କାନପୁରରେ “ସ୍ପାଇଡର ମ୍ୟାନ”, ୭ ବର୍ଷ ବୟସରେ କାନ୍ଥରେ ଚଢୁଛି ଏବଂ ଓଲ୍ହାଉଛି ବାଳକ।

ସ୍ପାଇଡର ମ୍ୟାନର ଫିଲ୍ମ , ଟିଭି ସିରିୟଲ ପ୍ରାୟତଃ ଆମେ ସମସ୍ତେ ଦେଖିଛୁ। ସେ କେମିତି ଗୋଟିଏ ଲମ୍ଫ ମାରି ଏଠାରୁ ସେଠାକୁ ଚାଲିଯାଇଥାଏ ଏବଂ ସହଜରେ ସେ ନିଜର ହାଥ ଏବଂ ଗୋଡ଼ର ସାହଯ୍ୟରେ ଅନେକ କାନ୍ଥ ଚଢି ଯାଇଥାଏ। କାନପୁରରେ ଏକ ସାତ ବର୍ଷର ପିଲା ସ୍ପାଇଡର ମ୍ୟାନ ପରି ଶିଘ୍ରତାରେ କାନ୍ଥରେ ଚଢି ଯାଉଛି ଏବଂ ଓଲ୍ହାଇ ଆସୁଛି। ପିଲାକୁ କାନ୍ଥରେ ଏପରି ଚଢ଼ୁଥିବାର ଦେଖି ପ୍ରତ୍ୟେକ ବ୍ୟକ୍ତି ଆଶ୍ଚର୍ଯ୍ୟ ଚକିତ ରହି ଯାଇଥାନ୍ତି।

କାନପୁରରେ ରହୁଥିବା ୟସାର୍ଥ ସିଂହଙ୍କ ବୟସ ମାତ୍ର ୭ ବର୍ଷର ଅଟେ ଏବଂ ସେ ବର୍ତ୍ତମାନ ତୃତୀୟ ଶ୍ରେଣୀରେ ପଢୁଛନ୍ତି। ୟସାର୍ଥ ବିନା କୌଣସି ସାହାରାରେ କାନ୍ଥରେ ସ୍ପାଇଡର ମ୍ୟାନ ପରି ବହୁତ ତୀବ୍ରତାର ସହିତ ଚଢ଼ି ଯାଇଥାନ୍ତି। ଏହି ୭ ବର୍ଷର ସ୍ପାଇଡର ବୟଙ୍କ କହିବା କଥା ଯେ, ସେ ସ୍ପାଇଡର ମ୍ୟାନକୁ ଟିଭିରେ କାନ୍ଥ ଉପରେ ଚଢ଼ୁଥିବାର ଦେଖିଥିଲେ। ଯାହାପରେ ତାଙ୍କ ନାମରେ ଆସିଲା ଯେ, ତାଙ୍କୁ ମଧ୍ୟ ଏପରି କରିବା ଉଚିତ।

ସାତ ବର୍ଷର ୟସାର୍ଥ ଝିଟିପିଟି ପରି ହାଥ ଏବଂ ପାଦର ପଞ୍ଝାକୁ କାନ୍ଥରେ ଲଖାଇ ଦେଇଥାନ୍ତି ଏବଂ ବହୁତ ସହଜରେ କାନ୍ଥ ଉପରେ ଚଢ଼ି ଯାଇଥାନ୍ତି। ୟସାର୍ଥଙ୍କ ମାଆ ଗରିମା ସିଂହଙ୍କ କହିବା କଥା ଯେ, ସେ ସ୍ପାଇଡର ମ୍ୟାନ ଫିଲ୍ମରୁ ପ୍ରଭାବିତ ଥିଲେ ଏବଂ ଫିଲ୍ମ ଦେଖିବା ପରେ ସେ କାନ୍ଥରେ ଚଢ଼ିବାର ଅଭ୍ୟାସ ଆରମ୍ଭ କରିଦେଇଥିଲେ।

ୟସାର୍ଥଙ୍କ ମାଆ କହିଛନ୍ତି ଯେ, ଆମେ ଏହାକୁ ଦେଖି ବହୁତ ଭୟ ଲାଗେ କାରଣ ଏଥିରେ ଆଘାତ ଲାଗିବାର ବିପଦ ସବୁବେଳେ ରହିଥାଏ। ୟସାର୍ଥ ବଡ଼ ହୋଇ ଆଇପିଏସ ଅଧିକାରୀ ହୋଇ ଦେଶର ସେବା କରିବାକୁ ଚାହୁଁଛନ୍ତି।

ୟସାର୍ଥଙ୍କ କହିବା କଥା ଯେ, ଯେତେବେଳେ ପ୍ରଥମେ ସେ କାନ୍ଥରେ ଚଢୁଥିଲେ ସେତେବେଳେ ତାଙ୍କ ବଡ଼ ଭାଇଙ୍କୁ ଡାକି ଦେଖାଇଥିଲେ। ପୁଣି ଭାଇ ଯାଇ ପରିବାରର ସମସ୍ତ ସଦସ୍ୟଙ୍କୁ ଡାକି ଦେଖାଇଲେ। ସମସ୍ତେ ତାଙ୍କୁ ବୁଝାଇଥିଲେ। କିନ୍ତୁ ଧୀରେ ଧୀରେ ସେ ଅଭ୍ୟାସ କରୁଥିଲେ ଏବଂ ବର୍ତ୍ତମାନ ସମସ୍ତଙ୍କ ମନରୁ ଭୟ ଦୂରେଇ ଯାଇଛି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *