ସୁଶାନ୍ତ ସିଂହ ରାଜପୁତଙ୍କ କଥିତ ଆତ୍ମହତ୍ୟା ମାମଲାରେ ତଦନ୍ତ ଦେଶର ସବୁଠୁ ବଡ଼ ଯାଞ୍ଚ ଏଜେନ୍ସି ସିବିଆଇ କରୁଛି। ଯେବେ ଠାରୁ ସିବିଆଇ ଏହି କେସକୁ ନିଜ ହାତକୁ ନେଇଛି, ସେବେଠାରୁ ପ୍ରତ୍ୟେକ ଦିନ ଆଶ୍ଚର୍ଯ୍ୟଜନକ ଖୁଲାସା ହେବାରେ ଲାଗିଛି। ଖାଲି ଏତିକି ନୁହେଁ ବିଗତ ଦିନରେ ସିବିଆଇ ଏହି ସମ୍ପୂର୍ଣ୍ଣ ମାମଲାରେ ୮ ଜଣ ଲୋକଙ୍କୁ ଗିରଫ ମଧ୍ୟ କରିଛନ୍ତି, ଏଥିସହିତ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ଥିବା ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସେହିପରି ସିବିଆଇ ଟିମ ଫରେନସିକ ଟିମ ସହିତ ସୁଶାନ୍ତଙ୍କ ଫ୍ଲାଟର ବର୍ତ୍ତମାନ ପର୍ଯ୍ୟନ୍ତ ଅନେକଥର ଯାଞ୍ଚ କରିଛି। ସବିଆଇ ଦ୍ୱାରା କରାଯାଇଥିବା ଏହି ଯାଞ୍ଚରେ କିଛି ଫୋଟୋ ସାମ୍ନାକୁ ଆସିଛି ଯାହାପରେ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଛି ଯେ ସିବିଆଇ ବାରମ୍ବାର ସୁଶାନ୍ତଙ୍କ ଛାତ ଉପରେ କଣ ଖୋଜୁଛି?
ସାମ୍ନାକୁ ଆସିଥିବା ସୂଚନା ମୁତାବକ ସିବିଆଇ ବର୍ତ୍ତମାନ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଯାଞ୍ଚ ହତ୍ୟା ଦୃଷ୍ଟି କୋଣରୁ କରୁଛି, ଏଥିପାଇଁ ସିବିଆଇ ଏବଂ ଫରେନସିକ ଟିମ ବାରମ୍ବାର ସୁଶାନ୍ତଙ୍କ ଫ୍ଲାଟର ଛାତ ଉପରକୁ ଯାଉଛି କାରଣ ତାଙ୍କୁ ସନ୍ଦେହ ରହିଛି ଯେ, ଛାତ ରାସ୍ତା ଦେଇ ହତ୍ୟାକାରୀ ମାନେ ପ୍ରବେଶ କରିଥିଲେ। ଏଥିମଧ୍ୟରେ ଏମ୍ସର ଡାକ୍ତର ସୁଶାନ୍ତଙ୍କ ମାମଲାରେ ନିଜର ଶେଷ ରିପୋର୍ଟ ସିବିଆଇକୁ ହସ୍ତାନ୍ତର କରିଦେଇଛନ୍ତି। ଡାକ୍ତର ନିଜ ରିପୋର୍ଟରେ କହିଛନ୍ତି ଯେ, ସୁଶାନ୍ତଙ୍କ ବେକରେ ଯେଉଁ ଚିହ୍ନ ରହିଥିଲା, ତାହା ଆତ୍ମହତ୍ୟା କାରଣରୁ ନଥିଲା ବରଂ ତଣ୍ଟି ଚିପି ଦେବା କାରଣରୁ ଏପରି ଚିହ୍ନ ସୃଷ୍ଟି ହୋଇଛି।
ସେପଟେ ସୁଶାନ୍ତ ସିଂହ ରାଜପୁତଙ୍କ କୋଠା ଅର୍ଥାତ ମାଉଣ୍ଟ ବ୍ଲେକର ଚୌକିଦାରଙ୍କୁ ମଧ୍ୟ ସିବିଆଇ କିଛି ପଚରାଉଚରା କରିଛି। ଚୌକିଦାର କହିଛନ୍ତି ଯେ, ୧୩ ଜୁନ ରାତିରେ ସୁଶାନ୍ତଙ୍କ ଘରେ କାହାରିକୁ ଆସିବାର ଦେଖି ନଥିଲେ। ସେହିପରି ଏକ ବଡ଼ ଖୁଲାସା ଏହା ହୋଇଛି ଯେ, କୋଠା ପଛ ପାଖରେ ମଧ୍ୟ ଏକ ରାସ୍ତା ରହିଛି ଯେଉଁଠାରେ କୌଣସି ଗାଡି ରହି ନଥାଏ।
ସିବିଆଇ ଟିମ ସନ୍ଧାନ କରୁଛି ଏହି ପ୍ରମାଣ:
ସିବିଆଇ ଟିମକୁ ସନ୍ଦେହ ରହିଛି ଯେ, ସୁଶାନ୍ତଙ୍କ ହତ୍ୟାକାରୀ ଫ୍ଲାଟର ଛାତ ଉପରୁ ପ୍ରବେଶ କରିଥିଲେ, ଏଥିପାଇଁ ତାଙ୍କୁ ଲାଗିଥାଏ ହତ୍ୟାକାରୀ କୌଣସି ନା କୌଣସି ପ୍ରମାଣ ନିଶ୍ଚିତ ଭାବରେ ଛାଡିଥିବ। ସିବିଆଇର ଟିମକୁ ଲାଗୁଛି ଯେ, ଯେଉଁ ହତିଆରରେ ସୁଶାନ୍ତଙ୍କୁ ମାରି ଦିଆଯାଇଛି, ସେହି ହତିଆରର କିଛି ଅଂଶ ସେଠାରେ ରହିଛି। ଏମିତି ଏକ ପ୍ରମାଣ ଖୋଜିବା ପାଇଁ ସିବିଆଇ ଏବଂ ଫରେନସିକ ଟିମ ବାରମ୍ବାର ସୁଶାନ୍ତଙ୍କ ଫ୍ଲାଟର ଛାତ ଉପରକୁ ଯାଉଛନ୍ତି।
ସିଦ୍ଧାର୍ଥ ପୀଠାନି କଲେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା:
ସୁଶାନ୍ତ ସିଂହ ରାଜପୁତଙ୍କ ପଫ୍ଲାଟରେ ରହୁଥିବା ବନ୍ଧୁ ସିଦ୍ଧାର୍ଥ ପୀଠାନି ଏହି କେସରେ ସରକାରୀ ସାକ୍ଷୀ ହୋଇସାରିଲେଣି। ବିଗତ ଦିନରେସେ ଏହି କଥା ସ୍ଵୀକାର କରିଥିଲେ ଯେ, ୯ ଜୁନ ୨୦୨୦କୁ ସୁଶାନ୍ତଙ୍କ ଘରେ କିଛି ଅଜଣା ଲୋକ ଆସିଥିଲେ ଏବଂ ସେମାନେ ସୁଶାନ୍ତଙ୍କ ଲାପଟପ ଏବଂ ମୋବାଇଲରୁ ସମସ୍ତ ଡାଟା ବାହାର କରି ୮ ଗୋଟି ହାର୍ଡ ଡ୍ରାଇଭରେ ନେଇଗଲେ। ମିଳିଥିବା ସୂଚନା ମୁତାବକ, ସିଦ୍ଧାର୍ଥ ଏହି କଥା ମଧ୍ୟ ସ୍ୱୀକାର କରି ନେଇଛନ୍ତି ଯେ, ୧୩ ଜୁନକୁ ସୁଶାନ୍ତ ସିଂହ ରାଜପୁତଙ୍କ ଘରକୁ କିଛି ଲୋକ ଆସିଥିଲେ।