ । ସାଲାଡରେ କଳା ଲୁଣ ମଧ୍ୟ ସିଞ୍ଚନ କରାଯାଇଥାଏ । ତେଣୁ, ଆପଣ ଏହାକୁ ସାଲାଡରେ ମିଶାଇ ଖାଇପାରିବେ, ଏହା ବ୍ୟତୀତ ଲେମ୍ବୁ ପାଣି ପ୍ରସ୍ତୁତ କରିବା ସମୟରେ ଏହି ଲୁଣ ମଧ୍ୟ ବ୍ୟବହାର କରିପାରିବେ ।