କାର୍ତ୍ତିକ ମାସରେ କରନ୍ତୁ ନାହିଁ ଏହି ସବୁ ଭୁଲ, ନହେଲେ ହୋଇଜିବେ ବରବାଦ

ବନ୍ଧୁଗଣ ହିନ୍ଦୁଧର୍ମଶାସ୍ତ୍ର ମତରେ ଏହି କାର୍ତ୍ତିକ ମାସଟି ଅତ୍ୟନ୍ତ ପବିତ୍ର ଏବଂ ପୁଣ୍ୟର ମାସ ହୋଇଥାଏ। ଏବଂ ମାର୍ଗଶିର ମାସ ପରି ଏହି ମାସଟି ମଧ୍ୟ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଖାଲି ମା ଲକ୍ଷ୍ମୀଙ୍କର ନୁହେଁ ଭଗବାନ ଶ୍ରୀ ହରିଙ୍କର ମଧ୍ୟ ଅତି ପ୍ରିୟ ହୋଇଥାଏ ଏହି ମାସ। ଏହି କାର୍ତ୍ତିକ ମାସରେ ଭଗବାନ ରାଧା ଦାମଦର ବା ରାଧାକୃଷ୍ଣଙ୍କର ପ୍ରତ୍ୟକ୍ଷ ବିରାଜିତ ହୋଇଥାଆନ୍ତି ପ୍ରତ୍ୟକ ଅଁଳା ଗଛରେ। ଏଣୁ ଏହି ମାସରେ ଅଁଳା ଗଛକୁ ପୂଜା କଲେ ଭଗବାନ ରାଧାକୃଷ୍ଣଙ୍କର ଅପାର କୃପା ପ୍ରାପ୍ତି କରିବେ। ଯାହା ଦ୍ୱାରା ଜୀବନରୁ ରୋଗ, ଶୋକ ଦୂର ହୋଇ ଜୀବନ ଧନ ଧାନ୍ୟରେ ପୁରି ଉଠିଥାଏ।

କିନ୍ତୁ ଏହି ମାସଟି ସେତକି ପବିତ୍ର ହୋଇଥିବାରୁ ମଣିଷ ମାନଙ୍କ ପାଇଁ କିଛିଟା ନିୟମ ସ୍ୱାସ୍ତ୍ରେ ବର୍ଣ୍ଣିତ ହୋଇଅଛି। ଯଦି ସେହି ସବୁ ନିୟମ ଗୁଡିକୁ ଅବମାନନା କରନ୍ତି ତେବେ ବିରାଟ ପାପ ହୋଇନଥାଏ ବରଂ ରୋଗ ଏବଂ ଶୋକର ପୀଡା ମିଳିବା ସହିତ ଧନ ହାନି ମଧ୍ୟ ଘଟିଥାଏ। ତେବେ ଆସନ୍ତୁ ଜାଣିବା କୋଣ ସେହି ସବୁ ନିୟମ ଗୁଡିକ।ଯାହାକୁ କରିବା ଦ୍ୱାରା ଜୀବନର ସର୍ବନାଶ ହୋଇଥାଏ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ବନ୍ଧୁଗଣ ଏହି କାର୍ତ୍ତିକ ମାସଟି ସହିତ ଧନ ଏବଂ ଧର୍ମର ସମ୍ବଦ୍ଧ ରହିଛି। ଏହି ମାସରେ ତୁଳସୀ ଗଛ ଲଗାଇବା ଏବଂ ପୂଜା କରିବା ଅତି ଧର୍ମ ଏବଂ ପୁଣ୍ୟକାରୀ ହୋଇଥାଏ। ଏହି ମାସରେ ଦ୍ୱୀପ ଜାଳିବା ଏବଂ ଦାନ କରିବାରେ ଅକ୍ଷୟ ଧର୍ମ ମିଳିଥାଏ। ଯେଉଁ ଧର୍ମ ମିଳେ ତାହା କ୍ଷୟ ଯାଇନଥାଏ। ଏହି ମାସରେ ନିରାମିଷ, ବିନା ପିଆଜ ରସୁଣର ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଇଛି। ଏହି ମାସରେ ଆମିଷ ଖାଇବା ଦ୍ୱାରା ଧର୍ମ ନଷ୍ଟ ହେବା ସହିତ କ୍ୟାନସର ବା କର୍କଟ ରୋଗ ହେବାର ବହୁତ ସମ୍ଭାବନା ଥାଏ। ଏହା ସହିତ ଅଯଥା ଖର୍ଚ୍ଚ ମଧ୍ୟ ବଢିଥାଏ। ଧନ କ୍ଷୟ ମଧ୍ୟ ହୋଇଥାଏ। ଏହି ମାସରେ ସୂର୍ଯ୍ୟ ଉଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରି ସୂର୍ଯ୍ୟଙ୍କ କମଳ କିରଣ ପଡୁଥିବା ସମୟରେ ସ୍ନାନ କଲେ ଶରୀରରୁ ଅନେକ ରୋଗ ଦୂର ହୋଇଥାଏ। ଏବଂ ଏହି ମାସରେ ବିଳମ୍ବ ପର୍ଯ୍ୟନ୍ତ ଶୋଇ ରହିବା ଏବଂ ଦିନ ବେଳା ଶୋଇବାକୁ ବାରଣ କରାଯାଇଛି।

ଏହି ମାସରେ ମା ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିଥାନ୍ତି। ଏଣୁ ଏହି ମାସରେ ମା ଲକ୍ଷ୍ମୀଙ୍କର ପୂଜା କଲେ ଭକ୍ତ ମାନଙ୍କୁ ଅପାର ଧନ ଦେଇଥାନ୍ତି। କରଜରୁ ମୁକ୍ତି ପାଇବା ପାଇଁ ଏହି ମାସରେ ମା ଲକ୍ଷ୍ମୀଙ୍କର ବିଶେଷ ପୂଜା କରିବା ଉଚିତ ହୋଇଥାଏ। ପାରିବାରିକ ଏବଂ ବୈବାହିକ ସୁଖ ଶାନ୍ତି ପାଇଁ ତୁଳସୀ ବା ମା ବୃନ୍ଦାବତୀଙ୍କର ବିଶେଷ ପୂଜା କରାଯାଏ। ଏହି ମାସରେ ତୁଳସୀ ପୂଜା ସର୍ବ ମାସ ଅପେକ୍ଷା ଅତି ଉତ୍ତମ ବୋଲି କୁହାଯାଏ। ତୁଳସୀ ଗଛ ଲିଗାଇବା ଏବଂ ପୂଜା କରିବା ପାଇଁ ଏହି ମାସଟି ସର୍ବଶ୍ରେଷ୍ଠ ମାସ ହୋଇଥାଏ।କାର୍ତ୍ତିକ ମାସର ସବୁଦିନ ଉତ୍ତମ ହୋଇଥାଏ। ଏଣୁ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ତୁଳସୀ ଚଉରା ନିକଟରେ ଦ୍ୱୀପ ଲଗାଇ ପାରିବାରିକ ଏବଂ ବୈବାହିକ ସୁଖ ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ। ଏହି ମାସରେ ଶରୀରରେ ତେଲ ଲଗାଇବା ପାଇଁ ମଧ୍ୟ ବାରଣ ଅଛି।

ଏହି ମାସରେ ପରନିନ୍ଦା ଏବଂ ଅପବାଦ କରିବା ମଧ୍ୟ ବାରଣ କରାଯାଇଛି। ଏହି ମାସରେ ପତି ପତ୍ନୀ ଶାରୀରିକ ସମ୍ପର୍କ ରଖିବା ପାଇଁ ମଧ୍ୟ ବାରଣ ରହିଛି। କାରଣ ଏହି ମାସଟି ହେଉଛି ବ୍ରହ୍ମଚର୍ୟ୍ଯ ପାଳନ କରି ଭଗବାନଙ୍କୁ ପାର୍ଥନା କରିବାର ମାସ। ଏହି ମାସରେ କୌଣସି ଭିକାରୀକୁ ଖାଲି ହାତରେ ଫେରାଇ ଦିଅନ୍ତୁ ନାହିଁ ଅବା ଘଉଡ଼ାଇ ଦିଅନ୍ତୁ ନାହିଁ। ନିଜର ସାମର୍ଥ୍ୟ ଅନୁସାରେ କିଛିବି ଦାନ କରନ୍ତୁ। ଏହି ମାସରେ କେବେବି ପିତୃ ପିତାଙ୍କର ନିନ୍ଦା କରନ୍ତୁ ନାହିଁ। ଏହି ମାସରେ ପିତୃପୁରୁଷ ବା ପୂର୍ବପୁରୁଷ ମାନଙ୍କର ଉଦେଶ୍ୟରେ ଅର୍ପଣ କରାଯାଏ। ପିତୃପୁରୁଷଙ୍କ ଶାନ୍ତି ପାଇଁ ଏବଂ ସେମାନଙ୍କର ଆଶୀର୍ବାଦ ପାଇବା ପାଇଁ ଶ୍ରାଦ୍ଧ ଅର୍ପଣ ନିଶ୍ଚୟ କରନ୍ତୁ । ଏହି କାର୍ତ୍ତିକ ମାସରେ କଳି ଝଗଡ଼ା କରିବା ପାଇଁ ମଧ୍ୟ ବାରଣ ରହିଛି। ଏହି ମାସରେ କଳି ଝଗଡ଼ା କରିଲେ ମା ଲକ୍ଷ୍ମୀ କପିତ ହୋଇଥାଆନ୍ତି। ଯାହା ଫଳରେ କି ଘରେ ଆଶାନ୍ତି ଲାଗି ରହେ। ଧନର ଅଭାବ ଦେଖାଦିଏ। ମାନସିକ ଅଶାନ୍ତି ବଢି ଚାଲେ ଏବଂ ଅନାଟନ ଲାଗି ରହେ।

ଏହି ମାସଟି ମା ଲଷ୍ମୀଙ୍କର ମାସ ହୋଇଥିବାରୁ ଘରକୁ ରଙ୍ଗ କରନ୍ତୁ । ଏବଂ ଲିପା ପୋଛା କରି ପରିଷ୍କାର କରନ୍ତୁ। କାରଣ ସଫା ସୁତରା ବା ପରିଷ୍କାର ସ୍ଥାନକୁ ମା ଲକ୍ଷ୍ମୀ ଅତ୍ୟନ୍ତ ପସନ୍ଦ କରିଥାନ୍ତି। ଏପରି କଲେ ମା ଲକ୍ଷ୍ମୀ ଆପଣଙ୍କର ଘରକୁ ନିଶ୍ଚୟ ପ୍ରବେଶ କରିବେ। ବନ୍ଧୁଗଣ କାର୍ତ୍ତିକ ମାସ ଅତ୍ୟନ୍ତ ପବିତ୍ର ମାସ ହୋଇଥିବାରୁ ଏହି ମାସ ସାରା ପ୍ରତିଦିନ କୌଣସି ପାଖ ମନ୍ଦିରକୁ ନିଶ୍ଚୟ ଯାଆନ୍ତୁ। ତାହା ଭଗବାନ ଶିବ ମନ୍ଦିର ହେଉ ଅବା ମା ଙ୍କର ମନ୍ଦିର ହେଉ, ଭଗବାନ ଲକ୍ଷ୍ମୀନାରାୟଣ ବା ରାଧାକୃଷ୍ଣ ମନ୍ଦିର ହେଉ ଅବା ଭଗବାନ ଶନି ହନୁମାନଙ୍କ ମନ୍ଦିର ହେଉ ଏହି ମାସରେ ମନ୍ଦିର ଯିବା କେବେବି ବିଫଳ ଯାଇନଥାଏ।

ଏହି ମାସରେ ସମସ୍ତ ଦେବା ଦେବୀଙ୍କର କୃପା ନିଶ୍ଚୟ ମିଳିଥାଏ। ଏହା ସହିତ ପ୍ରତିଦିନ ଭଗବାନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କଲେ ଧନ, ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ରୋଗ ଶୋକରୁ ମୁକ୍ତି ମିଳିଥାଏ। ଦେହ ଏବଂ ମନ ସୁସ୍ଥ ରହିଥାଏ। ଭଗବାନ ସୂର୍ଯ୍ୟ ଦେବଙ୍କର ଅପାର କୃପାରୁ ଅନେକ ଖୁସି ମିଳିଥାଏ। ଏହା ବ୍ୟତୀତ ଏହି ମାସରେ ଆହୁରି ମଧ୍ୟ ଅନେକ କାର୍ଯ୍ୟ ବାରଣ କରାଯାଇଛି। ଯେପରିକି ମିଛ କହିବା, ଠକିବା, ପର ସ୍ତ୍ରୀଗାମୀ ହେବା, ମଦ୍ୟପାନ କରିବା, କାହାର ଅନିଷ୍ଠ କରିବା, ଜୀବ ହତ୍ୟା କରିବା, ଗଛ କାଟିବା, କ୍ରୋଧ ହେବା ଏହି ସବୁ କାର୍ଯ୍ୟ କରିବା ଦ୍ୱାରା ମହାପାପ ଲାଗିବା ସହିତ ସମାନ ଦଣ୍ଡ ମିଳିଥାଏ। ତେଣୁ ଏହି ପବିତ୍ର ମାସରେ ଏହି ସବୁ କୁ କାର୍ଯ୍ୟରୁ ନିବୃତ ରହିବା ପାଇଁ ଆପଣ ମାନଙ୍କୁ ଅନୁରୋଧ। ଦେଖିବେ ଆପଣଙ୍କର ଜୀବନ ବହୁତ ହସ ଖୁସିରେ ନିଶ୍ଚୟ ବିତିବ।

ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହୃଦୟରୁ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଜୟ ମା ଲକ୍ଷ୍ମୀ “

Leave a Reply

Your email address will not be published. Required fields are marked *